Latest Odisha News

BREAKING NEWS

ଭାରତର ଦମଦାର୍ ବ୍ୟାଟିଂ ପ୍ରଦର୍ଶନ, ମୟଙ୍କ ଓ ରୋହିତଙ୍କ ଆକର୍ଷଣୀୟ ଶତକ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚର ପ୍ରଥମ ଇନିଂସରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଛି । ମ୍ୟାଚର ୧ମ ଦିବସରେ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ୧୭୬ ରନର ଶତକ ପରେ ମୟଙ୍କ ଅଗ୍ରୱାଲ ୧୭୧ ରନର ଏକ ଶତକୀୟ ଇନିଂସ ଖେଳି…

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ସିଟି ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ମଠ ଉଚ୍ଛେଦ ଲାଗି ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଅ: ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୁରୀ ମଠ ଉଚ୍ଛେଦ ପ୍ରସଙ୍ଗରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପରାମର୍ଶ ଗ୍ରହଣ କରନ୍ତୁ ବୋଲି ଗୁରୁବାର ଦିନ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଖୁବଶୀଘ୍ର ଏକ ରିପୋର୍ଟ ପ୍ରଦାନ…

ବିସ୍ଫୋରଣରେ ଉଡ଼ିଗଲା ତିନିମହଲା କୋଠା, ଏଯାଏଁ ମିଳିନି ଭଡାଟିଆଙ୍କ ପତ୍ତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଏକ ତିନି ମହଲା କୋଠାରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ବିସ୍ଫୋରଣର ଘଟଣାରେ ପୋଲିସ ଖୋଳତାଡ ଆରମ୍ଭ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା…

ଓଲଟି ପଡିଲା ଡଙ୍ଗା, ନଦୀରେ ବୁଡୁବୁଡୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ପାଟନା: ବିହାରରେ ଦରଧା ନଦୀପାର ହେଉଥିବା ବେଳେ ପାଟଳିପୁତ୍ର ଲୋକସଭା ଆସନର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ୍ ଯାଦବଙ୍କ ଡଙ୍ଗା ହଠାତ୍ ଓଲଟି ପଡିବାରୁ ସେ ପାଣିରେ ବୁଡୁବୁଡୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ନଦୀରେ ଡଙ୍ଗାଟି ଅଚାନକ ଓଲଟି ପଡିବାରୁ ସେଠାରେ…

ଘାଟିରେ ଧସିଲା ମାଟି ଅତଡା, ଯାତାୟାତ ବାଧାପ୍ରାପ୍ତ

ଜୟପୁର: ଆନ୍ଧ୍ର-ଓଡିଶା ସୀମା ନିକଟବର୍ତ୍ତୀ ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସିଯାଇଥିବାରୁ ସମ୍ପୃକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି । ଯାହାଫଳରେ ୨୬ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ ନିକଟରେ ଶହଶହ ସଂଖ୍ୟାରେ ଗାଡିଗୁଡି ଅଟକି ରହିଥିଲା । ପ୍ରାପ୍ତ…

ମା’ ଅମ୍ବାଜୀଙ୍କ ଶକ୍ତିପୀଠ: ଏବେବି ରହିଛି ସତୀଙ୍କ ହୃଦୟ ଓ ଶ୍ରୀକୃଷ୍ଣଙ୍କ ପବିତ୍ର କେଶ !

ଭୁବନେଶ୍ୱର: ଧରାବତରଣ କରିଛନ୍ତି ମାଆ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ଭାରତ ତଥା ଓଡ଼ିଶାର ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇଛି । ଓଡ଼ିଶା ସମେତ ସମଗ୍ର ଭାରତରେ ନବରାତ୍ରୀଠାରୁ ମାଆଙ୍କର ପୂଜା ଆରମ୍ଭ ହୋଇଛି । ଭାରତରେ ଅନେକ ପ୍ରସିଦ୍ଧ ଶକ୍ତିପୀଠ ରହିଛି ।…

ଦୁର୍ଗାପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍

ଭୁବନେଶ୍ୱର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପାଇବା ଲାଗି ପରିବହନ କାର୍ଯ୍ୟାଳୟ ଗୁଡିକରେ ନାହିଁନଥିବା ଭିଡ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଓ ୭ ତାରିଖରେ ରାଜ୍ୟର ସମସ୍ତ ଆରଟିଓ ଅଫିସ୍ ଖୋଲା ରହିବ । ପରିବହନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୩-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଅକ୍ଟୋବର ତା ୩ରିଖ ଗୁରୁବାର କନ୍ୟା ୧୭ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ…

ଭୁବନେଶ୍ୱରରେ ଏନ୍ଆଇଏ ଡିଜି

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନିକିଆ ଗସ୍ତରେ ଆସି ପହଞ୍ଚିଛନ୍ତି ନ୍ୟାସନାଲ୍ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଡିଜି ଯୋଗେଶ ମୋଦି। ଏହି ଗସ୍ତରେ ତାଙ୍କ ସହିତ ସାମିଲ ରହିଛନ୍ତି ଏନଆଇଏ ଆଇଜି ଜ.ପି ସିଂହ ପ୍ରମୁଖ । ଉଭୟ ରାଜ୍ୟ ପୋଲିସ ଭବନରେ ଆୟୋଜିତ ଏକ ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗଦେବା…