Latest Odisha News
Browsing Category

କୋରାପୁଟ

Koraput

ପଥର ଖୋଳିବା ବେଳେ ଖସିଲା ମାଟି ଅତଡା, ୨ ଶ୍ରମିକ ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଅଘଟଣ । ବୋରିଗୁମ୍ମା ବ୍ଲକ କଣାଗା ପାହାଡରେ ପଥର ଖୋଳିବା ସମୟରେ ମାଟି ଧସି ହୋଇ ଦୁଇ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ଦୁଇଜଣ ଶ୍ରମିକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲରେ ଦୁଇ ଜଣ…

ଏସବିଆଇ ବ୍ୟାଙ୍କରୁ ସୁନା ଚୋରି , ପୋଲିସର ଛାନଭିନ୍ ଜାରି

କୋରାପୁଟ : ବ୍ୟାଙ୍କରେ କଳାକନା ବୁଲାଇଲେ ଚୋର । କୋରାପୁଟ ଲକ୍ଷ୍ମୀପୁର ଏସବିଆଇ ବ୍ୟାଙ୍କରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏସବିଆଇ ବ୍ୟାଙ୍କରୁ ପ୍ରାୟ କୋଟଏ ଟଙ୍କାର ସୁନା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରାୟ ୧୬ଶହ ୧୦ ଗ୍ରାମ ସୂନା ଚୋରି ହୋଇଥିବା ବ୍ୟାଙ୍କ ମ୍ୟାନେଜର…

ବିଦ୍ୟୁତ ତାର ନେଇଥିଲା ଜୀବନ ,ଷଡଯନ୍ତ୍ର ରଚିଥିଲେ ଭାଇ

କୋରାପୁଟ : ବହୁଚର୍ଚ୍ଚିତ କୋରାପୁଟ ଜିଲ୍ଲା ବୋରିଗୁମା ଚିଲିଗୁଡା କାଜୁ ବାଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ଯୁବତୀଙ୍କ ସହ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ଯାଇଥିବା ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଶେଷରେ ଏହି ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି…

ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କମାରଗୁଡା ଛକ ମାରଦା ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ପ୍ରାୟ ୬କ୍ୱିଣ୍ଟାଲ ୬୫ କେଜିର ଗଞ୍ଜେଇ ଜବତ ହୋଇଛି । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଜବତ…

ଗନ୍ ପଏଣ୍ଟରେ ମହିଳାକୁ ଦୁଷ୍କର୍ମ ଘଟଣା: ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ଜୟପୁର: ଜୟପୁର ବାଗମୁଣି ଗାଁ ଗଣ ଗଣଦୁଷ୍କର୍ମ ଘଟଣା । ସ୍ୱାମୀ ଓ ପୁଅକୁ ଗନ୍ ପଏଣ୍ଟରେ ରଖି ମହିଳାଙ୍କୁ ଦୁଷ୍କର୍ମ ଘଟଣା ଆଜକୁ ଦୀର୍ଘ ୬ ଦିନ ବିତି ଯାଇଥିଲେ ବି ପୋଲିସ ମାମଲା ରୁଜୁ କରି ଚୁପ ବସିଛି । ଏନେଇ ଆଜି ଜୟପୁରରେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ସକାଳ ୬ଟା ରୁ…

ଗଞ୍ଜେଇ ଚାଲାଣ କରି ୩ ଗିରଫ, କାର ଓ ବାଇକ୍ ଜବତ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି । ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଧରି କାରରେ ଜୟପୁର ଦେଇ ହରିୟାନା ଚାଲାଣ ହେଉଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ଖବର ପାଇଥିଲେ । ଖବର ପାଇ ସଦର ଥାନାର ଏକ ଟିମ…

ଓଲଟିଲା OSRTC ବସ୍, କୁହୁଡ଼ିରେ ଦେଖାଗଲାନି ରାସ୍ତା

ଜୟପୁର(କୋରାପୁଟ): କୁହୁଡ଼ିରେ ଦେଖାଗଲାନି ରାସ୍ତା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଲା OSRTC ବସ୍ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ବିଶାଖାପାଟଣାରୁ ଉମରକୋଟ ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି ।…

କୋରାପୁଟ ଗସ୍ତରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କୋରାପୁଟ: ଆଜି କୋରାପୁଟ ଜିଲ୍ଲା ଗ୍ରସ୍ତ କରିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲୀଧର । ତାଙ୍କୁ ଓକିଲ ସଂଘ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ଇ-ସର୍ଭିସ ଅଫ ଆଡଭୋକେଟ୍ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଜିଲ୍ଲା କୋର୍ଟ…

କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ । ରେଡ୍ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ପୋଲିସ । ଜିଲ୍ଲାର ବାଲେର ଗାଁରେ ଲମତାପୁଟ ଓ ମାଛକୁଣ୍ଡ ଥାନା ପୋଲିସର ମିଳିତ ରେଡ୍ ବେଳେ ମିଳିଛି ୧୩ କ୍ୱିଣ୍ଟାଲ ୫୭ କିଲୋ ଗଞ୍ଜେଇ । ୫୮ଟି ବସ୍ତାରେ ଏସବୁ ଗଞ୍ଜେଇ ଭର୍ତ୍ତି…

ଗନ୍ ପଏଣ୍ଟରେ ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ

କୋରାପୁଟ: ପୁଣି ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା । ବନ୍ଧୁକ ମୁନରେ ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗ୍ରାମରୁ । ଏନେଇ ରବିବାର ଜୟପୁରର ମହିଳା ଥାନାରେ ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି । ଶନିବାର ରାତିରେ…