Latest Odisha News

BREAKING NEWS

Yearly Archives

2022

ବଢୁଛି ନକଲି ଡାକ୍ତର ରମେଶଙ୍କ ଅଡୁଆ, ଆଜି ପୁଣି ରିମାଣ୍ଡ ଆବେଦନ କରିବ ପୋଲିସ

ଭୁବନେଶ୍ୱର :ପୁଣି ରିମାଣ୍ଡରେ ଆସିବେ ନକଲି ଡାକ୍ତର । ହାଇ ପ୍ରୋଫାଇଲ ଠକ ଡାକ୍ତର ଏବେ କଡା ସୁରକ୍ଷା ବଳୟ ଭିତରେ ଜେଲର ସେଲର ଦିନ କାଟୁଛି । ନକଲି ଡାକ୍ତରଙ୍କ ବିରୋଧରେ ଦିନକୁ ଦିନ ଠକେଇ ଅଭିଯୋଗ ବଢିବାରେ ଲାଗିଛି ।ଏନେଇ ଆଜି ପୁଣି ଥରେ ରିମାଣ୍ଡରେ ଆସିବ ଠକ ଡାକ୍ତର ରମେଶ ସ୍ୱାଇଁ ।…

ନବରଙ୍ଗପୁରରେ ବିଜେଡିର ବାଜିମାତ୍ ,ଚାଲିଛି ସେଲିବ୍ରେସନ

ନବରଙ୍ଗପୁର : ନବରଙ୍ଗପୁରରେ ବିଜେଡିର ବାଜିମାତ୍ । ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୪ ଆସନରେ ହାସଲ କରିଛି ବିଜେଡି । ବିଜେଡି ବିଜୟ ହାସଲ କରିଥିବା ବେଳେ ନାଚଗୀତରେ କମ୍ପି ଉଠୁଛି ପରିବେଶ । ଜିତିଥିବା ପ୍ରାର୍ଥୀଙ୍କୁ ନେଇ ସମର୍ଥକ ମାନେ ଖୁସି ମନାଇଥିବା ଦେଖିବାକୁ ମିଳିଛି । ସେପଟେ…

ଅଫରେସନ୍ ଗଙ୍ଗା: ଆଜି ୮ଟି ବିମାନରେ ଫେରିବେ ୩୭୨୬ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟଙ୍କୁ ନିରାପଦ ଭାବରେ ଫେରାଇ ଅଣାଯାଉଛି । ଆଜି ୮ଟି ବିମାନରେ ୟୁକ୍ରେନ୍ ସୀମାନ୍ତ ବିଭିନ୍ନ ଦେଶରୁ ୩ହଜାର ୭୨୬ ଭାରତୀୟ ଆସିବେ । ଏନେଇ ସୂଚନା ଦେଇଛି ବେସାମରିକ ବିମାନ…

ବାଘ ଛାଲ ଜବତ, ଜଣେ ଅଟକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ପକ୍ଷରୁ ବାଘ ଛାଲ ଜବତ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶରେ ଏସିଏଫ୍ ଗୌରୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ…

NH-୫୫ର ଶୋଚନୀୟ ସ୍ଥିତି, ପ୍ରତିବାଦରେ ବଅଁରପାଳରେ ୪ ଘଣ୍ଟିଆ ରାସ୍ତାରୋକ

ଅନୁଗୋଳ: କଟକରୁ ଅନୁଗୋଳ ଓ ଢେଙ୍କାନାଳ ଦେଇ ସମ୍ୱଲପୁର ଯାଇଥିବା ୫୫ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ । ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ଦୁର୍ବିସହ ହୋଇଛି । ଚାରିଆଡ଼େ ଖାଲଖମା । ଭାରି ଯାନ କଥା ଛାଡନ୍ତୁ ବାଇକ୍ ବି ଚଲାଇ ଯିବା ମୁସ୍କିଲ ହୋଇଛି । ରାଜପଥର ଶୋଚନୀୟ…

ମିଲ୍କ କ୍ୟାନରେ ଫସିଲା ଗୋଧିର ମୁଣ୍ଡ, ବହୁ କସରତ ପରେ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର: ମିଲ୍କ କ୍ୟାନରେ ଫସିଗଲା ଗୋଧିର ମୁଣ୍ଡ । ଆଉ ବହୁ କସରତ ପରେ ସେଥିରୁ ଉଦ୍ଧାର ହେଲା ଗୋଧି । ଘଟଣା ସ୍ଥଳରେ ସ୍ନେକ ହେଲପ ଲାଇନ୍ ପହଞ୍ଚି ଗୋଧିଟିକୁ ଉଦ୍ଧାର କରିଛନ୍ତି । ଭୁବନେଶ୍ୱର ବରଗଡ଼ କେନାଲ ରୋଡ ଲକ୍ଷ୍ମୀ ବିହାର ଅଞ୍ଚଳରେ ଏକ ଗୋଧି ଟିଣ ଡବାରେ ଫସିଥିବା ଦେଖିବାକୁ…

କିଭ୍ ରେଲୱେ ଷ୍ଟେସନରେ ରକେଟ୍ ମାଡ଼ କଲା ରୁଷ୍ ସେନା

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ତିନି ପଟରୁ ଘେରି ୟୁକ୍ରେନ୍ ଉପରେ ଘନ ଘନ ହମଲା କରୁଛି ରୁଷ୍ ସେନା । କିଭ୍ ଦଖଲ ଦିଗରେ ଆଗକୁ ବଢୁଛି । ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର ରାଜଧାନୀ କିଭରେ ଏକ ବଡ଼ ଧରଣର ବିସ୍ଫୋରଣ କରିଛି ରୁଷ୍ ସେନା । କିଭ୍ ମୁଖ୍ୟ ରେଲୱେ…

୭ ଦିନରେ ୟୁକ୍ରେନ ଛାଡିଲେଣି ୧୦ ଲକ୍ଷ ଲୋକ

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ୍ ମଧ୍ୟରେ ଆଠ ଦିନ ହେଲାଣି ଯୁଦ୍ଧ ଚାଲିଛି । ମିସାଇଲ୍ ମାଡ଼ ସାଙ୍ଗକୁ ବିସ୍ଫୋରଣ ଓ ଗୁଳିଗୋଳାର ପ୍ରଚଣ୍ଡ ଶବ୍ଦ । କିଭ୍, ଖାରକିଭ୍ ଓ ଖେରସୋନ୍ ସହରରେ ଅସ୍ଥିରତା । ଭୟରେ ଦିନ କାଟୁଛନ୍ତି ଲୋକ । ଯୁଦ୍ଧରେ ବହୁ ସାଧାରଣ ଲୋକଙ୍କର ଜୀବନ ଗଲାଣି । ରୁଷ୍ ଆକ୍ରମଣ…

ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ଉପରେ ଆକ୍ରମଣ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତରେ ରାଜନୈତିକ ହିଂସା ଘଟିଛି। ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଉପରେ ବିଜୟୀ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଘଟିଛି ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତର ବଣସାହି…

ଜାତିସଂଘରେ ରୁଷ୍ ବିରୋଧରେ ସଂକଳ୍ପ: ସପକ୍ଷରେ ୧୪୧ ଭୋଟ୍, ବିରତ ରହିଲେ ଭାରତ ସମତେ ୩୫ ରାଷ୍ଟ୍ର

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷର ଆକ୍ରମଣକୁ ନେଇ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଗତ । ରୁଷ୍ ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ୟୁକ୍ରେନରୁ ତୁରନ୍ତ ସେନା ପ୍ରତ୍ୟାହାର କରିବା ନେଇ ଜାତିସଂଘ ସାଧାରଣ ପରିଷଦରେ ସଂକଳ୍ପ ଗୃହୀତ ହୋଇଥିଲା । ସଂକଳ୍ପ ସପକ୍ଷରେ ୧୪୧ଟି ଭୋଟ୍ ପଡିଥିଲା । ଆମେରିକା,…