Latest Odisha News

BREAKING NEWS

୫୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ସ୍ୱତନ୍ତ୍ର ନମ୍ବର

ଭୁବନେଶ୍ୱର: ପୁରୁଣା ଗାଡ଼ି ପାଇଁ ମିଳିବ ସ୍ୱତନ୍ତ୍ର ନମ୍ବର । ୫୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ସ୍କ୍ରାପେଜରୁ ବାଦ୍ ଦିଆଯିବ । ପୁରୁଣା ସ୍ମୃତିକୁ ସଂରକ୍ଷଣ ଉଦ୍ଦେଶ୍ୟରେ ୫୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍ୱତନ୍ତ୍ର ନମ୍ବର ମିଳିବ । ୧୯୮୯ ସିଏମଭି ରୁଲ୍ ଅନୁସାରେ, ଏହି ସେବା ଲାଗୁରେ…

ଟାଇଗରଙ୍କ ସ୍କୃ ଢିଲାରେ ରଶ୍ମିକା ସ୍ଥାନରେ ଅଭିନୟ କରିବେ ଶନାୟା

ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହେଉଛି ଟାଇଗର ଶ୍ରଫ ଅଭିନୀତ ସ୍କୃ ଢିଲା । ରିପୋର୍ଟ ମୁତାବକ ସାଉଥର ଗ୍ଲାମର ଗର୍ଲ ରଶ୍ମିକା ମନ୍ଦାନାଙ୍କ ସ୍ଥାନରେ ଏବେ ଅଭିନୟ କରିବେ ସନାୟା କାପୁର । ରିପୋର୍ଟ ମୁତାବକ ସନାୟା ପୂର୍ବରୁ ଧର୍ମା ପ୍ରଡକ୍ସନର ବେଧଡକ ଫିଲ୍ମରେ…

ନୂଆପଡ଼ାରେ ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ, ରୋଡ ଶୋ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆପଡ଼ା: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ପୁରୁଷ ବିଶ୍ୱକପ୍ ହକି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପ୍ ପୂର୍ବରୁ ଟ୍ରଫି ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି । ଆଜି…

ମଣିଷ ଶବକୁ ଖତରେ ପରିବର୍ତନ କରିବା ପାଇଁ ନ୍ୟୁୟର୍କରେ ମିଳିଲା ଅନୁମତି

ନ୍ୟୁୟର୍କ: ଆମେରିକାର ଷଷ୍ଠ ରାଜ୍ୟ ଭାବେ ନ୍ୟୁୟର୍କରେ ପ୍ରଥମ ଦେଶ ଭାବେ ମଣିଷ ଶବକୁ ଖତରେ ପରିଣତ କରିବା ପାଇଁ ଅନୁମତି ପ୍ରଦାନ କରିଛି । ୨୦୧୯ରେ ୱାଶିଂଟନ ପ୍ରଥମେ ଏହାକୁ ଅନୁମତି ପ୍ରଦାନ କରିଥିଲେ । ବିଭିନ୍ନ ଦେଶର ରୀତି ନୀତି ଅନୁସାରେ କେଉଁଠାରେ ଶବକୁ ପୋଡା ଯାଇଥାଏ ତ ଆଉ କେଉଁଠାରେ…

ଏହା ହିଁ ପ୍ରେମ: ମୃତ ପତ୍ନୀଙ୍କ ସିଲିକନ ଷ୍ଟାଚ୍ୟୁ ରଖି ଜୀବନ କାଟୁଛନ୍ତି ତାପସ

କୋଲକାତା: କୋଲକାତାର ୬୫ ବର୍ଷୀୟ ତାପସ ସାଣ୍ଡିଲ୍ୟ ତାଙ୍କ ପତ୍ନୀ ଇନ୍ଦ୍ରାଣୀଙ୍କୁ ବହୁତ ଭଲ ପାଇଥାନ୍ତି । କରୋନାର ଦ୍ୱିତୀୟ ଲହରୀରେ ଚାଲିଗଲେ ଇନ୍ଦ୍ରାଣୀ । ଦୀର୍ଘ ଦିନ ଧରି ପତ୍ନୀଙ୍କୁ ଝୁରିବା ପରେ ଶେଷରେ ସେ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତି ନେଇଥିଲେ । ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାପସ…

ଶୁଣିଲାନି ପ୍ରଶାସନ, ପାହାଡ଼ ଛାତି ଚିରି ଗାଁକୁ ଝରଣା ପାଣି ଆଣିଲେ ଗ୍ରାମବାସୀ

ନବରଙ୍ଗପୁର: ପାହାଡ଼ ତଳେ ଗାଁ । ଚାଷ ପାଇଁ ଜଳସେଚନର ସୁବିଧା ନଥିଲା । ବାରମ୍ବାର ଜଳସେଚନ ବ୍ୟବସ୍ଥା କରିବାକୁ ଲୋକେ ପ୍ରଶାସନକୁ ଗୁହାରି କରିଥିଲେ ବି ଲାଭ ହୋଇ ନଥିଲା । ଶେଷରେ ୮ ଜଣ ଚାଷୀଙ୍କ ପରିକଳ୍ପନା ଓ ଗ୍ରାମବାସୀଙ୍କ ସହଯୋଗରେ କ୍ଷେତରେ ଝରଣା ପାଣି ମାଡ଼ୁଛି । ଶଷ୍ୟ ଶାମଳା ହୋଇ…

ହାତରେ ଖଡ୍ଗ ଧରି ନଦୀ କୂଳରେ ବସିଛନ୍ତି ମା’ ରାମଚଣ୍ଡୀ

ନିଶ୍ଚିନ୍ତକୋଇଲା: କୁଳୁକୁଳୁ ସ୍ୱରରେ ବହି ଯାଉଛି ଲୁଣା ନଦୀ । ନଦୀ ଚାରିପଟେ ଘେରି ରହିଛି ସବୁଜିମା ଭରା ବୃକ୍ଷରାଜି ।  ନଦୀ ପଠାରେ ବିରାଜିତ ମା ରାମଚଣ୍ଡୀ । ପ୍ରାକୃତିକ ଶୋଭା ବିମଣ୍ଡିତ ଏଇ ନଦୀକୂଳରେ ବସି ଖଡ୍ଗ ହସ୍ତା ମା’ ରାମଚଣ୍ଡୀ ଯେମିତି ଭକ୍ତଙ୍କୁ ପାଛୋଟି ନେଉଛନ୍ତି । ମା’…

୧୮ ଲକ୍ଷ ବ୍ୟୟରେ ମଣିଷ ନେଲା ଗଧିଆ ରୂପ

ଟୋକିଓ:ସୁନ୍ଦର ଦିଶିବା ପାଇଁ ଲୋକେ ପଇସା ଖର୍ଚ୍ଚ କରନ୍ତି । ଖାଲି ଖର୍ଚ୍ଚ କରନ୍ତିନି, ଟଙ୍କାକୁ ପାଣି ପରି ବୁହାଇ ଦିଅନ୍ତି। ମହିଳାମାନେ ଶୃଙ୍ଗାର ପ୍ରିୟ ବୋଲି ସମସ୍ତେ ଜାଣନ୍ତି । ହେଲେ ଏବେ ପୁରୁଷ ବି ଶୃଙ୍ଗାରରେ ପଛରେ ପଡି ନାହାନ୍ତି   । ଥରେ ପାର୍ଲର ଗଲେ ପୁରୁଷ ହୁଅନ୍ତୁ ବା…

ଭାଲୁ ଚମଡ଼ା ଓ ସମ୍ବର ସିଙ୍ଘ ଜବତ, ୭ ଜଣଙ୍କୁ ଗିରଫ କଲା ବନ ବିଭାଗ

ବରଗଡ଼: ଭଟଲିରେ ଚାଲିଛି ବେଧଡ଼କ ବନ୍ୟଜନ୍ତୁ ଶିକାର । ଭାଲୁ ସହ ସମ୍ବର ଭଳି ବନ୍ୟପ୍ରାଣୀଙ୍କୁ ମାରି ଚମଡ଼ା ନେଇ ଯାଉଛନ୍ତି ଶିକାରି । ଗୋଧି ଓ ବଜ୍ରକାପ୍ତା ବି ରହିଛି ଶିକାରିଙ୍କ ନଜରରେ । ବନ୍ୟପ୍ରାଣୀ ଶିକାର ସମ୍ପର୍କିତ ୨ଟି ପୃଥକ ମାମଲାରେ ବରଗଡ଼ ଜିଲ୍ଲା ଭଟଲି ରେଞ୍ଜରୁ ୭ ଜଣଙ୍କୁ ଗିରଫ…

ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ, ହାତୀ ଦଳି ଦେଇଥିବା ସନ୍ଦେହ

ଅନୁଗୁଳ: ଗତକାଲି ଠାରୁ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ମିଳିଛି । ରବିବାର ଠାରୁ ଅନୁଗୁଳ ଜିଲ୍ଲା ବନ୍ତଳା ହମାମିପା ଗାଁର ୫୫ ବର୍ଷୀୟ ନିତ୍ୟା ଗୋଚ୍ଛାୟତ ବାହାରକୁ ଯାଇ ଘରକୁ ଫରେ ନଥିଲେ । ଘର ଲୋକ ରାତିରେ ଖୋଜାଖୋଜି ପରେ ନିତ୍ୟାଙ୍କୁ ପାଇ ନଥିଲେ । ଆଜି ପୁଣି ଖୋଜାଖୋଜି କଲା ବେଳେ ଗାଁ…