Latest Odisha News

BREAKING NEWS

Yearly Archives

2022

ନୱାବ, ଅନୀଲଙ୍କୁ ଝଟକା: ରାଜ୍ୟସଭା ନିର୍ବାଚନରେ ଦେଇପାରିବେନି ଭୋଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିଧାୟକ ନୱାବ ମଲିକ ଓ ଅନୀଲ ଦେଶମୁଖଙ୍କୁ ଆଜି ଶକ୍ତ ଧକ୍କା ଲାଗିଛି । ଆଗାମୀ ରାଜ୍ୟସଭା ନିର୍ବାଚନରେ ଭୋଟ ଦେବା ପାଇଁ ଏହି ଦୁଇ ନେତା କୋର୍ଟରେ ଆବେଦନ କରିଥିଲେ । ମାତ୍ର ଗୁରୁବାର ସେମାନଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । କୈଦୀଙ୍କୁ ଭୋଟ ଦେବା ଅଧିକାର…

ମହିମାଙ୍କୁ ବ୍ରେଷ୍ଟ କ୍ୟାନସର, ସୂଚନା ଦେଲେ ଅନୁପମ

ମୁମ୍ବାଇ: ପରଦେଶ ଗାର୍ଲ ମହିମା ଚୌଧୁରୀ ବ୍ରେଷ୍ଟ କ୍ୟାନସରରେ ଆକ୍ରାନ୍ତ । ଅବଶ୍ୟ ଏହା କେହି ଜାଣି ନ ଥିଲେ, ସେ ଏକୁଟିଆ ଜୀବନ ଯୁଦ୍ଧ ଲଢ଼ୁଥିଲେ । ତେବେ ଅନୁପମ ଖେର ତାଙ୍କୁ ଦି ସିଗ୍ନେଚରରେ ଏକ ଭୂମିକା ପାଇଁ ଫୋନ କରିବା ପରେ ଏହି ଘଟଣା ସମ୍ପର୍କରେ ଜାଣିଥିଲେ । ତାଙ୍କ କ୍ୟାରିୟରର ଯାତ୍ରା…

୩୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ପାଇଁ ବ୍ରହ୍ମପୁର ସହର ଏବେ ସୁରକ୍ଷିତ ରାସ୍ତା ପାଲଟିଯାଇଛି । ନିୟମିତ ଅବକାରୀ ବିଭାଗ ଧରପଗଡ଼ କରୁଥିଲେ ମଧ୍ୟ ଚାଲାଣ ଉପରେ ରୋକ୍‌ ଲାଗିପାରୁନି । ବୁଧବାର ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି ବ୍ରହ୍ମପୁର ଅବକାରୀ…

ଝାରବନ୍ଧ ବିଇଓ ରଞ୍ଜିତ୍ ଭୋଇଙ୍କୁ ଗିରଫ କଲା ଭିଜିଲାନ୍ସ

ଝାରବନ୍ଧ: ସମ୍ବଲପୁର ଭିଜିଲାନ୍ସ ୟୁନିଟ ଗୁରୁବାର ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି । ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଇଓ ରଞ୍ଜିତ୍ ଭୋଇ । ପ୍ରଧାନଶିକ୍ଷକଙ୍କୁ ତାଙ୍କ…

ଜୁଲାଇ ପହିଲାରୁ ପ୍ଲାଷ୍ଟିକ ଷ୍ଟ୍ର ବ୍ୟାନ୍; ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଅମୂଲ

ଭୁବନେଶ୍ୱର: ଜୁଲାଇ ପହିଲାରୁ ବନ୍ଦ ହେବ ପ୍ଲାଷ୍ଟିକ ଷ୍ଟ୍ର । ଭାରତ ସରକାର ଏହି ଘୋଷଣା କରିଛନ୍ତି । ଏହା ପରେ ବିଭିନ୍ନ କୋଲ ଡ୍ରିଙ୍କ କମ୍ପାନୀ ମାନଙ୍କୁ ଚିନ୍ତା ଘାରିଛି । ଭାରତରେ ବିକ୍ରି ହେଉଥିବା ସମସ୍ତ ଛୋଟ କୋଲଡ୍ରିଙ୍କ ପ୍ୟାକ୍ରେ ପ୍ଲାଷ୍ଟିକ୍ ଷ୍ଟ୍ର ହିଁ ଲାଗିଥାଏ । ହଠାତ୍ ଏଭଳି…

ପ୍ଲେ ଷ୍ଟୋରରେ ଉପଲବ୍ଧ ବେଆଇନ୍ ଲୋନ୍ ଆପ ହଟାଇବାକୁ ଗୁଗୁଲକୁ EOWର ଚିଠି

ଭୁବନେଶ୍ୱର: ପ୍ଲେ ଷ୍ଟୋରରେ ଥିବା ବିଭିନ୍ନ ବେଆଇନ୍ ଲୋନ୍ ଆପକୁ ନେଇ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି । ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ଗୁଗୁଲକୁ ଚିଠି ଲେଖାଯାଇଛି । ଯେଉଁଥିରେ କୋକୋ ଲୋନ୍, ଜୋଜୋ ଲୋନ୍ ଭଳି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୪୫ଟି ବେଆଇନ୍ ଲୋନ୍ ଆପ୍ ବିଷୟରେ ତଥ୍ୟ…

ଧାନ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି ଓଡିଶା ଚାଷୀଙ୍କ ପ୍ରତି ଉପହାସ: ବିଜେଡି

ଭୁବନେଶ୍ୱର, : କେନ୍ଦ୍ର ସରକାର ଗତକାଲି ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ ।  ସାଧାରଣ ଏବଂ ଏ ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ୟୁଣ୍ଟାଲ ପିଛା ୧୦୦ ଟଙ୍କାକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏହି ବୃଦ୍ଧିକୁ ବିଜେଡି ପକ୍ଷରୁ ନାପସନ୍ଦ…

ଭିଜିଲାନ୍ସ ହାତରେ ଯାଜପୁର ତହସିଲର ପୂର୍ବତନ ନାଜିର; ଛଅ ବର୍ଷ ଥିଲେ ଫେରାର

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ଗୁରୁବାର ଯାଜପୁର ତହସିଲର ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଗିରଫ କରିଛି । ୪.୯୫ କୋଟି ଟଙ୍କାର ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଖୋଜୁଥିଲା । ୨୦୧୬ ମସିହାରୁ ସେ ଲୁଚିଲୁଚି ବୁଲୁଥିଲେ । ଗୁରୁବାର ସକାଳେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍…

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ୨୧ରେ ଭୋଟ୍ ଗଣତି

ନୂଆଦିଲ୍ଲୀ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ପ୍ରେସମିଟରେ ଜାତୀୟ ନିର୍ବାଚନ କମିଶନର ରାଜୀବ କୁମାର ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସରୁଛି । ତା ପୂର୍ବରୁ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ…

ରାଜଧାନୀରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ହତ୍ୟା ପରେ ଝିଅର ତଣ୍ଟି କାଟିଦେଲା

ଭୁବନେଶ୍ୱର: ସ୍ତ୍ରୀ ଦରମାରେ ଚଳୁଥିଲା । ନିଜର କିଛି ରୋଜଗାର ନଥିଲା । ସ୍ତ୍ରୀ ପାଉଥିବା ଦରମାରେ ଡରାଇ ଧମକାଇ ନିଶା ବି ଖାଉଥିଲା । ଆଉ ସେଇ ନିଶାରେ ଏବେ ରୋଜଗାରିଆ ସ୍ତ୍ରୀକୁ ମାରି ଦେଇଛି ସ୍ୱାମୀ । ଖାଲି ସ୍ତ୍ରୀକୁ ମାରିନି ନିଜ ୬ ବର୍ଷର ଝିଅକୁ ବି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛି…