Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧଳାଚାଦରରେ ଘୋଡ଼େଇ ହୋଇଛି ରାଜ୍ୟ, ସବୁଠି ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ । ଯେପରି ଧଳାଚାଦରରେ ଘୋଡ଼େଇ ହୋଇଛି ସହରଠୁ ପଲ୍ଲୀ । ସକାଳୁ ୮ଟା ଯାଏ ବି ରାସ୍ତା ପରିଷ୍କାର ଦେଖାଯାଉନଥିଲା । ଏୟାରପୋର୍ଟ ଅଞ୍ଚଳରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ସୂଚନା ମିଳିଛି । ଟ୍ୱିନ ସିଟି…

ଜଜ୍‌ଙ୍କ ଚାମ୍ବର ଭଙ୍ଗାରୁଜା ଘଟଣାରେ ଏଯାବତ୍ ୧୨ ଓକିଲ ଗିରଫ; ୧୪୪ ଧାରା ବଳବତ୍ତର

ସମ୍ୱଲପୁର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେବାରେ ଲାଗିଛି । ସମ୍ୱଲପୁରରେ ଆନ୍ଦୋଳନ ଉଗ୍ରରୂପ ନେଇଛି । ଘଟଣାସ୍ଥଳରେ ୧୪୪ ଧାରା ବଳବତ୍ତର ରହିଛି । ଗତକାଲି ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ୧୨ ଓକିଲ ଗିରଫ ହୋଇଛନ୍ତି । ୯…

ଆଗୁଆ ବିଧାନସଭା ନିର୍ବାଚନକୁ ନେଇ ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ୱର: ସାଧାରଣ ନିର୍ବାଚନ 2024 ଆରମ୍ଭ ହେବାର ବହୁ ପୂର୍ବରୁ ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ। ଏପରି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଶାସକ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ମୁଖ୍ୟତଃ ଏହାକୁ ନେଇ…

ଆନ୍ଦୋଳନରତ ୨୯ ଓକିଲଙ୍କ ଲାଇସେନ୍ସ ବାତିଲ କଲା ବାର କାଉନସିଲ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଏବଂ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ସମ୍ବୁଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ କରିଥିଲା। ଏଥିରେ ଅନେକ ଓକିଲ ସାମିଲ ହୋଇଥିଲେ। ଏହି ସମୟରେ 'ଭଙ୍ଗାରୁଜା ଓ ବିଶୃଙ୍ଖଳା' ଦେଖା…

ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ତଦାରଖ ପାଇଁ ଖୋଲିଲା କ୍ୟାମ୍ପ ଅଫିସ୍

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ଯ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି ।…

ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ଲାକ୍ରା ଥାନାରେ ହାଜର ହୋଇଛନ୍ତି । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ବୀରେନ୍ଦ୍ର ଲାକ୍ରା ଆଜି ଭୁବନେଶ୍ୱର ଇନଫୋସିଟି ଥାନାରେ ହାଜର ହୋଇଛନ୍ତି । ହାଜର ପରେ ବୀରେନ୍ଦ୍ର ଲାକ୍ରାଙ୍କୁ ଏଡିସିପି, ଏସିପି, ଆଇଓଙ୍କ ଉପସ୍ଥିତିରେ…

ହାତୀ ମୃତ୍ୟୁରେ ଉପରୁ ତଳ କର୍ମଚାରୀଙ୍କ ସଂପୃକ୍ତି ରହୁଛି: ପ୍ରଦୀପ ଅମାତ

ଭୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁ ବଢ଼ି ଚାଲିଛି। ଶିମିଳିପାଳରେ ଥିବା ଅଭୟାରଣ୍ଯରେ ହାତୀକୁ ମାରି ଦେଇ ପ୍ରମାଣ ନଷ୍ଟ କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ଦାୟିତ୍ବରେ ଥିବା ତିନି ବନ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏମାନେ ହାତୀ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ହାତୀକୁ…

ଆସନ୍ତାବର୍ଷ ତିନୋଟି ଜି-୨୦ ବୈଠକର ଆୟୋଜନ କରିବ ଓଡ଼ିଶା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରେ ତିନିଟି ଜି-୨୦ ବୈଠକର ଆୟୋଜନ କରିବେ ଓଡ଼ିଶା ସରକାର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କହିଛନ୍ତି ଯେ ରାଜ୍ୟରେ ଶକ୍ତି, ଶିକ୍ଷା ଏବଂ ସଂସ୍କୃତି ଉପରେ ସମ୍ମିଳନୀ ଆୟୋଜିତ ହେବ। ଡିସେମ୍ବର ୧ରେ ଭାରତ ଜି -୨୦ ର ସଭାପତି ହେବା ପରେ…

ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ

ଭୁବନେଶ୍ୱର: ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ। ସେ ଯାଜପୁର ଲୋକସଭା ଆସନରୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମୋହନ ଜେନା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି। ତାଙ୍କ ଝିଅ ଆଦ୍ୟା ଅନନ୍ଦିତା କହିଛନ୍ତି, ସେ ଚାରି ବର୍ଷ…

ନାଳ ପାଖେ ଅଟକି ଯାଇଛି ସ୍ୱାସ୍ଥ୍ୟସେବା, ଷ୍ଟ୍ରେଚରରେ ବୁହା ହେଉଛନ୍ତି ଗର୍ଭବତୀ

ଢେଙ୍କାନାଳ: ଢେଙ୍କାନାଳର ଏଇ ନାଳ ନିକଟରେ ଅଟକି ଯାଉଛି ସରକାରଙ୍କର ସବୁ ସ୍ୱାସ୍ଥ୍ୟ ଯୋଜନା । ଗୁରୁତର ରୋଗୀ ହୁଅନ୍ତୁ ବା ଗର୍ଭବତୀ, ଏଇଠି ସମସ୍ତଙ୍କ ବାଟ ଅଟକାଇ ଦିଏ ,  ବିକାଶର ପଥରୋଧ କରେ ଏଇ ନାଳ। ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧୁଷିତ ଏଇ ଅଞ୍ଚଳ ଆଜି ଏଇ ନାଳ ପାଇଁ ଅପହଞ୍ଚ…