Latest Odisha News

BREAKING NEWS

Yearly Archives

2020

ଛେଳି ବେପାରୀଙ୍କଠାରୁ ୧୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୧୧ ଗିରଫ

ଗଂଜାମ : ଧରାକୋଟ ଥାନା ବାଦଗଡ ଗାଁରୁ ଛେଳି ବ୍ୟବସାୟୀଙ୍କଠାରୁ ୧୬ଲକ୍ଷ ୮୦ହଜାର ଲୁଟ୍ ଘଟଣାରେ ପର୍ଦ୍ଦାଫାଶ ହୋଇଛି । ଘଟଣାରେ ସଂପୃକ୍ତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । ଏଥି ସହ ୪ଟି ବାଇକ, ୮ଟି ମୋବାଇଲ, ଖଣ୍ଡା, ବନ୍ଧୁକ ଓ ଗୋଟିଏ ଖେଳଣା ପିସ୍ତଲ ଜବତ ହୋଇଛି । ଏଥି ସହ ପୋଲିସ…

ଆଜି ରାତିରେ ଏହି ୭ଟି ଜିଲ୍ଲାରେ ହେବ ବଜ୍ରପାତ ସହ ଝଡ଼ବର୍ଷା: ପାଣିପାଗ ବିଭାଗ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର ୭ଟି ଜିଲ୍ଲାରେ ହେବ ଝଡ଼ବର୍ଷା । ମଙ୍ଗଳବାର ରାତି ୧୨ଟା ସୁଦ୍ଧା ଯେଉଁ ୭ଟି ଜିଲ୍ଲାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ ସେହି ଜିଲ୍ଲା ଗୁଡ଼ିକ ହେଲା…

ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ରୁକ୍ମଣୀ ହରଣ ନୀତି

ପୁରୀ: ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ  ରୁକ୍ମିଣୀ ହରଣ ଓ ଶ୍ରୀକୃଷ୍ଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା  ଶ୍ରୀ ମଦନମୋହନ ଭଗବାନ ଶ୍ରୀକୃଷ୍ଣଙ୍କ ରୂପରେ ସମସ୍ତ ନୀତି ସମ୍ପାଦନ କରିଥାନ୍ତି । ଶ୍ରୀମନ୍ଦିରରେ ସକାଳ…

ଅନୁଗୁଳରେ ୬ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଜି ଏକ ୬ ବର୍ଷର ବାଳକ କରୋନା ଆକ୍ରାନ୍ତ ହୋଇଥିବାର ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ। ଉକ୍ତ ବାଳକ ନିଜ ପିତାମାତାଙ୍କ ସହ ମହାରାଷ୍ଟ୍ରରୁ ଫେରି ସଂଗରୋଧରେ ଥିଲେ।ଆଜି ତାଙ୍କ ନମୁନା ପଜିଟିଭ ଜଣାପଡ଼ିଛି ବୋଲି…

ସାମୁଦ୍ରିକ ଝଡ଼ ‘ନିସର୍ଗ’: ମୁକାବିଲା ନିମନ୍ତେ ଏନସିଏମସିର ବୈଠକ

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବା ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଭାରତୀୟ ପାଣିପାଗ…

ରଥଖଳାରେ ଜୋର୍‌ସୋର୍ ଚାଲିଛି ରଥ ନିର୍ମାଣ: ତିନି ରଥର ଉଠିଲା ନାହାକା

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ପୁରୀରେ ଜୋର୍‌ସୋର୍ ଚାଲିଛି । ଘୋଷଯାତ୍ରା ପୂର୍ବରୁ ଜୁନ୍ ୫ ତାରିଖରେ ଶ୍ରୀଜୀଉମାନଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହେବ । ସ୍ନାନଯାତ୍ରା ପାଖେଇ ଆସୁଥିବା ବେଳେ ସେପଟେ ରଥଖଳାରେ ସମସ୍ତ କାରିଗର ସେବକମାନେ…

ଏସିରୁ ବାହାରିଲା ୪୦ ସାପ

ମିରଟ: ଏଠାକାର ପାୱଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଦୟାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏସି ଲାଗିଥିଲା । ସୋମବାର ରାତିରେ ପରିବାର ଲୋକ ଶୋଇବା ପାଇଁ ଗଲା ବେଳକୁ ଖଟ ଉପରେ ଗୋଟିଏ ସାପ ଚାଲୁଥିବା ଦେଖିଥିଲେ । ଖୋଜା ଖୋଜି କରିବାରୁ ଏସି ପାଇପରେ ଆଉ…

ବିଜେପି ଛାଡିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଦଳ ପାଇଁ ସମୟ ଦେଇ ପାରୁ ନ ଥିବା ସେ ଏହି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ସେ…

ସ୍ନାନଯାତ୍ରା ବେଳେ ପୁରୀରେ ଲାଗୁ ହେବ ୧୪୪ ଧାରା

ପୁରୀ: ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ସର୍ବସାଧାରଣଙ୍କୁ ବାରଣ କରାଯାଇଥିବା ବେଳେ ଆଜି ମନ୍ଦିର ଚାରିପାଖେ ୧୪୪ ଧାରା ଲାଗୁ ନେଇ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତ୍ତି ପରେ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ଆସନ୍ତା…

ଓଡ଼ିଶାରେ ଜୁନ୍ ୧୧ ସୁଦ୍ଧା ପ୍ରବେଶ କରିପାରେ ମୌସୁମୀ

ଭୁବନେଶ୍ୱର: ଉତରପଶ୍ଚିମ ଏବଂ ଏହାର ସଂଲଗ୍ନ ବଙ୍ଗୋପ ସାଗରରେ ଜୁନ୍ ୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେଉଥିବା କାରଣରୁ ଓଡ଼ିଶାରେ ଜୁନ୍ ୯ ରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଥିବା ମଙ୍ଗଳବାର ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି…