Latest Odisha News

BREAKING NEWS

Browsing Category

ଫିଚର

ଶୁକ୍ରବାରରୁ ରାଜସ୍ଥାନରେ ନାଇଟ୍ କର୍ଫ୍ୟୁ

ରାଜସ୍ଥାନ : ସାରା ଦେଶରେ ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା । ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଲାଣି । ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ, ରାଜସ୍ଥାନରେ ମଧ୍ୟ ନିଆଯାଇଛି କଡ଼ା ପଦକ୍ଷେପ । ଆସନ୍ତା ଶୁକ୍ରବାରରୁ…

ଗଛକୁ ଧକ୍କା ଦେଲା କାର୍, ଚାଳକ ମୃତ

ଗଞ୍ଜାମ : କୋଦଳା ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ନିକଟରେ ଦୁର୍ଘଟଣା । ଗଛକୁ କାର୍ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଗାଡି ଚାଳକ ରାହୁଲ ଘୋଷ । ସୂଚନା ଅନୁସାରେ, ତାଳପଡା ଗାଁର ସୁନୀଲ ଭୂୟାଁ କାରରେ…

ମ୍ୟାକ୍ସୱେଲଙ୍କ ଲଢ଼ୁଆ ଅର୍ଦ୍ଧଶତକ, ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଗ୍ଲେନ ମ୍ୟାକ୍ସୱେଲଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ କେବଳ ଅଧିନାୟକ…

ରେମଡିସିଭିର ଉତ୍ପାଦନ ବୃଦ୍ଧିକୁ ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ : ଦେଶରେ ଦୃତ ଗତିରେ ବ୍ୟାପୁଛି କରୋନା ମହାମାରୀ । ସଂକ୍ରମଣ ବଢୁଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି ମହାମାରୀକୁ ମୁକାବିଲା କରାଯିବ ସେନେଇ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଉଛି । ହେଲେ ଏବେ ଟିକାର ଅଭାବ ଦେଖାଦେବା ପରେ ରେମଡିସିଭିର ଟିକା ତିଆରି କରୁଥିବା…

୨୦ ବର୍ଷ ପରେ ଆଫଗାନିସ୍ତାନରୁ ଫେରିବେ ଆମେରିକାର ସୈନ୍ୟ !

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନା ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ମେ ୧ରେ ଆମେରିକା ସେନା ସ୍ୱଦେଶ ଫେରିବେ ବୋଲି ଅଧିକାରୀମାନେ ଘୋଷଣା କରିଥିଲେ । ଏବେ ଏହାର ଡେଡଲାଇନ ବଢ଼ାଇ ଦିଆଯାଇଛି । ଏବେ ୧୧ ସେପ୍ଟମ୍ବରକୁ ଏହା ଘୁଂଚାଇ ଦିଆଯାଇଛି । ଏହି ଦିନ…

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ପୁରୀ : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ । ଉପନିର୍ବାଚନ ସ୍ଥଗିତ ସମ୍ପର୍କିତ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିଶନଙ୍କୁ ପଠାଯାଇଛି ।…

କରୋନା ଯୋଗୁ ଶାହାରୁଖ, ସଲମାନ ଓ ପ୍ରଭାସଙ୍କ ଫିଲ୍ମ ଶୁଟିଂରେ ବ୍ରେକ୍‌

ମୁମ୍ବାଇ: ପ୍ରାୟ ୧ ବର୍ଷ ପରେ କରୋନାରୁ ସ୍ଥିତି ସାଧାରଣ ହେଉଥିବା ବେଳେ ଅବହେଳା ଯୋଗୁ ଏହା ପୁନର୍ବାର ଭୟଙ୍କର ରୂପ ନେଇଛି । ଏହି ଜାଲରେ ସମସ୍ତେ ପଡିଥିବା ବେଳେ ବଲିଉଡ କିପରି ବାଦ୍ ପଡନ୍ତା । ବିଭିନ୍ନ ବିଗ ବଜେଟ ଫିଲ୍ମର ଶୁଟିଂ ଜୋର ସୋରରେ ଆରମ୍ଭ ହେଉଥିବା ବେଳେ ଏବେ ଏଥିରେ ବ୍ରେକ୍…

ଆଗ ବ୍ୟାଟିଂ କରିବ ବାଙ୍ଗାଲୋର

ଚେନ୍ନାଇ:ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର ମୁକାବିଲାରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ଏଠାକାର ପିଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର…

ତାତିରୁ ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ଉପରେ ବାରିପଦା ଓ ଝାରସୁଗୁଡ଼ା

ଭୁବନେଶ୍ବର : ରାଜ୍ୟରେ ତାତିରୁ ମିଳିଛି ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ହ୍ରାସ ପାଇଥିବା ବେଳେ, ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ବାରିପଦାରେ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ଥିବା ବେଳେ, ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଏନେଇ…

ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକ ୮ ବର୍ଷ ପାଇଁ ବାସନ୍ଦ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା କୋଚ ହିଥ ଷ୍ଟ୍ରିକଙ୍କୁ ୮ ବର୍ଷ ପାଇଁ ବାସନ୍ଦ କରିଛି । ୨୦୨୯ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ସେ କ୍ରିକେଟ ସହ କୌଣସି ପ୍ରକାର ଯୋଡି ହୋଇ ପାରିବେ ନାହିଁ । ଆଇସିସି ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରିଥିବା ଯୋଗୁ ସେ…