Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀଲଙ୍କାରେ ହିଂସା ଉସକାଉଥିବା ବ୍ୟକ୍ତିକୁ ଗୁଳି କରିବାକୁ ନିର୍ଦ୍ଦେଶ

କଲମ୍ବୋ: ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର କହିଛି ଯେ ଏକ ଅପ୍ରତ୍ୟାଶିତ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଦେଶର ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ତେବେ ଏହି ସମୟରେ ଅନେକ ହିଂସା ପରାୟଣ ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତା ଘାଟ ବନ୍ଦ କରିବା ସହିତ ପୋଡା ଜଳା…

୯ ମଦ୍ୟପ ପାଇଲଟଙ୍କୁ ନିଲମ୍ବିତ କଲା ଡିଜିସିଏ

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ଏପ୍ରିଲ ମାସ ଶେଷ ସୁଦ୍ଧା ୯ ଜଣ ପାଇଲଟ୍ କାର୍ଯ୍ୟସ୍ଥଳରେ ମଦ ପିଇ ସସପେଣ୍ଡ ହୋଇଛନ୍ତି । ଏହି ପାଇଲଟ୍ ମାନେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଫ୍ଲାଇଟ୍ ଉଡେଇବାକୁ ଗଲାବେଳେ ଧରାପଡ଼ିଛନ୍ତି । ସୌଭାଗ୍ୟବଶତଃ ଏମାନେ ବିମାନ ଚଢ଼ିବା ଆଗରୁ ଆଲକୋହଲ ଟେଷ୍ଟ ହୋଇଛନ୍ତି…

ତରବରରେ ସାନିଟାଇଜର ପିଇଦେଲେ ଆଥଲେଟ୍

ଭୁବନେଶ୍ୱର: ଜାପାନରେ ୟାମାନାଶି ହାଇସ୍କୁଲ୍ ର ତିନି ଜଣ ଆଥଲେଟ୍ ତରବରରେ ପାଣି ବଦଳରେ ସାନିଟାଇଜର ପିଇ ହସ୍ପିଟାଲରେ ପଡ଼ିଛନ୍ତି । ଏକ ୫ କିଲୋମିଟର ୱାକ୍ ରେସ୍ ବେଳେ ଭୁଲ୍ ରେ ସାନିଟାଇଜର ମିଶା ଡ୍ରିଙ୍କ୍ସ ପିଇଦେଇଥିଲେ । ଏହା ପରେ ତିନି ଜଣ ଯାକ ଆଥଲେଟ୍ ଅସୁସ୍ଥ ହୋଇଯାଇଛନ୍ତି । ଏହି…

୮୭ ବର୍ଷ ବୟସରେ ୧୦ମ, ଦ୍ୱାଦଶ ପାସ କଲେ ଓମ ପ୍ରକାଶ ଚୌତାଲା

ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ୮୭ ବର୍ଷ ବୟସରେ ଉଭୟ ୧୦ମ ଓ ଦ୍ୱାଦଶ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ହରିୟାଣା ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ମାର୍କଶିଟ ପ୍ରଦାନ କରାଯାଇଛି । ମହାରାଣା ପ୍ରତାପଙ୍କ ୪୨୮ତମ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମରେ ଚୌତାଲ…

ଆର ପାରିରେ ମହାନ ସନ୍ତୁର ବାଦକ ପଣ୍ଡିତ ଶିବକୁମାର

ମୁମ୍ବାଇ: ଭାରତର ମହାନ ସନ୍ତୁର ବାଦକ ତଥା ସଙ୍ଗୀତକାର ପଣ୍ଡିତ ଶିବକୁମାର ଶର୍ମାଙ୍କ ଆଜି ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କିଡନୀ ସମସ୍ୟା ଯୋଗୁ ସେ ୬ ମାସ ଅସୁସ୍ଥ ଥିଲେ ହଠାତ ହୃଦଘାତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା ।…

ଦ୍ରାବିଡ ବିଜେପିରେ ଯୋଗ ଦେବା ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦି ୱାଲ ଭାବେ ପରିଚିତ ରାହୁଲ ଦ୍ରାବିଡ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ହିମାଚଳ ପ୍ରଦେଶରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ବିଜେପିର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟସମିତି ଆୟୋଜିତ ହେବ । ଏଥିରେ ଦ୍ରାବିଡ ଯୋଗ ଦେବେ ବୋଲି ଜଣାପଡିବା…

ଦାନିଶ ସିଦ୍ଦିକଙ୍କୁ ମିଳିଲା ୨ୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଗୋଷ୍ଠୀ କବଜା କଲାବେଳେ ରିପୋର୍ଟିଂ କରି ପ୍ରାଣ ହରାଇଥିବା ଭାରତୀୟ ସାମ୍ବାଦିକଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନ କରାଯାଇଛି । କୋଭିଡ ସମୟରେ ଚମତ୍କାର ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ୩୯…

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଭାରତର ଲମ୍ବା ବଲପେନ

ନୂଆଦିଲ୍ଲୀ: ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ଭାରତର ଲମ୍ବା ବଲପେନ । ଆଚାର୍ଯ୍ୟ ମକୁନରୀ ଶ୍ରୀନିବାସ ଏହି ପେନ ତିଆରି କରିଥିଲେ । ବିଶ୍ୱର ଏହି ବଡ ବଲ ପଂଏଟ ପେନର ଲମ୍ବା ୫.୫ ମିଟର ଓ ଓଜନ ୩୭.୨୩ କିଲୋଗ୍ରାମ । ସାଧାରଣ ବଲପେନଠାରୁ ଏହା ୩୮ଗୁଣା ବଡ । ଗିନିଜ ବୁକ ଅଫ…

ଲଙ୍କା ଜଳୁଛି: ମହିନ୍ଦା ରାଜପକ୍ସେଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶ୍ରୀଲଙ୍କାରେ ସ୍ଥିତି ବିଗିଡିବାରେ ଲାଗିଛି । ଖରାପ ଆର୍ଥିକ ସଂକଟ ଭିତରେ ଦେଶରେ ଜରୁରିକାଳୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀଙ୍କ ଚାପରେ ଗତକାଲି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ ଇସ୍ତଫା ଦେଇଥିଲେ । ଏହାପରେ ଶ୍ରୀଲଙ୍କାରେ ବିଭିନ୍ନ ସ୍ଥାନରେ…

ଅଣ୍ଡର ୱାର୍ଲ୍ଡ ଡନ ଦାଉଦଙ୍କ ସହଯୋଗୀ ଘରେ ଏନଆଇଏ ରେଡ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ଏନଆଇଏ ରେଡ କରିଛି । ମୁମ୍ବାଇରେ ୨୫ ଏବଂ ଥାଣେ ୪ଟି ସ୍ଥାନ ଉପରେ ଘନ ଘନ ଚଢ଼ାଉ ଜାରୀ ରହିଛି । ଛୋଟା ସକୀଲ, ଜାଭେଦ ଚିକନା, ଟାଇଗର ମେନନ, ଇକବଲ ଗିର୍ଚି, ଦାଉଦର ଭଉଣୀ ହସିନା ପାରକର ଏବଂ ସେମାନଙ୍କ ସହ ଜଡିତ ଲୋକ ଏବଂ…