Latest Odisha News

BREAKING NEWS

Browsing Category

ଫିଚର

ସିଦ୍ଧୁଙ୍କ ହତ୍ୟା ନେଇ ମୁହଁ ଖୋଲିଲେ ଗୋଲ୍ଡି: ଆମ ଭାଇଙ୍କୁ ମାରିଥିଲେ, କୌଣସି ଅନୁଶୋଚନା ନାହିଁ

ଚଣ୍ଡୀଗଡ: ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ନେଇ ଆଜି ମୁହଁ ଖୋଲିଛନ୍ତି ଗୋଲ୍ଡି ବରାଡ । ଗ୍ୟାଙ୍କଷ୍ଟାର ଲରେନ୍ସ ବିଶ୍ନୋଇର ସାଥୀ ଗୋଲ୍ଡି ଖୋଲାଖୋଲି ଭାବେ କହିଛନ୍ତି ସିଦ୍ଧୁଙ୍କ ହତ୍ୟା ନେଇ ଆମ ମନରେ କୌଣସି ଅନୁଶୋଚନା ନାହିଁ । ସେ ଆମ ଭାଇ ଭଳି ସାଥୀ ବିକ୍କି ମିଡ୍ଡୁଖେଡାଙ୍କ ହତ୍ୟା ପଛର…

ବ୍ରହ୍ମପୁରରେ ବୁଷ୍ଟର ଡୋଜ୍‌: ପ୍ରଥମ ଦିନରେ ୨୩ ଶହଙ୍କୁ ମିଳିଲା ଟୀକା

ବ୍ରହ୍ମପୁର:ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାର ମୁକାବିଲା ପାଇଁ ବ୍ୟାପକ ଟିକାକରଣ ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଅଧିକରୁ ଅଧିକ କ୍ୟାମ୍ପ ଆୟୋଜନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ବ୍ରହ୍ମପୁର…

ଦେଶ ଛାଡି ଯାଇ ପାରିବେନି ମହିନ୍ଦା ରାଜପକ୍ଷ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଦେଶ ଛାଡି ଯାଇପାରିବେ ନାହିଁ ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କ ଦୁଇ ଭାଇ ଏବଂ ମନ୍ତ୍ରୀ ବାସିଲ ରାଜପକ୍ଷଙ୍କ ଉପରେ ମଧ୍ୟ ଏହି କଟକଣା ଲାଗୁ କରାଯାଇଛି । ଏମାନଙ୍କ ଭାଇ ତଥା ପୂର୍ବତନ ରାଷ୍ଟ୍ରପତି…

ଥାଇଲାଣ୍ଡରେ କମାଲ କଲେ ପଶୁ ଡାକ୍ତର ଟିମ: ସିପିଆର ଦେଇ ବଂଚାଇଲେ ମାଆ ଓ ଛୁଆ ହାତୀଙ୍କୁ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଏକ ପଶୁ ଡାକ୍ତର ଟିମର ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରିବାରେ ଲାଗିଛି । ସେମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁ ଏକ ମାଆ ଓ ଛୁଆ ହାତୀଙ୍କୁ ବଂଚା ଯାଇପାରିଥିଲା । ଏହାର ଭିଡିଓ ସୋସିଆଲ ସାଇଟରେ ଶେୟାର ହେବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଘଟଣାଟି ଏହିପରି..…

ରୁବିୟା ସଏଦଙ୍କୁ ଅପହରଣ କରିଥିଲେ ୟାସିନ ମଲିକ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସଏଦଙ୍କ ଝିଅ ରୁବିୟା ସଏଦ ଅପହରଣ ଘଟଣାରେ ଶୁକ୍ରବାର ବଡ ଖୁଲାସା ହୋଇଛି । ସିବିଆଇର ସ୍ୱତନ୍ତ୍ର ଅଦାଲତରେ ରୁବିୟା ତାଙ୍କୁ ଅପହରଣ କରିଥିବା ୟାସିନଙ୍କ ସମେତ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରିଛନ୍ତି । ପିଡିପି ମୁଖ୍ୟ ମେହବୁବା…

ଡିଜିଟାଲ୍ ମିଡିଆ ପାଇଁ ବିଲ୍ ଆଣିବେ ସରକାର

ନୂଆଦିଲ୍ଲୀ: ଡିଜିଟାଲ୍ ମିଡିଆ ନ୍ୟୁଜ୍ ପ୍ଲାଟଫର୍ମକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସରକାର ସଂସଦରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିରେ ନ୍ୟୁଜ୍ ପୋର୍ଟାଲର ପଞ୍ଜିକରଣ କରାଯିବ । ଦି ରେଜିଷ୍ଟ୍ରେସନ ଅଫ୍ ପ୍ରେସ୍…

ରାଇକିଆରେ ମହିଳାଙ୍କ ମୃତ ଦେହ ଜବତ, ହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଜାରି

ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଦିଙ୍ଗିଆ ପଞ୍ଚାୟତର ଆମ୍ବେଦକର ନଗରରେ ଜଣେ ଯୁବତୀଙ୍କ ମୃତ ଦେହ ମିଳିଛି । ଶୁକ୍ରବାର ସକାଳୁ ଗ୍ରାମବାସୀ ଘଟଣା ବିଷୟରେ ଜାଣିବା ପରେ ରାଇକିଆ ପୋଲିସ ମୃତଦେହ ଜବତ କରିଛି । ବୁଧିଆପଙ୍ଗା ଗ୍ରାମ ମୃତ ଯୁବତୀଙ୍କ ଘର। ଗୁରୁବାର ସକାଳୁ…

ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସରେ ମର୍ଡର, ଝଗଡ଼ା ପରେ ଭୁସି ଦେଲେ ଛୁରି

ବ୍ରହ୍ମପୁର: ଚଳନ୍ତା ଟ୍ରେନରେ ମର୍ଡର । ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସରେ ହତ୍ୟାକାଣ୍ଡ । ଶୁକ୍ରବାର ଅପରାହ୍ଣରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନ ନିକଟରେ ଚେନ୍ନାଇ-ହାୱଡା ଏକ୍ସପ୍ରେସ ଟ୍ରେନରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଟ୍ରେନ୍‌ ଭିତରେ କୌଣସି ଏକ ବିଷୟକୁ ନେଇ ପ୍ରଥମେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବ୍ଲକର ବିଭିନ୍ନ ଗାଁରେ ସଂଖ୍ୟାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଟିକିରି ଗାଁର ଧୋବା ମାଝୀ ଓ ଦୁଡୁକାବାହାଲ ଗାଁର ସବିତା ନାଏକଙ୍କ ମୃତ୍ୟୁ ହୋଇଥିଲା ।…

ସରପଞ୍ଚ ସମର୍ଥକଙ୍କ ଟାହି-ଟାପରା ସହି ନପାରି ଯୁବତୀଙ୍କ ଆତ୍ମହତ୍ୟା

ପାଟକୁରା: ଅସଦାଚରଣକୁ ସହ୍ୟ ନକରି ପାରି ଯୁବତୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମୁଦା ଗ୍ରାମର ପିଙ୍କି ଓରଫ ଶୁଭଶ୍ରୀ ସୁଭଦର୍ଶିନୀ ସ୍ୱାଇଁ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗତ ମାସ ଜୁନ ୧୭ରେ ଯୁବତୀଙ୍କ ପରିବାର ଲୋକଙ୍କ…