Latest Odisha News

BREAKING NEWS

ରାୟଗଡା: ପୋଖରୀରେ ବୁଡି ୨ ଶିଶୁଙ୍କ ସଲିଳ ସମାଧି

ରାୟଗଡା : ରାୟଗଡା ଜିଲ୍ଲା ମାଟିକଣା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ବୁଡି ୨ଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଶିଶୁଦ୍ୱୟ ତୃତୀୟ ଶ୍ରେଣୀର ଛାତ୍ର ସୁନୀଲ ହିମିରିକା ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଆରେଶ ହିମିରିକା। ବୋଲି ଜଣାପଡିଛି ।…

୫ମାସ ପରେ ସମ୍ବଲପୁରରେ ଖୋଲିଲା ସରକାରୀ କାର୍ଯ୍ୟାଳୟ

ସମ୍ବଲପୁର : ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଯୋଗୁଁ ୫ମାସ ଧରି ବନ୍ଦ ରହିଥିବା ସରକାରୀ କାର୍ଯ୍ୟାଳୟ ମଙ୍ଗଳବାର ଦିନ ଖୋଲାଯାଇଛି । ସରକାରୀ କାର୍ଯ୍ୟାଳୟ ଗୁଡିକୁ ଖୋଲିବା ପାଇଁ ସୋମବାର ସନ୍ଧ୍ୟାରେ…

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପୋଲିସର ଏନକାଉଣ୍ଟରରେ ସୋମବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଗଣେଶ ମଲ୍ଲିକ ବୋଲି ଜଣାପଡିଛି । ଏହି ଏନକାଉଣ୍ଟରରେ ଗଣେଷର ଡାହାଣ ଗୋଡରେ ଗୁଳି ବାଜିଥିବା ନେଇ ଜଣାପଡିଛି । ଗଣମାଧ୍ୟମକୁ ସୂଚନା…

କୋଲକାତା ପୋଲିସ କମିଶନର୍ ପଦବୀରୁ ଅପସାରିତ ହେଲେ ରାଜୀବ କୁମାର

କୋଲକାତା: ସାରଦା ଚିଟଫଣ୍ଡ ସ୍କାମରେ ସିବିଆଇ ଦ୍ୱାରା ଜେରା ହେବା ନେଇ ଚର୍ଚ୍ଚାରେ ଥିବା ରାଜୀବ କୁମାରଙ୍କୁ କୋଲକାତା ପୋଲିସ କମିଶନର ପଦବୀରୁ ଅପସାରଣ କରାଯାଇଛି । କୋଲକାତା ପୋଲିସ କମିଶନର୍ ଦାୟିତ୍ୱରେ ରହିଥିବା ରାଜୀବଙ୍କୁ ଅପସାରଣ କରାଯାଇ ପଶ୍ଚିମବଙ୍ଗ ସିଆଇଡ଼ି ସାଧାରଣ ନିର୍ଦ୍ଦେଶକ…

ରାଜଧାନୀରେ ବାଘ ! ପାଚେରୀ ଡ଼େଇଁ ଘରକୁ ପଶିବା ଦୃଶ୍ୟ କଏଦ୍ ହେଲା ସିସିଟିଭିରେ

ଭୁବନେଶ୍ୱର: ରାଜଧାନୀରେ ବାଘ ଉପଦ୍ରବ । ସ୍ମାର୍ଟସିଟି ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ବାଘ ଦେଖାଯାଇଥିବାର ସୂଚନା ମିଳିଛି । ଏକ କଲରାପତରିଆ ବାଘ ପାଚେରୀ ଡ଼େଇଁ ଘରେ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାର ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ,  ବାଘଟି ଏୟାରପୋର୍ଟ…

ବଲିଉଡ ସିନେମାରୁ ବ୍ୟାନ୍ ହେଲେ ପାକିସ୍ତାନୀ କଳାକାର

ମୁମ୍ବାଇ: ପୁଲୱାମାରେ ଆତଙ୍କବାଦୀଙ୍କ ବର୍ବୋରଚିତ ଆକ୍ରମଣ ପରେ ଭାରତୀୟ ଫିଲ୍ମ ଜଗତରେ ପାକିସ୍ତାନ କଳାମାନଙ୍କ ଲାଗି ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନେଇଛି ସର୍ବଭାରତୀୟ ସିନେ ୱାକର୍ସ ଆସୋସିଏସନ (ଏଆଇସିଡ୍ଲ୍ୟୁଏ) । ଏକ ବିଜ୍ଞପ୍ତି ମାଧ୍ୟମରେ ସୋମବାର ଦିନ ସର୍ବଭାରତୀୟ ସିନେ ୱାକର୍ସ…

ଚାଷୀଙ୍କ ଧାନ ବିକ୍ରି ଲାଗି ରାଜ୍ୟର ୧୯ଟି ଜିଲ୍ଲାର ଧାନମଣ୍ଡି ଖୋଲା ରହିବ

ଭୁବନେଶ୍ୱର: ଓଡ଼ିଶା ସରକାର ସୋମବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇ କହିଛନ୍ତି, ୧୯ଟି ଜିଲ୍ଲାରେ ଧାନମଣ୍ଡିରେ ଚାଷୀମାନଙ୍କର ଧାନ ବିକ୍ରି ପ୍ରକ୍ରିୟା ଜାରି ରହିବ । ପୂର୍ବରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଏହି ବିକ୍ରି ପ୍ରକ୍ରିୟା ହେବାର ନିଷ୍ପତ୍ତି ହୋଇଥିଲା । ତେବେ ଏନେଇ…

ରାଜ୍ୟରେ ଥିବା କାଶ୍ମୀରିଙ୍କ ସୁରକ୍ଷା ନେଇ ଆଶ୍ୱାସନା ଦେଲେ ଓଡିଶା ପୋଲିସ

ଭୁବନେଶ୍ୱର : ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କାଶ୍ମୀରି ମାନଙ୍କ ଉପରେ ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ରାଜ୍ୟରେ ଥିବା ସମସ୍ତ କାଶ୍ମିରୀ ଅଧିବାସୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ନେଇ ଆଶ୍ୱାସନା ଦେଇଛନ୍ତି । ଏଯାବତ୍…

ପ୍ରେମରେ ଅସଫଳ ହୋଇ ଯୁବତୀଙ୍କ ତଣ୍ଟି କାଟିଲେ ପ୍ରେମିକ

କଟକ : କଟକ ଜିଲ୍ଲା ଦୋଳମୁଣ୍ଡେଇ ଅଞ୍ଚଳରେ ଥିବା ଏକ ଗାରମେଣ୍ଟ୍ ଦୋକାନରେ ରବିବାର ଦିନ ଜଣେ ଯୁବକ ଏକ ଧାରୁଆ ଅସ୍ତ୍ରରେ ଅନ୍ୟ ଜଣେ ଯୁବତୀର ତଣ୍ଟି କାଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଯୁବତୀ ଜଣକ ସେହି ଗାରମେଣ୍ଟ୍ ଦୋକାନରେ ସେଲ୍ସ ଗର୍ଲ ଭାବେ…

ଢେଙ୍କାନାଳ: ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଆଜିଠୁ ଆରମ୍ଭ ହୋଇଛି । ଏହି ଯୋରନ୍ଦା ମେଳା ମଧ୍ୟ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଭାବେ ମଧ୍ୟ ପରିଚିତ । ଏହି ମେଳା ପୂର୍ଣ୍ଣିମା ବା ମାଘ ଚତୁର୍ଦ୍ଦଶୀରେ ପାଳିତ ହୋଇଥାଏ । ଯୋରନ୍ଦା ସ୍ଥିତ ମହିମା ଗାଦିରେ ଏହା…