Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶ୍ବର ସର୍ବକ୍ଷୁଦ୍ର ହକି ଷ୍ଟିକ

ବ୍ରହ୍ମପୁର: ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ବିରଳ କଳା କୃତି। ମାତ୍ର ୧ ଏମଏମ ଲମ୍ବ ହକି ଷ୍ଟିକ୍‍ ତିଆରି କରିଛନ୍ତି। ଓଡ଼ିଶାରେ ବିଶ୍ୱକପ୍‍ ହକି ଆୟୋଜନ ଅବସରରେ ସତ୍ୟଙ୍କ କଳାକୃତି କାଠରେ ୨ଟି ହକିଷ୍ଟିକ୍‍ ତିଆରି କରିଛନ୍ତି ଯାହାର ଲମ୍ବ ୧ଏମ୍‍ଏମ୍‍ ଏବଂ ଓସାର…

କ୍ରିକେଟ୍ ଖେଳି ବାଇକରେ ଫେରୁଥିଲେ ୩ ସାଙ୍ଗ, ଚାଲିଗଲା ଜୀବନ

ଭବାନୀପାଟଣା: ୨୬ ନମ୍ବର ଜାତୀୟ ରାଜପଥରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ସ୍ଥାନୀୟ ରକାବାହାଲି ଗାଁର କିଛି ସାଙ୍ଗ କ୍ରିକେଟ୍ ଖେଳିବାକୁ ଉତକେଲା ଯାଇଥିଲେ । ଗୋଟିଏ ବାଇକରେ ୩ ଜଣ ଫେରିବା ବେଳେ…

ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ

ପୁରୀ : ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ସତସଙ୍ଗ ଠାକୁରବାଡ଼ି ପକ୍ଷରୁ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ସେ କହିଥିଲେ ସତସଙ୍ଗ ସମଗ୍ର ଦେଶରେ…

ଗଭୀର ସମୁଦ୍ରରେ ତଟରକ୍ଷୀ ବାହିନୀ ଦେଖାଇଲା ପରାକ୍ରମ

ପାରାଦ୍ୱୀପ : ଗଭୀର ସମୁଦ୍ରରେ ଫୁଟିଲା ବୋମା, ଗର୍ଜିଲା ବନ୍ଧୁକ ଓ କୌଶଳ ଦେଖାଇଲା ତଟରକ୍ଷୀ ବାହିନୀର ଏୟାରକ୍ରାଫ୍ଟ। ଭାରତୀୟ ତଟରକ୍ଷୀ ବାହିନୀର ଯୁଦ୍ଧ ନିପୁଣତା ଦେଖିଲେ ଲୋକେ। ଫେବୃଆରୀ ୧ ରେ ତଟରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ପୂର୍ବରୁ ଜଳପଥରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଭାରତୀୟ…

୨ ବର୍ଷର ଛୁଆର ଗୁପ୍ତାଙ୍ଗ କାଟିନେଲେ ଦୁର୍ବୃତ୍ତ

କେନ୍ଦୁଝର: ୨ ବର୍ଷର ଛୁଆ । ନା ଭଲକରି ଚାଲି ପରେ ନା କହିପାରେ କଥା । କିନ୍ତୁ ତା’ସହ ଯାହା ଘଟିଛି ସେସବୁ ଶୁଣିଲେ ଆପଣଙ୍କ ପାଦତଳୁ ବି ମାଟି ଖସିଯିବ । ଅମାନବିକତାର ସୀମା ଲଂଘିଥିବା ଏ ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର । ଯେଉଁଠି ଦୁର୍ବୃତ୍ତ ୨ ବର୍ଷର ଛୁଆର…

ଜାଡ଼ରେ ଥରୁଛି ଓଡ଼ିଶା, ଆଉ ୨ ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ଉପକୂଳରୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶା । ସବୁଠି ଶୀତର ପ୍ରକୋପ ଲାଗି ରହିଛି । ହାଡ଼ଭଙ୍ଗା ଜାଡ଼ରେ ଥୁରୁ ଥୁରୁ ହେଉଛି ସାରା ଓଡ଼ିଶା । ଆଜି କୋରାପୁଟର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ…

‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ’, ଆଖିରେ ଆଙ୍ଗୁଠି ଗେଞ୍ଜି ମିଛ କହିଲେ…

ଭୁବନେଶ୍ୱର: ବିଶ୍ୱରେ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବ ବୃହତ । ରାଜ୍ୟ ସରକାର ଓ ଶାସକ ଦଳର ନେତା ଏହି ଦାବି କରିବା ପରେ ଅଲିମ୍ପିକ୍ସର ତଥ୍ୟ ଆଧାରରେ ରାଜ୍ୟ ସରକାରଙ୍କ ଦାବି ଭୁଲ୍ ବୋଲି ଜଣାପଡିଛି। ଏହାପରେ ବିବାଦ ବଢୁଥିବା ଦେଖି ରାଜ୍ୟ ସରକାରଙ୍କ କ୍ରୀଡାମନ୍ତ୍ରୀ…

୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ସାର ସାରଖାନା ନିର୍ମାଣ ଶେଷ ହେବ: କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ

ଅନୁଗୁଳ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୁଳ ଜିଲ୍ଲା ଗସ୍ତ କରି ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି। ଭାରତର ପ୍ରଥମ…

‘ଓଡ଼ିଶାରେ ଶିଶୁ ମୃତ୍ୟୁ, କୁପୋଷଣ ଓ ଗର୍ଭବତୀ ମହିଳା ରକ୍ତହୀନତାର ଶୀକାର ଚିନ୍ତାଜନକ’

ଭୁବନେଶ୍ୱର: ଓଡ଼ିଶାର ଶିଶୁଙ୍କର ଥିବା କୁପୋଷଣ, ଗର୍ଭବତୀ ମହିଳାଙ୍କ ରକ୍ତହୀନତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି), ଭୁବନେଶ୍ୱରକୁ ଆହ୍ୱାନ କରିଛନ୍ତି…

ରେଳବାଇରେ ଚାକିରି ନାଁରେ ଆଉ ୧୬ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ବ୍ରହ୍ମପୁର; ରେଳବାଇରେ ଚାକିରି ନାଁରେ ଠକେଇ ମାମଲାର ଚେର ଲମ୍ବିବାରେ ଲାଗିଛି। ଜଣକ ପରେ ଜଣେ ପୀଡ଼ିତ ପୋଲିସର ଦ୍ବାରସ୍ଥ ହେଉଛନ୍ତି। ପୂର୍ବରୁ ୭ ଲକ୍ଷ ଟଙ୍କା ଠକେଇ ନେଇ ଏସ୍‌.ହିତେଶ ପାତ୍ର ନାମକ ଜଣେ ଯୁବକ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଜେଏମ୍‌ଏସ୍‌…