Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେଟ୍ରୋ ରେଳ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ଚାଲିବ…

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଦୈତନଗରୀ ଭୁବନେଶ୍ବର ଓ କଟକବାସୀଙ୍କ ସମେତ ରାଜ୍ୟବାସୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାନେ, ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ବାଣିଜ୍ୟ ପରିବହନ ବିଭାଗ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…

ଚମକିବ ମଧୁ ସ୍ମୃତିପୀଠ: ଲାଗିବ ୧୫ ଫୁଟ ଉଚ୍ଚର ବ୍ରୋଞ୍ଚ ପ୍ରତିମୂର୍ତ୍ତି

ଭୁବନେଶ୍ୱର:ଚମକିବ ମଧୁ ସ୍ମୃତିପୀଠ । ଲାଗିବ ୧୫ ଫୁଟ ଉଚ୍ଚର ବ୍ରୋଞ୍ଚ ପ୍ରତିମୂର୍ତ୍ତି । ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ 'ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ' ଭାବେ ବିକଶିତ କରାଯିବ । ଏହାକୁ ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ। ମଧୁ ବାବୁଙ୍କ ଜୀବନ ଓ କୃତିକୁ ନେଇ ଲାଇଟ…

କୋଟିଆରେ ଉତ୍କଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, କହିଲେ ‘ଗୋ ବ୍ୟାକ୍ ଆନ୍ଧ୍ର’

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ପାଳିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ୨୦୨୩ ଏପ୍ରିଲ୍ ୧ ତାରିଖ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ । ଆନ୍ଧ୍ର ଓଡ଼ିଶାର ଭୂମି ଉପରେ ଲୋଲୁପ ଦୃଷ୍ଟି ପକାଉଛି । ଆଜି ଫାଟୁସିନେରୀରେ ଆନ୍ଧ୍ରକୁ କଡ଼ା…

କୋଟିଆକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ବିଜେଡି ନେତା ପ୍ରଦୀପ ମାଝୀ, ପଚାରିଲେ ଦେଇଛ କ’ଣ ?

କୋରାପୁଟ : ଉତ୍କଳ ଦିବସ ଅବସରରେ କୋରାପୁଟ ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଠିକ୍ ଏହି ସମୟରେ କୋଟିଆକୁ ନେଇ ଉଭୟ କେନ୍ଦ୍ର ସରକାର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି,…

ଲିଟର ପିଛା ୪ ଟଙ୍କା ବଢିଲା ଓମଫେଡ ଦର

ଭୁବନେଶ୍ୱର: ବଢିଲା ଓମଫେଡ କ୍ଷୀର ଦର  ।  ଲିଟର ପିଛା ୪ ଟଙ୍କା ବଢିଛି  । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ । ଏହି ବର୍ଦ୍ଧିତ ଦରର ସଂହଭାଗ ଦୁଗ୍ଧ ଚାଷୀଙ୍କ ଖାତାକୁ ଯିବ । ଏହି ୪ ଟଙ୍କାରୁ ୩ଟଙ୍କା ୫୦ ପଇସା ପାଇବେ ଚାଷୀ । ଉତ୍କଳ ଦିବସରେ ଗୋଟିଏ ପଟେ ଏଲପିଜି ଗ୍ୟାସ ଦର ହ୍ରାସ…

ଝାରସୁଗୁଡା ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ନେଇ ଶନିବାର ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟୀ ହେବ | ୩ ମାସ ପୂର୍ବରୁ ପଦମପୁର ଉପନିର୍ବାଚନ ହେଲା ଓ ବିପୁଳ ଭୋଟରେ ବିଜେଡି ବିଜୟ ହାସଲ କଲା| ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ସଭାପତି…

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉପହାର: ୪୩ ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ସହାୟତା

ଭୁବନେଶ୍ୱର: ଚାଷୀଙ୍କୁ ଉତ୍କଳ ଦିବସ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ।  ରାଜ୍ୟର ଚାଷୀଙ୍କୁ   କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଖରିଫ ଋତୁ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଛି । ରାଜ୍ୟର ସବୁ ଅଞ୍ଚଳର ଚାଷୀ ଏହି ସହାୟତା ପାଇବାକୁ ଥିବାବେଳେ…

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ପାଠ୍ୟକ୍ରମ, ବିଦ୍ୟାର୍ଥୀଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧିକୁ…

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେଇ ସ୍ବତନ୍ତ୍ର ପାଠ୍ୟକ୍ରମ ଆଣିବାକୁ ଯାଉଛି । ବିଶେଷ କରି ମାଧ୍ୟମିକ ସ୍କୁଲ ପିଲାଙ୍କ ଗଣିତ, ଇଂରାଜୀ ଓ ସାଧାରଣ ଜ୍ଞାନ ବୃଦ୍ଧି ଦିଗରେ ଏହା…

ଚାଉଳ ଆଣିବାକୁ ଯାଇ ଜୀବନ ବିପଦରେ, ଦୁଇ ଦିନ ହେଲା ଫସି ରହିଛନ୍ତି ଶତାଧିକ ହିତାଧିକାରୀ

କୋରାପୁଟ : ଚାଉଳ ଆଣିଲେ ଜୀବନ ବଞ୍ଚିବ । ହେଲେ ଚାଉଳ ଆଣିବାକୁ ଗଲେ ଜୀବନ ବିପଦରେ । ଏମିତି ଦ୍ୱନ୍ଦ୍ୱର ଦୋଛକିରେ ଜୀବନ । ଏ ସମସ୍ୟା ଦୁର୍ଗମ ଇଲାକାର । ଏ ଦୁଃଖ ଅସହାୟ ମଣିଷର । ଚାଉଳ ଆଣିବାକୁ ଯାଇ ଦୁଇ ଦିନ ହେଲା ଫସି ରହିଛନ୍ତି ଶତାଧିକ ହିତାଧିକାରୀ । ଘରକୁ ଫେରିବାରେ ବର୍ଷା ସାଜିଛି…

ନିର୍ମାଣ କାମ ବେଳେ ଛାତରୁ ଖସିପଡିଲେ ନାବାଳକ: ମଳ ଦ୍ବାରରେ ପଶିଗଲା ଶାବଳ

ବାଲିଗୁଡ଼ା: ନିର୍ମାଣ କାମ କରୁଥିବା ବେଳେ ଘଟିଛି  ଅଭାବନୀୟ ଘଟଣା  ।   ଛାତରୁ ଖସିପଡିଲେ ନାବାଳକ । ବିପଦ ସେତିକିରେ ସରି ନ ଥିଲା ।  ଖସି ପଡିବା ପରେ ତଳେ ଥିବା ଏକ ଶାବଳ ତାଙ୍କ ମଳଦ୍ୱାରରେ ପଶି ଯାଇଥିଲା । ଏମିତି ଛାତିଥର ଦୃଶ୍ୟ ଦେଖିବାକୁ ମିିଳିଛି କନ୍ଧମାଳ ଜିଲ୍ଲା ସୁବର୍ଣ୍ଣଗିରି…