Latest Odisha News

BREAKING NEWS

Browsing Category

ସହର

City

ପୋଲିସ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି: ଯବାନଙ୍କ ଆତ୍ମହତ୍ୟା । ମାଲକାନଗିରି ଜିଲ୍ଲା ପୋଟେରୁ ପୋଲିସ କ୍ୟାମ୍ପରେ ଜଣେ ଯବାନଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଯବାନ ଜଣକ ହେଲେ ଓଏସଏପି ଚତୁର୍ଥ ଏସଏସ ବାଟାଲିଆନର ଯବାନ ଦୁର୍ଯ୍ୟୋଧନ ମାଝୀ । ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ।…

ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: କଟକ, ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ୍ ପ୍ରଭାବରେ ଓଡ଼ିଶା କାଲିଠାରୁ ଆରମ୍ଭ ହୋଇଛି ବର୍ଷା । କାଲି ମଧ୍ୟରାତ୍ରିରୁ କଟକ, ଭୁବନେଶ୍ୱରରେ ବି ବର୍ଷା ଲାଗି ରହିଛି । ଝିପିଝିପି ବର୍ଷୁଛି । ଆଜି ପାଇଁ ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କଟକ, ଭୁବନେଶ୍ୱରରେ ଆଜି ପ୍ରବଳରୁ…

୩ୟ ଦିନରେ ବି ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ୧୦.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଭିତରେ ବିଧାନସଭା ଆସନ୍ତାକାଲି ଯାଏଁ ମୁଲତବୀ ରଖାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଆସନ୍ତାକାଲି ଦିନ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ତୃତୀୟ ଦିନରେ ବି ଠିକ୍ ଭାବେ ଚାଲି ପାରିନଥିଲା ଗୃହ । ଆରମ୍ଭରୁ…

[ଭିଡ଼ିଓ]କମ୍ପ୍ୟୁଟର ବିଜ୍ଞାନ ପ୍ରତିଯୋଗିତାରେ ଛାତ୍ରୀଙ୍କ କମାଲ, ସର୍ବଭାରତୀୟ ସ୍ତରରେ ସମ୍ମାନୀତ

ଯାଜପୁର:ସର୍ବଭାରତୀୟ କମ୍ପ୍ୟୁଟର ବିଜ୍ଞାନ ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରୀଙ୍କ କମାଲ । ଯାଜପୁରର ସିଧେଶ୍ୱର ଗ୍ରାମର ସୁଚିସ୍ମିତା ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଏକ ପ୍ରତିଯୋଗିତାରେ ସୁଚିସ୍ମିତା ଶାରୀରିକ ବ୍ୟାୟାମ ପାଇଁ ଏକ ସଫ୍ଟୱେୟାର…

ବାତ୍ୟା ‘ଜଓ୍ବାଦ’ ଭୟ, ପୁରୀ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ପୁରୀ : ବାତ୍ୟାର ରୂପ ନେଇଛି ସମୁଦ୍ରରେ ଦାନା ବାନ୍ଧୁଥିବା ଗଭୀର ଅବପାତ । ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ । ଓଡିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୫ ତାରିଖରେ ଓଡିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଆଜି…

ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପାଇଁ ପ୍ରଶାସନ ଦ୍ବାରା ଜାରି ହୋଇଥିବା ସତର୍କ ସୂଚନାକୁ ପାଳନ କରିବା ସହ ଧୈର୍ୟ୍ୟ ଓ ସାହସର ସହ ବାତ୍ୟାର ମୁକାବିଲା କରିବା ପାଇଁ…

ମମିତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମମିତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ । ମମିତା ହତ୍ୟାକାଣ୍ଡର ଯିଏ ଦୋଷୀ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମମିତା ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ଅତି ସମ୍ବେଦନଶୀଳ ଘଟଣା। ମମିତା ମୃତ୍ୟୁକୁ…

ବାତ୍ୟା ମୁକାବିଲା ପାଇଁ ୪୬ଟି NDRF ଟିମ୍ ମୁତୟନ

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ! IMDର ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ତେବେ ବାତ୍ୟା ପାଇଁ ଓଡ଼ିଶା ସମେତ ୩ ରାଜ୍ୟକୁ…

ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହିଦିନରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା…

ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ଉଦ୍ଧାର ନାବାଳିକାର ମୃତଦେହ

ଭଦ୍ରକ: ପୋଖରୀରୁ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ହୋଇଛି । ଏହିଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମଜୁରି ଗଡ଼ିଆ ଗ୍ରାମରେ । ଗାଁର ମାନସ କୁମାର ଜେନାଙ୍କ ୧୫ବର୍ଷର ନାବାଳିକା ଛାତ୍ରୀ ମଧୁସ୍ମିତା ଜେନା ସକାଳୁ ଫୁଲ ତୋଳିବାକୁ ଯାଇଥିଲେ । ହେଲେ ସେ ଆଉ ଫେରିନଥିଲେ । ପରିବାର…