Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ବୈଦିକ ରୀତିନୀତିରେ ନିଜକୁ ନିଜେ ବିବାହ କରିଲେ ଯୁବତୀ କ୍ଷମା ବିନ୍ଦୁ

ଗୁଜରାଟ: ବାଜା ବାଜୁଛି। ହଳଦୀ ମେହେନ୍ଦୀ ବି ଚାଲିଛି। ବ୍ରାହ୍ମଣ ମନ୍ତ୍ର ବି ପାଠ ହୋଇଛି। ପାରମ୍ପରିକ ରୀତିନୀତିର ସହ ବିବାହ କାର୍ଯ୍ୟ ହୋଇଛି। ହେଲେ ବିବାହ ବେଦୀରେ ନିଜେ ଏକା ବସିଛି କନ୍ୟା। ଶେଷରେ ନିଜକୁ ନିଜେ ବିବାହ କରିଛନ୍ତି କ୍ଷମା ବିନ୍ଦୁ । ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ…

ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି ଓ ଠେଲାପେଲା

କଟକ: ଟିକେଟ୍ ପାଇଁ ରାତିରୁ ଲାଇନ୍, କାଉଣ୍ଟରରେ ଠେଲାପେଲା । ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୯ ଓ ୧୦ ତାରିଖ ଦୁଇଦିନ ଧରି ୧୨ ହଜାର ଟିକେଟ୍ ୯ଟି କାଉଣ୍ଟରରେ ବିକ୍ରି ହେଉଛି । ୭ଟି…

ରାଜଧାନୀରେ ଡେଙ୍ଗୁ ନେଲା ପୂର୍ବତନ ପୋଲିସ ଅଧିକାରୀଙ୍କ ଜୀବନ

ଭୁବନେଶ୍ୱର: ବର୍ଷା ଋତୁ ଆରମ୍ଭ ପୂର୍ବରୁ ରାଜଧାନୀରେ ଡେଙ୍ଗୁ ଜଣଙ୍କ ଜୀବନ ନେଇଛି । ସୂଚନା ଅନୁସାରେ, ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଜଣେ ପୂର୍ବତନ ପୋଲିସ ଅଧିକାରୀ । ପୂର୍ବତନ ଅତିରିକ୍ତ ଡିସିପି ଶୁଭ୍ରାଂଶୁ ସେଠୀ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଅପରାହ୍ଣରେ ତାରିଖ ଘୋଷଣା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ହେବ ତାରିଖ ଘୋଷଣା । ଆଜି ଅପରାହ୍ଣରେ ଦିଲ୍ଲୀ ବିଜ୍ଞାନ ଭବନରେ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ସରୁଛି । ସେହି ଅନୁସାରେ ତା’ପୂର୍ବରୁ ରାଷ୍ଟ୍ରପତି…

ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ: ଯାହାଙ୍କ ପାଇଁ ପ୍ରମାଦ ଗଣୁଥିଲେ ଇଂରେଜ ଶାସକ…

– ଦେବଦତ୍ତ ରଥ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୁର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ୱର ଝଙ୍କୁତ ହୋଇଥିଲା, ‘ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା’ (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ)। ଯାହା ଥିଲା ବ୍ରିଟିଶ୍…

ପୁରୀ ରଥଯାତ୍ରା ପାଇଁ ଚାଲିବ ୧୦୦ଟି ସ୍ବତନ୍ତ୍ର ବସ୍‌

କଟକ : ଆସନ୍ତା ଜୁଲାଇ ୧ତାରିଖ ପୁରୀ ରଥଯାତ୍ରା ପାଇଁ କଟକ, ଭୁବନେଶ୍ବର, ପୁରୀ ମଧ୍ୟରେ ନିୟମିତ ବସ୍‌ ବ୍ୟତୀତ ପାଖାପାଖି ୧୦୦ଟି ସ୍ବତନ୍ତ୍ର ବସ ଚଳାଚଳ କରିବ। ଘରୋଇ ବସ୍‌ ମାଲିକ ସଂଘ-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସ୍ବତନ୍ତ୍ର ବସ୍‌ସେବା…

ଜଳୁଛି ପଶ୍ଚିମ ଓଡ଼ିଶା, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଉପକୂଳ

ଭୁବନେଶ୍ୱର: ଅସହ୍ୟ ତାତିରେ ଛଟପଟ ହେଉଛି ଜନଜୀବନ । ପଶ୍ଚିମ ଓଡ଼ିଶାରେ ଆକାଶରୁ ନିଆଁ ବର୍ଷୁଥିବା ବେଳେ ଉପକୂଳରେ ଆକତମାକତା କଲାଣି ଗୁଳୁଗୁଳି । ଆଜି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡା, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ…

ଗୁପଚୁପ୍ ଖାଇ ଟଙ୍କା ନଦେବାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା

କାମକ୍ଷାନଗର: ଗୁପଚୁପ୍ ପାଇଁ ଗଡ଼ିଲା ମୁଣ୍ଡ । ଏଭି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗାଁରେ । ଗୁପଚୁପ୍ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରିରେ ହତ୍ୟା କରିଛି ଗୁପଚୁପ୍ ବେପାରୀ । ମୃତ ଯୁବକ ଜଣଙ୍କ ପାଳସାହିର…

ବାରବାଟି ଲଢ଼େଇ ପାଇଁ ମଇଦାନ ରେଡି : ଆଜି ସୁରକ୍ଷା ମକଡିଲ କରିବ ପୋଲିସ

ଭୁବନେଶ୍ବର: ବାରବାଟି ଲଢ଼େଇ ପାଇଁ କ୍ରିକେଟ ପ୍ରଶଂସକମାନଙ୍କ ଆଖିରେ ନିଦ ନାହିଁ । ମ୍ୟାଚ୍ ଦେଖିବା ପାଇଁ ଟିକେଟ ପାଇଁ ରାତି ଅନିଦ୍ରା ମଧ୍ୟ ହେଉଛନ୍ତି ପ୍ରଶଂସକ । କଟକରେ ବାରବାଟୀ ଟି-୨୦ ମ୍ୟାଚ୍ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିବା ପାଇଁ ଟିକେଟ କିଣିଛନ୍ତି । ମୁଖ୍ୟମନ୍ତ୍ରୀ…

ଇଣ୍ଡିଆ –ସାଉଥ ଆଫ୍ରିକା ପ୍ରଥମ ଟି-20 ଆଜି : ଟିମ୍ ଇଣ୍ଡିଆ ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି -20 ଆଜି ଦିଲ୍ଲୀରେ ଖେଳାଯିବ ।  ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଖେଳାଳି କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ଭାରତୀୟ ଫ୍ୟାନସମାନେ ଅପେକ୍ଷା କରିଛନ୍ତି । ଭାରତ…