Latest Odisha News

BREAKING NEWS

ଜୁନ୍ ୨ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ: ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା

ଭୁବନେଶ୍ବର: ଜୁନ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ।  ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ ୨ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଭିତରେ ଖାତା ଦେଖା ଶେଷ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା…

କଟକ ଗୁପଚୁପ୍ ଖାଉଥିଲେ ସାବଧାନ ! ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଗୁପଚୁପ୍ ପ୍ରସ୍ତୁତି

କଟକ: ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା  ପର୍ଯ୍ୟନ୍ତ ନକଲି  । ସେହିପରି ଦୂଷିତ ଖାଦ୍ୟ ବିକ୍ରିରେ ବି ଆଗରେ କହିଲେ ଭୁଲ ହେବ ନାହିଁ । ଏଠି ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି…

ବାଘ ଛୁଆ ପରେ ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ : ବିଷାକ୍ତ ସାପ ଦଂଶନ ସନ୍ଦେହ

ଭୁବନେଶ୍ବର :  କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେଏହି ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ଏହାପରେ…

ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗ: ତଡ଼ା ଖାଇଲେ ପ୍ରଧାନଶିକ୍ଷକ

କେନ୍ଦୁଝର  : ମହଙ୍ଗା ପଡ଼ିଲା ନକଲି ସାର୍ଟିଫିକେଟ୍ ଦେଇ ସରକାରୀ ଚାକିରି କରିବା । ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରାଙ୍କୁ ଚାକିରିରୁ ନିଲମ୍ବିତ…

କବିତା : ଅଳକାନନ୍ଦା

ସ୍ନିଗଧା ନାୟକ ନୀଳ ଜୀମୂତ ଆକାଶ କୋଳେ ଯେବେରେ ଦୋଳି ଖେଳେ , ତଟିନୀ ତଟେ ପୁଛ ଖେଳଇ କେକୀ ନାଚଇ ଧିରେ । ପ୍ରୀତି ପୂରବି ରାଗିଣୀ ତୋଳି ମଧୁ ଯାମିନୀ ଶେଷେ, ନବୀନବାଳା ସତେ କି ହସେ ପରାଚୀ ତୁଠ ଦେଶେ । ଗବାକ୍ଷ ଛୁଇଁ ଯାଉଛି ନଇଁ ଦୂରେ କୁମୁଦ ପତି, ମନ ସିଲଟେ ଲେଖୁଛି…

ଜାତୀୟ ଜୁନିୟର ହକି: ସେମିରେ ହାରିଲା ଓଡିଶା

ଭୁବନେଶ୍ୱର: ତାମିଲନାଡୁର କୋଭିଲପାଟ୍ଟିରେ ଅନୁଷ୍ଠିତ ଜାତୀୟ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶା ସେମିଫାଇନାଲରେ ପରାଜିତ ହୋଇଛି । ଚଣ୍ଡୀଗଡ ବିପକ୍ଷ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନିର୍ଦ୍ଧାରିତ ସମୟରେ ପରସ୍ପର ବିରୋଧରେ ୨ଟି ଲେଖାଏ ଗୋଲ ସ୍କୋର କରିଥିଲେ । ଚଣ୍ଡୀଗଡ ପେନାଲ୍ଟି…

ବ୍ରହ୍ମପୁରରେ ଲିଙ୍ଗ ନିରୂପଣ ରାକେଟ; ଅଲଟ୍ରାସାଉଣ୍ଡ ମାଲିକ ସମେତ ୧୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ସହରରେ ଚାଲିଥିବା ବେଆଇନ ଲିଙ୍ଗ ନିରୂପଣ ରାକେଟ୍‌କୁ ଧରିଛି । ଅଲଟ୍ରାସାଉଣ୍ଡ କେନ୍ଦ୍ରର ମାଲିକଙ୍କ ସମେତ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମାନେ ହେଲେ ଆଙ୍କୁଲି ଆନନ୍ଦ ନଗର ସ୍ଥିତ ଅଲଟ୍ରାସାଉଣ୍ଡ କେନ୍ଦ୍ରର ମାଲିକ ଦୁର୍ଗା ପ୍ରସାଦ ନାୟକ(୪୧), ନିଗମ…

ଭାରତ କମେଇଲା ତେଲ ଦର, ପାକିସ୍ତାନ ବଢ଼େଇଲା ୩୦ ଟଙ୍କା

ଭୁବନେଶ୍ୱର: ଗୋଟିଏ ପଟେ ଭାରତ ପେଟ୍ରୋଲ ଓ ଡିଜେଲ ଦର କମେଇଥିବା ବେଳେ ପଡ଼ୋଶୀ ପାକିସ୍ତାନରେ ବଢ଼ିଛି ଆକାଶ ଛୁଅାଁ ଇନ୍ଧନ ଦର । ଗୁରୁବାର ପେଟ୍ରୋଲିୟମ ଉତ୍ପାଦରେ ଲିଟର ପିଛା ୩୦ ଟଙ୍କା ବଢ଼ାଇଛି ପାକିସ୍ତାନ । ଅର୍ଥ ମନ୍ତ୍ରୀ ମିଫତା ଇସମାଇଲ ଲିଟର ପିଛା ୩୦ ଟଙ୍କା ବଢ଼ିବା ସୂଚନା ଦେଇଥିଲେ ।…

ସୀମାକୁ ମିଳିଲା କୃତ୍ରିମ ଅଙ୍ଗ, ଏଥର ଚାଲି ଚାଲି କରି ଯିବ ସ୍କୁଲ

ଜମୁଇ:ଗୋଟିଏ ପାଦରେ ଡେଇଁ ଡେଇଁ ସ୍କୁଲ ଯାଉଥିବା ଜମୁଇର ସୀମା ଏଥର ଚାଲି ଚାଲି କରି ସ୍କୁଲ ଯାଇପାରିବ । ସୀମାର ଡେଇଁ ଡେଇଁ ଯିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛି । ଜିଲ୍ଲାପାଳ ଅବନୀଶ କୁମାର ସିଂ ନିଜେ ସୀମାଙ୍କ ଘରକୁ ଯାଇ ପାଦର…

ଏମ୍ସ ଭୁବନେଶ୍ୱରରେ କର୍କଟ ଏବଂ ରକ୍ତ କର୍କଟ ରୋଗୀଙ୍କ ପାଇଁ ସ୍ପେଶାଲ ଆଇସିୟୁ

ଭୁବନେଶ୍ୱର: କର୍କଟ ଏବଂ ରକ୍ତ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସାମଗ୍ରୀକ ଚିକିତ୍ସା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି / ହେମାଟୋଲୋଜି ବିଭାଗ ପକ୍ଷରୁ ସ୍ପେଶାଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି। ୭ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବାକୁ ଗୁରୁବାର ଏମ୍ସ…