Latest Odisha News

BREAKING NEWS

Browsing Category

ଓଡିଶା

Odisha

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡିଶାର ପରେଶ ପଟେଲ

ଭୁବନେଶ୍ୱର: ଓଡିଶାର ପୂର୍ବତନ ରଣଜୀ ଖେଳାଳି ପରେଶ ପଟେଲ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ପରେଶ ଓଡିଶା ପକ୍ଷରୁ ରଣଜୀ ଖେଳିବା ବ୍ୟତୀତ ଇଷ୍ଟ ଜୋନ, ଦେଓଧର ଟ୍ରଫି ଓ ଚ୍ୟାଲେଞ୍ଜର ଟ୍ରଫିରେ ଖେଳିଛନ୍ତି । କ୍ୟାରିୟରରେ ସେ ୯ ପ୍ରଥମ ଶ୍ରେଣୀ ମ୍ୟାଚ,…

ଜଗତପୁରରେ ନକଲି ମସଲା କାରଖାନା ଉପରେ ଚଢାଉ , ମାଲିକ ଅଟକ

ଜଗତପୁର: ନକଲି ସାମଗ୍ରୀର ପଣ୍ଠସ୍ଥଳୀ ପାଲଟିଛି ଜଗତପୁର ଅଞ୍ଚଳ ।କଟକ ଜଗତପୁର ପୋଲିସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକଲି ମସଲା କାରଖାନା ଉପରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ମସଲା, ହଳଦୀ ଗୁଣ୍ଡ, ଅପମିଶ୍ରିତ ଲଙ୍କାଗୁଣ୍ଡ ଜବତ କରାଯାଇଛି । ସୂଚନା ଅନୁସାରେ…

[ଭିଡ଼ିଓ] ରୋଗୀଙ୍କୁ ଏୟାରଲିଫ୍ଟ ପାଇଁ କଟକରୁ ଭୁବନେଶ୍ୱର ଗ୍ରୀନ୍ କରିଡର

କଟକ : କଟକ SCB ମେଡିକାଲ୍‌ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ହୋଇଛି । ଆଜି ସକାଳ ପ୍ରାୟ ୯ଟା ସମୟରେ ଗ୍ରୀନ୍‌ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍‌ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା । ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବାର…

[ଭିଡ଼ିଓ] ସୋର ବସ୍ ଦୁର୍ଘଟଣାରେ ୮ମୃତ, ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଡ ଧରଣର ବସ ଦୁର୍ଘଟଣା । ସୋର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବିଦୁ ଛକ ନିକଟରେ  ମର୍ମନ୍ତୁଦ ବସ ଦୁର୍ଘଟଣା । ଦୁର୍ଘଟଣାରେ ୮ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପରିବାର ବର୍ଗଙ୍କୁ ଗଭୀର…

ଭାରସାମ୍ୟ ହରାଇ ଓଲଟିଲା କାର , ଡ୍ରାଇଭର ମୃତ, ୨ଗୁରୁତର

ପାରାଦୀପ : ପାରାଦୀପରେ ମର୍ମନ୍ତୁଦ ଦୁର୍ଘଟଣା । ପାରାଦୀପ ଗଡଚୁନ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ କାର ଓଲଟି ପଡିିଛି ।ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଛି । ଗାଡିରେ ଥିବା ଅନ୍ୟ ଦୁଇ ଜଣଙ୍କୁ ପ୍ରଥମେ ଅଠରବାଙ୍କୀ ଓ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ବ୍ୟୁଟି ପାର୍ଲର ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ,ମୁଖ୍ୟ ଅଭିଯୁକ୍ତ ଗିରଫ

ବାରିପଦା :ବ୍ୟୁଟି ପାର୍ଲର ନାଁରେ ଠକେଇ । ବ୍ୟୁଟି ପାର୍ଲର ନାଁରେ କୋଟିଏରୁ ଅଧିକ ଟଙ୍କା ବିଭିନ୍ନ ଅଞ୍ଚଳରୁ ଠକି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ।ବାରିପଦା ଟାଉନ ଥାନା ପୋଲିସ ଓ ବାଲେଶ୍ୱର ଥାନା ପୋଲିସ ରେସିଡେନସିଆଲ କଲୋନୀରୁ ଅଭିଯୁକ୍ତ ଗିରଫ କରିଛି । ଅଭିଯୁକ୍ତ ହେଲେ ବୈଶିଙ୍ଗା…

[ଭିଡ଼ିଓ] ଭୋଟରଙ୍କ ଅଭିନଵ ପ୍ରତିବାଦ, ଭଙ୍ଗା ଘର କାନ୍ଥରେ ପୋଷ୍ଟର ମାରି ଗୁହାର

ପିପିଲି: ଗାଁରେ ସମସ୍ୟା ମାଳ ମାଳ । ପ୍ରତିଥର ଲଗାଯାଉଛି ଗୁହାର । ହେଲେ ଶୁଣିବାକୁ କେହି ନାହିଁ । ପ୍ରତିଥର ନିର୍ବାଚନ ଆସିଲେ ଭୋଟ୍ ପାଇଁ ସବୁ ହାଜର ହୋଇଯାନ୍ତି । ଗଣ୍ଡା ଗଣ୍ଡା ପ୍ରତିଶ୍ରୁତି ବି ଅଜାଡି ଦିଅନ୍ତି । ହେଲେ ଏବେ କିନ୍ତୁ ଗାଁର ଲୋକେ ଏକଜୁଟ ହୋଇ ନିଆରା ଢଙ୍ଗରେ ପ୍ରତିବାଦ…

ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେଡି, ବିଜେପି କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ

ଭଦ୍ରକ: ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେପି କର୍ମୀଙ୍କୁ ବିଜେଡିର ମାଡ଼ ଘଟଣା । ଏନେଇ ବିଜେପି ପକ୍ଷରୁ ଭଦ୍ରକରେ ଏକ ମାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିବାର ଶେେ ଦିନ ଥିଲା । ଏହି ସମୟରେ ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି…

ପୋଲିସ ପଞ୍ଝାରେ ୬ଜଣ ବାଇକ ଚୋର, ୨୦ଟି ଚୋରା ଗାଡି ଜବତ

ଝାରସୁଗୁଡା :ପୋଲିସ ପଞ୍ଝାରେ ମୋଟରସାଇକେଲ ଚୋର ଗ୍ୟାଙ୍ଗ । ଝାରସୁଗୁଡା ମାଲିମୁଣ୍ଡା ଷ୍ଟାଡିୟମ ନିକଟରୁ ୬ ଜଣ ମୋଟସାଇକେଲ ଚୋରଙ୍କୁ ପୋଲିସ ଗିରଫ କରିଛି ।ଅଭିଯୁକ୍ତ ମାନଙ୍କ ନିକଟରୁ ୨୦ ଟି ଚୋରା ମୋଟରସାଇକେଲ ପୋଲିସ ଜବତ କରିଛି । ଏହି ଅଭିଯୁକ୍ତମାନେ ସୁନ୍ଦଗରଡ, ସମ୍ବଲପୁର, ଝାରସୁଗୁଡା,…

ହୋଟେଲ ରୁମରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଟାଉନ ଥାନା ନିକଟରେ ଥିବା କଚେରି ବଜାରରେ ଥିବା ଏକ ହୋଟେଲ ରୁମରୁ ଜଣେ ଯୁବକଙ୍କ ମୃତ ଦେଉ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାମ ଅରୁଣ କୁମାର ବୋଲି ଜଣାପଡ଼ିଛି । ତାଙ୍କ ବୟସ ୪୫ ବର୍ଷ ପାଖାପାଖି ହେବ ପୋଲିସ କହିଛି । ସୂଚନା ଅନୁସାରେ, ୨୦୨୧ ମସିହା ଅଗଷ୍ଟ ମାସ ୧୭ ତାରିଖରୁ…