Latest Odisha News

BREAKING NEWS

Browsing Category

ଫିଚର

ରହସ୍ୟଘେରରେ ପାରଳାଖେମୁଣ୍ଡି ACFଙ୍କ ମୃତ୍ୟୁ, ପତ୍ନୀ ଓ ଡିଏଫଓଙ୍କ ସମେତ ୩ ଜଣଙ୍କ ନାଁରେ ହତ୍ୟା ମାମଲା

ପାରଳାଖେମୁଣ୍ଡି: ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ନାନା ପ୍ରଶ୍ନବାଚୀ ଉଠିଛି । ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ସନ୍ଦେହ କରିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ଲୋକ । ପାରଳାଖେମୁଣ୍ଡି ଥାନାରେ ପୁଅର ମୃତ୍ୟୁ ପଛରେ ତିନି ଜଣଙ୍କ ସଂପୃକ୍ତି ଅଭିଯୋଗରେ…

ବହିର ନାମ ପ୍ରେଗେନ୍ସି ବାଇବେଲ ରଖି ବିବାଦ ସୃଷ୍ଟି କଲେ କରୀନା

ମୁମ୍ବାଇ: ବଲିଉଡର ଅଭିନେତ୍ରୀ କରୀନା କାପୁର ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି । ପ୍ରେଗେନ୍ସି ସମୟର ଅଭିଜ୍ଞତା ନେଇ କରୀନା କାପୁର ଖାଁ ପ୍ରେଗେନ୍ସି ବାଇବେଲ ନାମକ ଏକ ପୁସ୍ତକ ରଚନା କରିଛନ୍ତି । ଯାହାକୁ ନେଇ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି କରୀନା ଏବଂ…

ରିଷଭ ପନ୍ଥ କରୋନା ପଜିଟିଭ୍, ଇଂଲଣ୍ଡ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆ ଟେନସନ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ କରୋନା ଦେଇଛି ଝଟକା । କରୋନା ସଂକ୍ରମିତ ହୋଇଛନ୍ତି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ । ଏହା ପୂର୍ବରୁ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ଭିତରେ ଜଣେ ସୁସ୍ଥ…

ସୋସିଆଲ ସାଇଟରେ ଝଡ ସୃଷ୍ଟି କଲା ପେସ୍‌-କିମଙ୍କ ଅନ୍ତରଙ୍ଗ ଫଟୋ

ପାଣାଜୀ: ଭେଟେରାନ ଟେନିସ ଷ୍ଟାର ଲିଆଣ୍ଡର ପେସ ଏବଂ ବଲିଉଡ ଅଭିନେତ୍ରୀ କିମ ଶର୍ମାଙ୍କ ଅନ୍ତରଙ୍ଗ ମୂହର୍ତର ଫଟୋ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଉଭୟ ଏବେ ଗୋଆରେ ଛୁଟି କାଟୁଛନ୍ତି । ୨୦୦୩ରେ କିମ୍ ଓ ଯୁବରାଜଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଥିଲା । ଏହା ପରେ ହର୍ଷବର୍ଦ୍ଧନ…

ଦିନ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଗୁରୁତ୍ୱପୂର୍ଣ୍ଣ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ତାପରେ କଣ ରହିବ ମୁକାବିଲା ରଣନୀତି । ଆଜି ଦିନ ସାଢ଼େ ୨ଟାରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ବାବଦରେ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ପ୍ରେସ ବିବୃତ୍ତି ଜାରି କରିବେ । ଜୁଲାଇ ୩୦ ତାରିଖ ଯାଏ କଣ ରହିବ କୋଭିଡ୍…

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଟାଉନ୍: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତ ସୁନ୍ଦରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ଦୀପକ କୁମାର ନାଥ ଓ ଅନୀତା ନାଥ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।…

ଓଡ଼ିଶାର ୩ ଜିଲ୍ଲାରୁ ହଟି ନପାରେ ଆଂଶିକ ଲକଡାଉନ୍ ! ଆଜି ଆସିବ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ଆଜି ନୂଆ ଗାଇଡଲାଇନ୍ ଆସିବ । ବର୍ତ୍ତମାନ କରୋନାର ସ୍ଥିତି ଓ ସଂକ୍ରମଣ ହାରକୁ ଦେଖି ସରକାର କଟକଣା କୋହଳ ନେଇ ରୂପରେଖ ପ୍ରସ୍ତୁତ କରିଛନ୍ତି । ଅନୁମାନ କରାଯାଉଛି ପାଖାପାଖି ୨୫-୨୬ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କରିପାରନ୍ତି…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ଦୁଇ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆର ଚିନ୍ତା । ଦୁଇ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ସେମାନଙ୍କ ଭିତରୁ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଖେଳାଳିଙ୍କର ଆସନ୍ତା ୧୮ ତାରିଖରେ ପୁଣି ଥରେ କୋଭିଡ୍ ଟେଷ୍ଟ କରାଯିବ ବୋଲି ସୂଚନା…

ଆଡ଼ପ ମଣ୍ଡପରେ ଆଜି ଶ୍ରୀଜିଉଙ୍କର ହେବ ବନକଲାଗି ନୀତି

ପୁରୀ: ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉମାନଙକ୍ର ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁସାରେ ମହାପ୍ରଭୁଙ୍କର ଦ୍ୱିତୀୟ ଭୋଗ…

ଓଡ଼ିଶାରୁ କରୋନା ନେଲା ଆଉ ୬୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ୬୬ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଜଣ ପ୍ରାଣ ହରାଇଛନ୍ତି । ବରଗଡ଼ ଓ…