Latest Odisha News

BREAKING NEWS

Browsing Category

ଫିଚର

ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯାତନା ଓ ଅସଦାଚାରଣର ଲମ୍ବା ତାଲିକା- ଲେଖାଶ୍ରୀ

ଭୁବନେଶ୍ୱର: ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି । ମହିଳା ମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛନ୍ତ ବିଜେଡିର । ହେଲେ ବିଜେଡ଼ି ମୁଖପାତ୍ର ସବୁବେଳେ ମୂଳ କଥାର ଉତର ନ ଦେଇ ବୁଲେଇ ବଙ୍କେଇ କହୁଛନ୍ତି  । …

ଏଣିକି ସପ୍ତାହରେ ୬ଦିନ ରାଷ୍ଟ୍ରପତି ଭବନ ବୁଲି ପାରିବେ ସାଧାରଣ ଜନତା

ନୂଆଦିଲ୍ଲୀ: ଆସନ୍ତା ମାସରୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ଦିନ ସାଧାରଣ ଜନତାଙ୍କ ପାଇଁ ଖୋଲିବ । ପ୍ରଥର ଥର ପାଇଁ ସାଧାରଣ ଜନତାଙ୍କୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ ଦିନ ବୁଲି ଦେଖିବାର ସୁଯୋଗ ମିଳିବ  । ଏ ନେଇ ସୂଚନା ରାଷ୍ଟ୍ରପତି ଭବନ ଦାୟିତ୍ୱରେ ଥିବା ଅଧିକାରୀ ମଙ୍ଗଳବାର ଦେଇଛନ୍ତି…

ହିନ୍ଦ୍ ମହାସାଗାରରେ ଓଲଟି ପଡ଼ିଲା ଚୀନ ଜାହାଜ; ୩୯ ନିଖୋଜ, ସର୍ଚ୍ଚ ଅପରେସନ ଜାରୀ

ବେଜିଂ: ହିନ୍ଦ ମହାସାଗାରରେ ଓଲଟିପଡ଼ିଲା ମାଛ ମାରୁଥିବା ଚୀନ ଜାହାଜ ଲୁ ପେଙ୍ଗ ୟୁଆନ ୟୁ ୦୨୮ । ଗତକାଲି ୩ଟା ବେଳେ ଜାହାଜଟି ଓଲଟିପଡ଼ିବାରୁ ୩୯ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ଜାରି ରହିଛି। ଜାହାଜରେ ମୋଟ ୩୯ ଜଣ ଥିବା ବେଳେ ୧୭ ଜଣ ଚୀନ ଜାହାଜ ଚାଳକ ୧୭ ଇଣ୍ଡୋନେସିଆର…

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ; ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢଉ

ବ୍ରହ୍ମପୁର:ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ ଭିଜିଲାନ୍ସ ଜାଲରେ । ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କ ଘର ରେଡ କରାଯାଇଛି । ଏକକାଳୀନ ୭ଟି ଘରେ ଚଢଉ ଚାଲିଥିବା ଜଣାଯାଇଛି । ମିଳିଥିବା ଖବର ଅନୁଯାୟୀ, ସଞ୍ଜୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିବା ନେଇ…

ମ୍ୟାମାଁରରେ ତାଣ୍ଡବ ରଚୁଛି ବାତ୍ୟା ‘ମୋକା’; ଗଲାଣି ୮୧ ଜୀବନ

ନୂଆଦିଲ୍ଲୀ: ବାତ୍ୟା ‘ମୋକା’ ଏବେ ମ୍ୟାମାଁରରେ ତାଣ୍ଡବ ରଚୁଛି । ମୋକା ପ୍ରଭାବରେ ସେଠାରେ ୮୧ ଜଣଙ୍କର ମୃତ୍ୟୁ ଘଟିଲାଣି । ଅନେକ ନିଖୋଜ ଅଛନ୍ତି । ସେମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ହଜାର ହଜାର ଘର ମାଟିରେ ମିଶି ଯାଇଛି । ପ୍ରଥମେ ମୋକା ମ୍ୟାଁମାରର ଉପକୂଳବର୍ତ୍ତୀ …

ବାହାଘର ଭୋଜି ଖାଇ ଫେରୁଥିଲେ; ବାଟରେ ଚାଲିଗଲା ୨ ଜଣଙ୍କ ଜୀବନ

ବଡବିଲ:ବାହାଘର ଭୋଜି ଖାଇ ଫେରୁଥିଲେ । ଆଉ ଅଳ୍ପ ସମୟ ପରେ ହୁଏତ ଘରେ ପହଞ୍ଚିଥାନ୍ତେ । ହେଲେ କିଏ ଜାଣିଥିଲା ସେମାନେ ଆଉ ଘରକୁ ଫେରିବେନି ବୋଲି ? ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ବୋଲେରୋ ଗଛରେ…

ବସ୍‌ ଓ ପିକ୍‌ଅପ୍ ଭ୍ୟାନ୍ ଧକ୍କା; ୧୧ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି

ବୌଦ୍ଧ: ବିଳମ୍ବିତ ରାତିରେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହେଲେ ବସ୍‌ ଓ ପିକ୍‌ଅପ୍ ଭ୍ୟାନ୍। ଏଥିରେ ୧୧ ଜଣ ଯାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ଅନ୍ତର୍ଗତ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ। ମିଳିଥିବା ସୂଚନା…

ସଂଧ୍ୟା ୬ରୁ ରାତି ୧୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉ ଦର୍ଶନ କରିପାରିବେନି ଭକ୍ତ

ପୁରୀ: ଆଜି(ବୁଧବାର) ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିରରେ ଶ୍ରୀ ଜୀଉ ଦର୍ଶନ। କାରଣ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦିଅଁ ଦର୍ଶନ ମନା ରହିଛି। ରତ୍ନବେଦୀରେ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ। ସଂଧ୍ୟା ୬ଟାରୁ  ୪ ଘଣ୍ଟା ଲାଗି…

ଗଞ୍ଜାମ ପାଇବ ଚତୁର୍ଥ ଜାତୀୟ ଜଳ ପୁରସ୍କାର

ବ୍ରହ୍ମପୁର: ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ପାଇବା ନିମନ୍ତେ ଘୋଷଣା ହୋଇଛି । ଏଥି ସକାଶେ ଭାରତ ସରକାରଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି…

ପୁରୀ ସମୁଦ୍ର ବେଳାଭୂମିରେ ହଜାର ହଜାର ମୃତ ଜେଲି ଫିସ୍

ପୁରୀ : ପୁରୀ ସହରରେ ଥିବା ସମୁଦ୍ର ବେଳାଭୂମିରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ହଜାର ହଜାର ଜେଲି ଫିସର ଶବ ଭାସୁଥିବାର ଦେଖିବାକୁ ମିଳିଛି। ସକାଳେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକମାନେ ପ୍ରଥମେ ମୃତ ଜେଲିଫିସ୍ କୂଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ…