Latest Odisha News

BREAKING NEWS

Browsing Category

ଫିଚର

ବାରକୋଟରୁ ବାଘ ଛାଲ ବେପାରୀଙ୍କୁ ବାନ୍ଧିଲା ଏସଟିଏଫ୍

ଭୁବନେଶ୍ୱର: ପୁଣି ବାଘ ଛାଲ ରାକେଟର ପର୍ଦ୍ଦାଫାସ । କ୍ରାଇମବ୍ରାଞ୍ଚ ଏସଟିଫ୍ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଦେବଗଡ଼ ଜିଲ୍ଲା ବାରକୋଟ ନିକଟରୁ ସେମାନଙ୍କୁ ବାନ୍ଧିଛି ଏସଟିଏଫ୍ । ଜବତ ହୋଇଛି ଏକ କଲରାପତରିଆ ବାଘ ଛାଲ । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ସଲୋହି ଗାଁର ସୋମନାଥ ପାତ୍ର…

ଆଜି ରାଜ୍ୟରୁ ୧୧୩ କରୋନା ପଜିଟିଭ୍, ୪ ଜିଲ୍ଲାରେ ଦୁଇ ଅଙ୍କ ଉପରେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ ବଢୁଛି କରୋନା କାୟା । ଓଡ଼ିଶାରେ ବି ବଢ଼ିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୭ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪୬ଟି । ୨୧ ଜିଲ୍ଲାରୁ ନୂଆ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ…

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥୀ ଆଜିଠାରୁ ନାମାଙ୍କନ ପତ୍ର ମାର୍ଚ୍ଚ ୩୦ ତାରିଖ ଯାଏ ଦାଖଲ କରିପାରିବେ । ନାମାଙ୍କନ ପତ୍ର ଯାଞ୍ଚ ୩୧ ତାରିଖରେ ସରିବ ।…

ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବା ପରେ କିରାଣି କରୋନା ସଂକ୍ରମିତ

ବଲାଙ୍ଗିର: କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେବା ପରେ କରୋନା । ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ ଦ୍ୱିତୀୟ ଡୋଜ୍ କରୋନା ଟିକା ନେବା ପରେ ବି କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟରତ…

ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ, ଏପ୍ରିଲ୍ ୯ରୁ ଯାତ୍ରା

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ଲାଗି ସୋମବାର ବିଳମ୍ବିତ ରାତିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ବଡ଼ବଜାର ଦେଶୀବେହେରା ସାହିସ୍ଥିତ ମା’ଙ୍କ ଅସ୍ଥାୟୀ ମଣ୍ଡପ ସ୍ଥାନରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ଦୁଇ ବର୍ଷକୁ ଥରେ ମା’ଙ୍କ ଯାତ୍ରା ହୋଇଥାଏ । କୋଭିଡ୍…

ଓଡ଼ିଶାକୁ ଆଜି ଆସିବ କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ

ଭୁବନେଶ୍ୱର: କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ ମଙ୍ଗଳବାର ଦିନ ଓଡିଶା ଆସିବ। ଏଥିସହିତ ଆଉ ୯.୮୮ ଡୋଜ ଏପ୍ରିଲ୍ ୨ ସୁଦ୍ଧା ପହଞ୍ଚିବ। ଦୈନିକ ଟିକାକରଣ ୨ ଲକ୍ଷକୁ ବୃଦ୍ଧି କରିବା ଲାଗି ଓଡିଶା ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ୨୫ ଲକ୍ଷ ଡୋଜ ଟିକା ମାଗିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ…

ମିଶନ୍ ଓ୍ୱାନ୍ ଡେ: ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ପୁଣେ: ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ କବଜା ପରେ ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଦିନିକିଆ ସିରିଜ । ପୁଣେରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । କରୋନା ଯୋଗୁ ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ମୈଦନାକୁ…

ଦେଶରେ ଦିନକରେ ୪୦ ହଜାର ପାର କଲା କରୋନା ସଂକ୍ରମଣ, ୧୯୯ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଆଜି ୪୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୦ ହଜାର ୭୧୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬କୁ ବୃଦ୍ଧି ପାଇଛି ।…

ଅଟୋ-ବସ୍ ଧକ୍କା: ଦୁର୍ଘଟଣା ନେଲା ୧୩ ଜୀବନ, ୩ ଗୁରୁତର

ଗ୍ୱାଲିଅର: ଅଶୁଭ ମଙ୍ଗଳବାର । ଦୁର୍ଘଟଣା ନେଲା ୧୩ ଜୀବନ । ଆଉ ୩ ଜଣ ଗୁରୁତର ଅଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ ଓ ବସ୍ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଛନ୍ତି । ହସ୍ପିଟାଲ ନେବା ରାସ୍ତାରେ ଆଉ ୩ ଜଣଙ୍କର…

କରୋନାର ତୃତୀୟ ଲହର, ଏପ୍ରିଲ୍ ୧୮ ଯାଏ ଲକଡାଉନ୍ ବଢ଼ାଇଲା ଏହି ଦେଶ

ବର୍ଲିନ: କରୋନା ସଂକ୍ରମଣ ରୋକିବାକୁ ପୁଣି ଲକଡାଉନ୍ । ଜର୍ମାନୀ ଲକଡାଉନ୍ ଅବଧିକୁ ଏପ୍ରିଲ୍ ୧୮ ଯାଏ ବଢ଼ାଇ ଦେଇଛି । ୧୬ ରାଜ୍ୟର ରାଜ୍ୟପାଳଙ୍କ ସହ ଆଲୋଚନା ପରେ ଜର୍ମାନୀ ଚ୍ୟାନ୍ସଲର ଆଙ୍ଗଲା ମାର୍କେଲ ଏନେଇ ଘୋଷଣା କରିଛନ୍ତି । ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ନହେବାକୁ କୁହାଯାଇଛି…