ସନେଟ : ତୁମେ କି ଆସୁଛ
ରଞ୍ଜିତା ହୋତା
ତୁମେ କି ଆସୁଛ ଶୁଭ୍ର ଶରତେ କାଶ ଫୁଲ ହାସ ନେଇ?
କାସାରେ କାସାରେ ଫୁଟେ କୁମୁଦିନୀ, ତବ ଆଗମନ ପାଇଁ
ଗଙ୍ଗଶିଉଳି ବୁକୁରେ ବୁକୁରେ, ମୁଗ୍ଧ ମହକ ଭରା,
ଆଦ୍ୟ ଶିଶିର ସ୍ୱଚ୍ଛ, ଶୀତଳ,ମଧୁର ପୀୟୂଷ ବୋଳା।
ଦୁଆରେ ଦୁଆରେ ଦ୍ଵେଷର କାଳିମା, ଅହମିକା କଳା ଛାଇ,…