Latest Odisha News

BREAKING NEWS

Browsing Tag

Bhadrak

ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଚାଲିବ ମେମୁ ଟ୍ରେନ୍

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଗଡିବ ମେମୁ ଟ୍ରେନ୍ । ୭ ଏପ୍ରିଲ ୨୦୨୧ରୁ ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍ ଭୁବନେଶ୍ବରରୁ ସନ୍ଧ୍ୟା ୫ଟା ୫୫ ମିନିଟରେ ଛାଡି ଭଦ୍ରକରେ ରାତି ୯ଟା ୧୫ ମିନିଟରେ…

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୧ ବଖରା ଘର 

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୧ ବଖରା ଘର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଦକ୍ଷିଣବାଡ ପଞ୍ଚାୟତ କହରାପୋଖରୀ ସ୍ଥିତ ମୁଣ୍ଡାସାହିରେ ଅଗ୍ନିକାଣ୍ଡ ଘଟିଛି ।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଭଣ୍ଡାରିପୋଖରୀରୁ ଦମକଳ ଗାଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ ଜାରି…

ବିଶ୍ଵ ମହିଳା ଦିବସରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ନିର୍ମିତ ସାମଗ୍ରୀ ପ୍ରଦର୍ଶନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଛି । ଭଦ୍ରକ ସହରର ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ମହିଳା ଶୋଭାଯାତ୍ରାକୁ ଭଦ୍ରକ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ମହିଳା ସଂଗଠନର…

ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ

ଭଦ୍ରକ: ଭଦ୍ରକ ଜିଲ୍ଲା ମାଳଦା ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି ଅଭିଯୋଗ । ଘଟଣାର ତଦନ୍ତ ପରେ ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମବାୟ ବିଭାଗ ନିଲମ୍ବନ କରିଥିବା ଜଣାପଡିଛି ।

୧ କେଜି ୧୪୦ ଗ୍ରାମ୍ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା STF

ଭଦ୍ରକ: କଲିକତାରୁ ବାଲେଶ୍ୱର ଦେଇ ଭଦ୍ରକରେ ଜମିଲାଣି ନିଶା ବେପାର । ରେଡ୍ ବେଳେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ)କୁ ବଡ଼ ସଫଳତା ମିଳିଛି । ଭଦ୍ରକ-ଚାନ୍ଦବାଲି ରୋଡରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗର ସହ ଅନ୍ୟ ଅପରାଧ ସାମଗ୍ରୀ ଜବତ କରିଛି ଏସଟିଏଫ । ମାମଲାରେ ଏସଟିଏଫ ଭଦ୍ରକ…

ଜାନୁଆରୀ ୩ରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବ ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିର ଡିସେମ୍ବର ୨୮ରୁ ପୁଣି ଖୋଲିବ। ହେଲେ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ଅନୁମତି ମିଳିବ। ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ। ସେ କହିଛନ୍ତି ଯେ କୋଭିଡ-୧୯ ପ୍ରୋଟୋକଲ ମଧ୍ୟରେ…

ଅଭାବି ଅଞ୍ଜନଙ୍କ କୃଷି କରିସ୍ମା: ଯୁବ ଭାଗଚାଷୀଙ୍କ ଆତ୍ମନିର୍ଭରଶୀଳ କାହାଣୀ

ଭଦ୍ରକ: ଜିତାନଗା ଗାଁର କ୍ଷୁଦ୍ରଚାଷୀ ଅଂଜନ କୁମାର ପାଲ । ନିଜର ଜମି କହିଲେ ମାତ୍ର ୮ ଗୁଣ୍ଠ ଯେଉଁଥିରେ ସେ କେବଳ ଧାନ ଚାଷ ହିଁ କରନ୍ତି । ଏଥିରୁ ଯାହା ଅମଳ ହୁଏ ତାକୁ ବିକ୍ରି କରି ଯାହା ଲାଭ ପାଉଥିଲେ ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡୁଥିଲା । ତେଣୁ ସେ ଭାଗଚାଷ…

ନିଆଁରେ ପୋଡ଼ି ହୋଇ OSAPର ୩ ଯବାନ ଗୁରୁତର

ଭଦ୍ରକ: ନିଆଁରେ ପୋଡି ହୋଇ ଓଡ଼ିଶା ସ୍ପେଶାଲ୍ ଆର୍ମଡ ପୋଲିସ ବା OSAPର ୩ ଯବାନ ଗୁରୁତର । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୁଣା ବଜାର ଥାନା ବାରାକରେ ଶୋଇଥିବା ବେଳେ ନିଆଁ ଲାଗିଥିଲା । ମଶା ଧୂପରୁ ନିଆଁ ଲାଗି ଯାଇଥିବା ସୂଚନା…

ଭଦ୍ରକରେ ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୧ ଯାତ୍ରୀ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଭଦ୍ରକର ତ୍ରିଶଲପୁର ନିକଟରେ ଆଜି ସକାଳୁ ସକାଳୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଆହତ ହୋଇଛନ୍ତି ୧୧ ଜଣ ଯାତ୍ରୀ । ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଏହି ଗୁର୍ଘଟଣା…

ନକଲି ନୋଟ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭଦ୍ରକ: ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଦୁଇ ଜଣ ଗିରଫ । ସେମାନଙ୍କୁ ବାନ୍ଧିଛି ଭଦ୍ରକ ଜିଲା ବାସୁଦେବପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡକୁଳ ଗାଁରେ ପ୍ରିୟ ରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲା ଡେରାବିସ ଥାନା…