Latest Odisha News

BREAKING NEWS

Browsing Tag

Mamata Banarjee

ପୁଣି ବିରୋଧୀ କରିବେ ବୈଠକ, ଇଡିର କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ କହିଲେ ମମତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଏକ ହୋଇ ପ୍ରାର୍ଥୀ ଦେବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ଆଜିର ବୈଠକ ପରେ ଆୟୋଜକ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏହି ସୂଚନା ଦେଇଛନ୍ତି । ଏହାପରେ ପୁଣିଥରେ ଜୁନ୍ 20 ଏବଂ 21ରେ ଏକାଠି ହୋଇ ବୈଠକ କରିବେ ବୋଲି ଜଣାପଡ଼ିଛି। ମୁମ୍ବାଇରେ…

ରାଷ୍ଟ୍ରପତି ନିର୍ବାଚନ: ମମତାଙ୍କ ମେଳିରେ ସାମିଲ ହେବେ କି ନବୀନ ?

ଭୁବନେଶ୍ୱର:  ଇଟାଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀରେ ଏକ ବୈଠକରେ ଯୋଗ ଦେବାକୁ ଆମନ୍ତ୍ରଣ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏହି ବୈଠକ ପାଇଁ ନବୀନଙ୍କୁ ଆମନ୍ତ୍ରଣ କରିଛନ୍ତି। ନବୀନଙ୍କ…

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସନ୍ଧ୍ୟା ୫ଟାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି…

ପଶ୍ଚିମବଙ୍ଗ ଉପନିର୍ବାଚନ ଭୋଟ୍ ଗଣତି: ଭବାନୀପୁରରେ ମମତାଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ

କୋଲକାତା: ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ଭବାନୀପୁର, ସାମଶେରଗଞ୍ଜ ଓ ଜଙ୍ଗିପୁରରେ ଉପନିର୍ବାଚନ ହୋଇଛି । ସମସ୍ତଙ୍କ ନଜର ରହିଛି ଭବାନୀପୁର ଉପରେ । ଏଠାରୁ ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଜଣା ପଡ଼ିବ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଳି ମମତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପଡ଼ିବ କି?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୧୧୫ ଦିନର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ୱତ । ଅଚାନକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବିଧାନିକ ସଙ୍କଟ ଯୋଗୁ ପଦ ଛାଡ଼ିଛନ୍ତି । କାରଣ ସମ୍ବିଧାନର ଧାରା ୧୬୪(୪) ଅନୁଯାୟୀ ବିଧାନସଭା କିମ୍ବା ବିଧାନପରିଷଦ ସଦସ୍ୟ ନଥାଇ ବି ଜଣେ ଛଅ ମାସ ମନ୍ତ୍ରୀ…

ମମତା ଶରଣଂ ଗଚ୍ଛାମି: ଟିଏମସି ଆସିବାକୁ ୩୩ ବିଜେପି ବିଧାୟକ ଆଗ୍ରହୀ !

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିଦିନ କେହି ନା କେହି ଟିଏମସି ନେତା ପଦ୍ମ ପୋଖରୀରେ ବୁଡ଼ ପକାଉଥିଲେ । ଏବେ ଭୋଟ୍ ସରିବା ପରେ ଚିତ୍ର ବଦଳିଛି । ବିଜେପି ଯାଇଥିବା ନେତାଙ୍କ ମୋହ ଭାଙ୍ଗିଲାଣି । ପୁଣି ଥରେ ଦିଦିଙ୍କ ହାତ ଧରିବାକୁ ମନ ବଳାଇଛନ୍ତି ଟିଏମସି ଛାଡ଼ି…

ପଶ୍ଚିମବଙ୍ଗରେ ବାତ୍ୟା ଆଣିଲା ଜଳ ପ୍ରଳୟ, କୋଟିଏ ଲୋକ ପ୍ରଭାବିତ

କୋଲକାତା: ଓଡ଼ିଶାରେ ହିଟ୍ କଲା ବାତ୍ୟା ୟାସ୍ । କିନ୍ତୁ ପଶ୍ଚିମବଙ୍ଗରେ ବାତ୍ୟା ଆଣିଛି ବିଭୀଷିକା । ଜଳପ୍ରଳୟ ସୃଷ୍ଟି ହୋଇଛି । କେଉଁଠି ସହର ବଜାର ବୁଡ଼ିଛି ତ ଆଉ କେଉଁଠି ଗାଁ ଗଣ୍ଡାରେ ଲହଡ଼ି ଭାଙ୍ଗୁଛି ସମୁଦ୍ରର ପାଣି । ବ୍ୟାପକ ଗଛ ଉପୁଡିଛି । ଭାଙ୍ଗିଛି ଲୋକଙ୍କ ଘର । ରାସ୍ତାଘାଟ…

ବଙ୍ଗରେ ଦିଦିଙ୍କ ରାଜ: ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହାଟ୍ରିକ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ଆଜି ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଅପରାହ୍ଣରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । କୋଭିଡ୍ କଟକଣା ଭିତରେ ଅଳ୍ପ ସଂଖ୍ୟକ…

ପଶ୍ଚିମବଙ୍ଗ ଜନାଦେଶ: ସକାଳ ୧୦ ସୁଦ୍ଧା ଗଣତିରେ ଆଗରେ ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ବାଜି ଜିତିବ କିଏ ? ଇଭିଏମ୍ ପେଡ଼ି ଖୋଲିଛି । ଜନମତର ଗଣନା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗଣିତରେ ଆଗରେ ରହିଛି ତୃଣମୂଳ କଂଗ୍ରେସ । ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡରେ ଟିଏମସି ୧୩୯ଟି ଆସନରେ ଆଗୁଆ ରହିଛି । ବିଜେପି ପ୍ରାର୍ଥୀ ୧୧୫ଟି ଆସନରେ ଆଗରେ ରହିଛ୍ତି ।…

ଆଜି ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ: ସାମିଲ ହେବେନି ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି । ଦେଶରେ କରୋନା ମହାମାରୀର ଭୟଙ୍କର ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବେ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…