Latest Odisha News

BREAKING NEWS

Browsing Category

କ୍ରିକେଟ

ଇଂଲଣ୍ଡ କ୍ରିକେଟର ମୋଇନ କରୋନାର ନୂତନ ଷ୍ଟ୍ରେନରେ ଆକ୍ରାନ୍ତ

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳକୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ଭ୍ରମଣକାରୀ ଦଳର ଅଲରାଉଣ୍ଡର ମୋଇନ ଅଲୀ କରୋନା ପଜିଟିଭ ଥିବା ଜଣାପଡିଛି । ତେବେ ଚିନ୍ତାର ବିଷୟ ହେଲା ସେ କରୋନାର ନୂତନ ଷ୍ଟ୍ରେନ ତାଙ୍କ ନିକଟରେ ଦେଖିବାକୁ ମିଳିଛି । ଏହି ନୂତନ ଷ୍ଟ୍ରେନ…

ମହିଳା ଟି୨୦ରେ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ କ୍ରିକେଟର ସୋଫି ଡିଭାଇନ

ଅକଲାଣ୍ଡ:ମହିଳା ଟି୨୦ କ୍ରିକେଟରେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ସୋଫି ଡିଭାଇନ ଦ୍ରୁତତମ ଶତକ ହାସଲ କରି ଇତିହାସ ରଚିଛନ୍ତି । ନ୍ୟୁଜିଲାଣ୍ଡର ସୁପରସ୍ମାଶ ପ୍ରତିଯୋଗିତାରେ ସୋଫି ମାତ୍ର ୩୬ ବଲରେ ୯ ଛକା ଓ ୯ଚୌକା ସହାୟତାରେ ଶତକ ହାସଲ କରିବା ସହ ୩୮ ବଲରେ ୧୦୮ ରନ କରି ଅପରାଜିତ ରହିଥିଲେ ।…

ଆଘାତ ସମସ୍ୟା ନେଇ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ବ୍ରିସବେନ୍‌: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳ ଆଘାତ ସମସ୍ୟାରେ ପଡିଛି । ପରିସ୍ଥିତି ଏପରି ଉପୁଜିଛି ଯେ, ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଚୂଡାନ୍ତ ଏକାଦଶ ଠିକା କରାଇବା କଷ୍ଟକର ହୋଇପଡିଛି । ଏହା ସତ୍ୱେ ବୁଧବାର ଟିମ୍ ଇଣ୍ଡିଆ ଗାବା ଷ୍ଟାଡିୟମରେ କଡା ଅଭ୍ୟାସ କରିଛି । ରୋହିତ…

ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ପୁନୀତଙ୍କ ବିଶ୍ୱରେକର୍ଡ: ୫୧ ବଲରେ କଲେ ୧୪୬ରନ

ଚେନ୍ନାଇ:ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ମେଘାଳୟ ଦଳର ପୁନୀତ ବିଷ୍ଟ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ଟି୨୦ରେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ମିଜୋରମ ବିପକ୍ଷରେ ସେ ୫୧ ବଲରେ…

ବିସିସିଆଇ ହସ୍ତକ୍ଷେପ ପରେ କଟକଣା କୋହଳ କଲା ସିଏ

ମୁମ୍ବାଇ: ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଖେଳିବା ପାଇଁ ମଙ୍ଗଳବାର ବ୍ରିସବେନରେ ପଂହଚିଛନ୍ତି । ତେବେ ସେଠାରେ ପଂହଚିବା ମାତ୍ରେ ଖେଳାଳିମାନଙ୍କ ଉପରେ କଠୋର କଟକଣା ଲଗାଯାଇଥିଲା । ଯାହାକୁ ନେଇ ବିସିସିଆଇ ନିକଟରେ ଟିମ୍ ଇଣ୍ଡିଆ ସଦସ୍ୟମାନେ ଅଭିଯୋଗ…

ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସେହ୍ୱାଗ, ହରଭଜନ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମହମ୍ମଦ ସିରାଜଙ୍କୁ ଅଷ୍ଟ୍ରେଲିଆ ପ୍ରଶଂସକ ଯେଉଁ ଭଳି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କଲେ ତାହା ଗ୍ରହଣୀୟ ନୁହେଁ…

ପୁନର୍ବାର ସିରାଜଙ୍କୁ ଟାର୍ଗେଟ କଲେ ଅଷ୍ଟ୍ରେଲୀୟ ଦର୍ଶକ, ପୋଲିସର କାର୍ଯ୍ୟାନୁଷ୍ଠାନ

ସିଡନୀ: ଚଳିତ ଟେଷ୍ଟ ସିରିଜର ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆର କେତେକ ଦର୍ଶକ ଉଦ୍ଦେଶ୍ୟମୂଳକ ଭାବେ ମହମ୍ମଦ ସିରାଜଙ୍କୁ ଟାର୍ଗେଟ କରିଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସିରାଜଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ କରିଛନ୍ତି କେତେକ ଦର୍ଶକ । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ସିରାଜ ଏ…

ଜାଡେଜା ୬ ସପ୍ତାହ ଖେଳିବେନି, ପନ୍ତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିପାରନ୍ତି

ସିଡନୀ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଆଘାତପ୍ରାପ୍ତ ହୋଇଥିଲେ । ଏହା କେତେ ଗୁରୁତର ଜାଣିବା ପାଇଁ ସେମାନଙ୍କ ଆଘାତ ସ୍ଥାନର ସ୍କାନ କରାଯାଇଥିଲା । ସ୍କାନ ରିପୋର୍ଟରେ ଜାଡେଜାଙ୍କ ବୁଢ଼ା ଆଙ୍ଗୁଳି…

ପନ୍ତ, ଜାଡେଜା ଆଘାତପ୍ରାପ୍ତ: ସ୍କାନିଂ ରିପୋର୍ଟକୁ ଅପେକ୍ଷା

ସିଡନୀ: ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଦଳର ଦୁଇ ଷ୍ଟାର ଖେଳାଳି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ସ୍କାନ ରିପୋର୍ଟକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରାଯାଇଛି ।…

ସିରାଜଙ୍କୁ ମାଙ୍କଡ କହିଲେ ଅଷ୍ଟ୍ରେଲିଆ ଦର୍ଶକ

ସିଡନୀ: ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଶଂସକ ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଟିପ୍ପଣୀ ଦେଇଛନ୍ତି । ଏପରି କି ସେ ଫିଲ୍ଡିଂ କରୁଥିବା ବେଳେ କିଛି ଦର୍ଶକ ତାଙ୍କୁ ଏବଂ ଯଶପ୍ରୀତ ବୁମରାଙ୍କୁ ଗାଳିମନ୍ଦ କରିଥିଲେ । ଏପରି କି ଜଣେ…