Latest Odisha News

BREAKING NEWS

Browsing Category

କ୍ରିକେଟ

ମୟଙ୍କଙ୍କ ଚମତ୍କାର ଶତକ: ଭାରତ ୨୨୧/୪

ମୁମ୍ବାଇ: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ମୟଙ୍କ ଅଗ୍ରୱାଲଙ୍କ ଚମତ୍କାର ଶତକ ସହାୟତାରେ ୪ ଉଇକେଟ ବିନିମୟରେ ୨୨୧ ରନ ସଂଗ୍ରହ କରିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ମୟଙ୍କ ୧୨୦ ଓ ରିଦ୍ଧିମାନ ଶାହ ୨୫ ରନ କରି ଅପରାଜିତ ରହିଥିଲେ । ଟସ୍ ଜିତି…

୧୩୨ ବର୍ଷ ପୁରୁଣା ରେକର୍ଡର ପୁନରାବୃତି: ୨ ଟେଷ୍ଟରେ ୪ ଅଧିନାୟକ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୩୨ ବର୍ଷ ତଳ ରେକର୍ଡର ପୁନରାବୃତି ଘଟିଛି । ୨ଟି ମ୍ୟାଚରେ ୪ଜଣ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପ୍ରଥମ ଟେଷ୍ଟରେ ଅଜିଙ୍କ୍ୟ ରାହାନେ ଏବଂ କେନ ୱିଲିୟମସନ ଅଧିନାୟକ ହୋଇଥିବା ବେଳେ ଦ୍ୱିତୀୟରେ ବିରାଟ କୋହଲି ଏବଂ ଟମ ଲାଥାମ…

ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ: ଶୁଭ୍ରାଂଶୁ ଅଧିନାୟକ, ଫେରିଲେ ବିପ୍ଲବ

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫି ପାଇଁ ଆଜି ଓସିଏ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ୨୧ ଜଣିଆ ଓଡିଶା ଦଳ ଘୋଷଣା କରିଛନ୍ତି । ରାଜେଶ ଧୂପରଙ୍କ ସ୍ଥାନରେ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଦଳକୁ ଫେରିଛନ୍ତି ଅଲରାଉଣ୍ଡର ବିପ୍ଲବ ସାମନ୍ତରାୟ । ୨…

ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବର୍ଷା ଆଶଙ୍କା

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାରଠାରୁ ମୁମ୍ବାଇର ୱାଙ୍ଖେଡଠାରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଆରମ୍ଭ ହେବ । ବିରାଟ କୋହଲି ବିଶ୍ରାମ ପରେ ଏହି ମ୍ୟାଚରେ ପଡିଆକୁ ଫେରୁଛନ୍ତି । ତେବେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ବର୍ଷା ଆଶଙ୍କା ରହିଛି । ବୁଧବାର ବର୍ଷା ହେବା…

ଅଞ୍ଜୁଙ୍କୁ ମିଳିବ ୱାର୍ଲ୍ଡ ଆଥଲେଟିକ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ: ଭାରତର ମହାନ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ବର୍ଷର ଶ୍ରେଷ୍ଠ ମହିଳା ଆଥଲେଟ ପୁରସ୍କାର ପାଇଁ ଚୟନ କରାଯାଇଛି । ଭାରତରେ ମହିଳା ଆଥଲେଟଙ୍କ ପାଇଁ ସେ ପ୍ରେରଣା ସାଜିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୨୦୦୫ ମୋନାକୋ ଆଇଏଏଏଫ ୱାର୍ଲ୍ଡ…

ଦକ୍ଷିଣ ଆଫ୍ରିକା ଗସ୍ତ ଘୁଂଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଓମିକ୍ରନ ଭ୍ୟାରିଂଆଟର ବିପଦକୁ ଦେଖି ଏବେ ବି ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କୌଣସି ରୂପରେଖ ଚୂଡାନ୍ତ ହୋଇପାରି ନାହିଁ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ଗସ୍ତକୁ ବାତିଲ ନ କରି ଘୁଂଚାଇବା ଲକ୍ଷ୍ୟରେ ରହିଛି । ଅବଶ୍ୟ ଏ ନେଇ କୌଣସି ଅଫିସିଆଲ ବୟାନ…

ଆଇପିଏଲ ୨୦୨୨: ୭ଟି ଟିମ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଲେ !

ମୁମ୍ବାଇ:ଆଇପିଏଲ ୨୦୨୨ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୭ଟି ଟିମ ସେମାନଙ୍କ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଛନ୍ତି । ତେବେ ଏଥିନେଇ ସେମାନେ ବିଧିବଦ୍ଧ କୌଣସି ଘୋଷଣା କରି ନାହାନ୍ତି । ଚେନ୍ନାଇ ସୁପର କିଙ୍ଗସ: ରବୀନ୍ଦ୍ର…

କୋହଲି ଫେରିବେ, ଚୂଡାନ୍ତ ଏକାଦଶରୁ କାହାକୁ ବାଦ ଦିଆଯିବ ନେଇ ଚିନ୍ତାର ଟିମ ଇଣ୍ଡିଆ

ମୁମ୍ବାଇ: ଡିସେମ୍ବର ୩ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ନିୟମିତ ଅଧିନାୟକ ବିରାଟ କୋହଲି ଟିମକୁ ଫେରିବେ । ତେବେ ଚୂଡାନ୍ତ ଏକାଦଶରୁ କାହାକୁ ବାଦ୍ ଦିଆଯିବ ସେ ନେଇ ଟିମ ମ୍ୟାନେଜମେଂଟ ଚିନ୍ତାରେ ପଡିଛି । ପଦାର୍ପଣ…

ସ୍ପୋର୍ଟିଂ ୱିକେଟ ପ୍ରସ୍ତୁତ ନେଇ ଗ୍ରାଉଣ୍ଡଷ୍ଟାଫଙ୍କୁ ସମ୍ମାନିତ କଲେ ଦ୍ରାବିଡ

କାନପୁର: ଭାରତୀୟ କ୍ରିକେଟ ଦଳର କୋଚ ରାହୁଲ ଦ୍ରାବିଡ ଜଣେ ଭଲ ବ୍ୟକ୍ତି ଏବଂ ଖେଳାଳି ବୋଲି ପୁନର୍ବାର ପ୍ରମାଣିତ କରିଛନ୍ତି । କାନପୁରରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ସ୍ପୋର୍ଟିଂ ୱିକେଟ ପ୍ରସ୍ତୁତ କରିଥିବା ଗ୍ରାଉଣ୍ଡଷ୍ଟାଫଙ୍କୁ ସମ୍ମାନିତ କରିଛନ୍ତି ଦ୍ରାବିଡ । ସେ ୩୫,୦୦୦…

ପ୍ରଥମ ଟେଷ୍ଟ ଡ୍ର: ୨ ଭାରତୀୟଙ୍କ ଯୋଗୁ ନ୍ୟୁଜିଲାଣ୍ଡର ସମ୍ମାନ ବଂଚିଲା

କାନପୁର: ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି । ୨୮୪ ରନର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷ ଭାଗରେ ବ୍ୟାଟ୍ସମ୍ୟାନ…