Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ଆରୋଗ୍ୟ ହାରରେ ଓଡ଼ିଶାଠୁ ଆଗରେ ଅଛନ୍ତି ଅନ୍ୟ ପଡୋଶୀ ରାଜ୍ୟ; ରିପୋର୍ଟ

ଭୁବନେଶ୍ୱର: କରୋନା ଆରୋଗ୍ୟ ହାରରେ ଓଡିଶା ଅପେକ୍ଷା ଅନ୍ୟ ପଡୋଶୀ ରାଜ୍ୟ ଗୁଡିକ ଆଗରେ ଅଛନ୍ତି। ଗୁରୁବାର ଦିନ ୩୬୦୭ ଜଣ ରାଜ୍ୟରେ ଆରୋଗ୍ୟ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩୩୪୬୬ ରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନା ସୁସ୍ଥତା ହାର ୭୯.୪୮ ପ୍ରତିଶତ ରହିଛି ।…

ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ

ସମ୍ବଲପୁର: ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ସମ୍ବଲପୁର ଜିଲ୍ଲା ଧନୁପାଲି ଅଞ୍ଚଳରେ । ସୂଚନାନୁସାରେ, ଖଇରପାଲି ଅଞ୍ଚଳର ଜଣେ ମହିଳା ନଇରୁ ଗାଧେଇ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ନାବାଳକ ତାଙ୍କୁ ପଛପଟୁ…

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୪୮ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮,୧୪୬ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୯,୬୨୮ ଜଣଙ୍କର ଆଣ୍ଟିଜେନ, ୮୪୦୭ ଟି ଆରଟିପିସିଆର୍ ଓ ୧୧୧ ଟି ଟ୍ରୁନଟ୍‌ ପରୀକ୍ଷା…

ଆମେରିକାଜ ଗଟ୍ ଟାଲେଣ୍ଟ ସିଜିନ-୧୫ ଫାଇନାଲରେ ଓଡିଆ ପୁଅ ସୁମନ୍ତ

ଭୁବନେଶ୍ୱର: ଆମେରିକାଜ ଗଟ୍ ଟାଲେଣ୍ଟରେ ସାଲସା ଓ ହିପ୍‌ହପ୍ ଡ୍ୟାନ୍ସ ପ୍ରଦର୍ଶନ କରି ଚର୍ଚ୍ଚାରେ ଓଡିଆ ପୁଅ ସୁମନ୍ତ ଓ ପଶ୍ଟିବଙ୍ଗର ଝିଅ ସୋନାଲି । ଏବେ ସେମାନେ ଫାଇନାଲରେ ପହଞ୍ଚିଛନ୍ତି । ଫାଇନାଲ ପାଇଁ ସେମାନେ ଶନିବାର ମୁମ୍ବାଇରୁ ଆମେରିକା ଅଭିମୁଖେ ଯାତ୍ରା କରିବେ । ପ୍ରଥମ ଥର…

କରୋନା ମୁକାବିଲା ପାଇଁ କଟକରେ ଚେକିଂ ଜୋରଦାର୍ କଲା କମିଶନରେଟ୍ ପୋଲିସ

କଟକ: ଟ୍ୱିନସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୋଲିସ । ପୋଲିସ ଡିଜି ସ୍ଥିତି ପରଖିବା ପରେ କୋଭିଡ ଯାଞ୍ଚ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସନ୍ଧ୍ୟା କଟକରେ ବିଭିନ୍ନ ଅଂଚଳ…

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ‘ମୋତିଆ ବିନ୍ଦୁ’ ଅପରେସନ

ସୁନ୍ଦରଗଡ଼ : କୋଭିଡ୍ କଟକଣାକୁ ପାଳନ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଆରମ୍ଭ ହୋଇଛି ମାଗଣା ‘ମୋତିଆ ବିନ୍ଦୁ’ ଅପରେସନ । କରୋନା ସଂକ୍ରମଣ ପାଇଁ ଏହି ଚିକିତ୍ସା ଗତ କିଛି ମାସ ହେଲା ବନ୍ଦ ରହିଥିଲା। ଗତ ମାସକ ଭିତରେ ୮ଟି ବ୍ୟାଚରେ ମୋଟ ୪୬ ଜଣଙ୍କ ଅପରେସନ କରାଯାଇଛି।…

ଦଶହରାରେ ଆସୁଛି ‘ଦୁର୍ଗତିନାଶିନୀ’

ଭୁବନେଶ୍ୱର: କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ଗୋଟିଏ ବି ଚଳଚ୍ଚିତ୍ର ରିଲିଜ ହୋଇନାହିଁ । ଗୋଟିଏ ପଟେ ସୁଟିଂ ଉପରେ କଟକଣା ଓ ଅନ୍ୟ ପକ୍ଷରେ ସିନେମା ହଲ ବନ୍ଦ ରହିବା ମନୋରଂଜନ ଶିଳ୍ପକୁ ଯେପରି ସ୍ଥାଣୁ କରିଦେଇଛି । ଗତ କିଛି ଦିନ ହେଲା ଲକ୍ ଡାଉନ ନିୟମ କୋହଳ ହେବା ପରେ ସୁଟିଂ ପାଇଁ ଅନୁମତି…

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ସୋଆ ଜାତୀୟ ସ୍ତରରେ ସମ୍ମାନିତ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି ।…

ବନ୍ୟାରେ ହୋଇଛି ୧୧୦୦ କୋଟିର କ୍ଷତି, କେନ୍ଦ୍ରକୁ ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଗତମାସରେ ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୧ଶହ କୋଟି ଟଙ୍କାର ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଦାବି ରଖିଛି । ଏହି ସହାୟତା ରାଶି ସମେତ ବିପର୍ଯ୍ୟୟ ପ୍ରତିରୋଧ ଲାଗି ସ୍ଥାୟୀ ପଦେକ୍ଷପ ନେବାକୁ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୬୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୬୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ୧୦୩୭, ପୁରୀରୁ ୪୧୫, କଟକରୁ ୨୯୯,…