Latest Odisha News

BREAKING NEWS

Browsing Category

ଫିଚର

ୱେଷ୍ଟଇଣ୍ଡିଜକୁ ୮ ଉଇକେଟରେ ହରାଇଲା ଅଷ୍ଟ୍ରେଲିଆ

ଦୁବାଇ: ଟି୨୦ ବିଶ୍ୱକପରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଅଷ୍ଟ୍ରେଲିଆ ୮ ଉଇକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ କରିଥିଲା । ଅଧିନାୟକ କିରନ ପୋଲାର୍ଡ ଦଳ ପକ୍ଷରୁ ସର୍ବାଧିକ ୪୪ ରନ କରିଥିଲେ । ଜୋଶ ହାଜେଲଉଡ ୪ଟି…

ରାଜ୍ୟରେ ପ୍ରାୟ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର : ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ଆକ୍ରାନ୍ତ ସଂଖ୍ୟା ହାସ ପାଉଥିବା ବେଳେ, ଆଶ୍ବସ୍ତି ହେଉଛନ୍ତି ଲୋକେ । ଏଭଳି ସ୍ଥିତିରେ ରାଜ୍ୟରେ ପ୍ରାୟ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି । ସ୍ବାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ…

ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ଧାରଣା

ଯାଜପୁର : ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ଧାରଣା । ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ତାଲା ପକାଇବା ସହ ଧାରଣା ଦେଇଛନ୍ତି । ବାବା ଭୈରବାନନ୍ଦ…

ସିଏରା ଲିଓନରେ ତେଲ ଟ୍ୟାଙ୍କରରେ ଭୟଙ୍କର ବିସ୍ପୋରଣ, ୯୯ ମୃତ

ଫ୍ରିଟାଉନ : ପଶ୍ଚିମ ଆଫ୍ରିକା ଦେଶ ସିଏରା ଲିଓନର ଭୟଙ୍କର ବିସ୍ପୋରଣ ।  ସିଏରା ଲିଓନର ରାଜଧାନୀ ଫ୍ରି ଟାଉନରେ ଥିବା ୱଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ବିସ୍ପୋରଣ ହୋଇଛି ।ଏଥିରେ ପ୍ରାୟ ୯୯ ଜଣ ଲୋକଙ୍କ ଜୀବନ ଚାଲିଯାଇଛି।ଶତାଧିକ ଲୋକ ଏହି ବିସ୍ପୋରଣରେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା…

କଡ଼ା ସୁରକ୍ଷାରେ ଗୁଣୁପୁର କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ଓ ଉଦୟ

ଗୁଣୁପୁର : କଡ଼ା ସୁରକ୍ଷା ମଧ୍ୟରେ ଗୁଣୁପୁର କୋର୍ଟରେ ହାଜର ହେଲେ ଦୁଇ ମାଓ ନେତା । ମାଓନେତା ହେଲେ ସବ୍ୟସାଚୀ ପଣ୍ଡା ଓ ଉଦୟଙ୍କୁ କୋର୍ଟରେ ହାଜର କରିଛି ପୋଲିସ । ସବ୍ୟସାଚୀ ପଣ୍ଡାଙ୍କୁ ଦୁଇ ଦିନରେ ୧୫ଟି ମାମଲାରେ ହାଜର କରାଯାଇଥିଲା । ସେଥି ମଧ୍ୟରୁ ଡିମିରିଗୁଡାରେ ଚାଷ ଜମିରୁ…

ଆମେରିକାରେ ୨ରୁ ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ କୋଭାକ୍ସିନ ଦେବା ନେଇ ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ : କୋଭାକ୍ସିନକୁ ନେଇ ପୁଣି ଖୁସି ଖବର । ଆମେରିକାରେ ୨ରୁ ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ କୋଭାକ୍ସିନ ଦେବା ନେଇ ଖୁବଶୀଘ୍ର ଆସିପାରେ ନିଷ୍ପତ୍ତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ସକାଶେ ଆମେରିକା ଔଷଧ ଓ ଖାଦ୍ୟ ପ୍ରଶାସନ ବା ଏଫଡିଏ ନିକଟରେ ଆବେଦନ କରିଛି ଭାରତ…

ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା , ପୁଣି ବର୍ଷିବ

ଭୁବନେଶ୍ୱର: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଶୁକ୍ରବାର ଦିନ ସୁମାତ୍ରା ଦ୍ବୀପ…

ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ନେଇ ଆସନ୍ତୁ ଜାଣିବା କଣ କହିଲେ ଜାଡେଜା

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ପରାଜୟ ଉପରେ ନିର୍ଭର କରୁଛି । ଯଦି ଆଫଗାନିସ୍ତାନ ଏହି ମ୍ୟାଚରେ ବିଜୟ ହେଲେ ଭାରତ ସେମିରେ ପ୍ରବେଶ କରିବ । ସ୍କଟଲାଣ୍ଡକୁ ହରାଇବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ମ୍ୟାଚ ସମ୍ପର୍କରେ ପଚରାଯିବାରୁ ସେ…

ନିର୍ବାଚନ ଆସିଲେ ବିରୋଧୀଙ୍କର ନାରୀ ସୁରକ୍ଷା କଥା ମନେପଡେ : ସସ୍ମିତ ପାତ୍ର

ଭୁବନେଶ୍ୱର: ମମିତା ମେହେର ହତ୍ୟା କାଣ୍ଡକୁ ନେଇ ରାଜ୍ୟରେ ରାଜନୀତି ଚାଲିଥିବା ବେଳେ। ଆଜି ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରେସମିଟ କରାଯାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସିଧାସଳଖ ଏହି ଘଟଣାକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ଆସିଲେ…

ଅହମ୍ମଦନଗର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ , ଜଳିଗଲେ ୧୦ଜଣ କରୋନା ରୋଗୀ

ମହାରାଷ୍ଟ୍ର : ମହାରାଷ୍ଟ୍ର ଅହମ୍ମଦନଗର ସିଭିଲ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଇସିୟୁରେ ନିଆଁ ଲାଗି ଯିବା ଫଳରେ ଘଟଣା ସ୍ଥଳରେ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ୬ ଜଣ ଗୁରୁତର ହୋଇପଡ଼ିଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ଏହି ଅଗ୍ନିକାଣ୍ଡ…