Latest Odisha News

BREAKING NEWS

Browsing Category

ସାହିତ୍ୟ

କିତ୍‍କିତ୍‍

କିତ୍‍କିତ୍‍ ଅଶୋକ କୁମାର ସିଂହ ରେଖା ଟାଣିଛି କିଏ, ଜଣାନାହିଁ ମୋର ଡେଇଁବାର ଅଛି, ଛୁଇଁବାର ଅଛି ତୁମେ ଖସି ଯାଉଥିବ, ମୁଁ ମାଡି ବସୁଥିବି ମୁଁ ଖସି ଯାଉଥିବି, ତୁମେ ଧରିବାକୁ ହାଇଁ ପାଇଁ ଏ ରାହା, ରହନ୍ତା ନାହିଁ ତୁମକୁ ଛୁଇଁବା ପର୍ଯ୍ୟନ୍ତ? ରହେ ନାହିଁ, ରହେ ନାହିଁ, ନିଶ୍ଵାସ…

ଫେମିନିଜମ

ଫେମିନିଜମ ପ୍ରତୀକ୍ଷା ଜେନା ଡିସେମ୍ବର ବାଇଶରେ ତୋ ସହ ମୋର ଶେଷ ସହବାସ, ତୁ ଭାବିନେ ସେଇ ନିଶାର୍ଦ୍ଧରୁ ଦେହ ମୋର ପୁଂଜାଏ ଜୁଳୁଜୁଳିଆ ପୋକ, ରାସ୍ତାକଡ ନର୍ଦମାରେ ସାଲୁବାଲୁ ଜୀବନ ପାଇଁ ବିକଳ ଆହା ସେଇ ପରାଂଗପୁଷ୍ଟ, ତୁ ଭାବିନେ ଜଣ ଜଣ, କେତେଜଣ ଯେ ଯୋନିରେ ମୋର ପୃଥିବୀ…

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ କେଦାର ମିଶ୍ର “ମୋ ବହି ଓଡିଆ ଓ ବଙ୍ଗଳାରେ ପ୍ରକାଶ କରି ମୋତେ କଣ ଦେବାକୁ ହେବ ବୋଲି ଆପଣ ‘ସର୍ତ୍ତ' ପଚାରିଛନ୍ତି। ଆପଣ ବହି ବିକି ଯେଉଁ ଲାଭ ପାଇବେ ସେହି ଲାଭାଂଶର କିଛି ଅଂଶ ହିଁ ମୋର ପ୍ରାପ୍ୟ ହେବ। ଅବଶ୍ୟ…

ଶ୍ରୀଗୁଣ୍ଡିଚା

ଶ୍ରୀଗୁଣ୍ଡିଚା ପ୍ରମୀଳା ଶତପଥୀ ରଥାରୁଢ ଜଗନ୍ନାଥ ଏକ ଅଖ୍ୟାତ ପଲ୍ଲୀର ଦ୍ୱିତୀୟା ଆକାଶରେ ଉଇ ଉଠିଲା ପୂର୍ଣ୍ଣମୀର ଚାନ୍ଦ। କଁଅଳ କାନ୍ଦ, ପତ୍ରଦେହରୁ ଝରିପଡିଲା ଆଷାଢର ଠୋପାଠୋପା ସ୍ନେହ, ପାଖ ଗାଁ ପବନ ଦେହରେ ଦୋଳି ଖେଳୁଥିଲା ଶଙ୍ଖହୁଳହୁଳି। ଏପଟେ ନାହିନାଡ, ସେ ପଟେ…

ରଥ ଯାତ୍ରା

ରଥ ଯାତ୍ରା କେଦାର ମିଶ୍ର ୧ ଦେହ ପରି ଏଇ ଦାଣ୍ଡ ଲମ୍ବିଅଛି କେଉଁ ଦୂର ଆଡପ ମଣ୍ଡପକୁ ଏ ଦେହ ଦେବତା ପରି, କେବେ ଯକ୍ଷ, କେବେ ଋଷି, କେବେ ପୁଣି ଡାକୁ । ଏ ଦେହ ପଥ ଯେତିକି, ରଥ ସେତିକି, ଏ ଦେହର ନାହିଁ ହାତ, ନାହିଁ ପାଦ, ନାହିଁ ମୁଖ-ବୁକୁ ଏ ଦେହର ଯେତେ ପୀଡା, ଯେତେ ବ୍ରୀଡା,…

ଜୀବାଳି

ଜୀବାଳି ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ ହଁ, ଯା' କହିଲ ଠିକ୍ ଆଗ ସୂର୍ଯ୍ୟୋଦୟ, ପରେପରେ ସୂର୍ଯ୍ୟାସ୍ତ ସ୍ଵାଗତ, ପଲ୍ଲବନ, ମଧୁବନ, ନିଧୂବନ, ପ୍ରେମ, ପରାସ୍ତ, ସ୍ଵାହା ଏବଂ ହଠାତ୍ ସ୍ଵର୍ଗଦ୍ଵାର ଦର୍ଶନ! ତମେ ଠିକ୍ କହିଚ, ମୁଁ'ର ମୁହୂର୍ତ୍ତସବୁ ଏବେ ମୁମୂର୍ଷୁ ଏବେ ଶେଷ ଦେଖା…

ତୁମେ କେମିତି ଜାଣିବ

ତୁମେ କେମିତି ଜାଣିବ ସଂଗ୍ରାମ ଜେନା ତୁମେ କେମିତି ଜାଣିବ କେତେ ଜଣ ତୁମକୁ ଭଲ ପାଆନ୍ତି । ମାଷ୍ଟ୍ରେ ଯାହା ପଢ଼ାଉଛନ୍ତି ସେ ସବୁ ସତ ବର୍ଷା ହେଲେ ନଈବଢ଼ି ଆସିବ କି ନାହିଁ ରାତି ହେଲେ କେତେ ତାରା ଉଇଁବେ କେତେ ଜଣ ଏ ବର୍ଷ ଗୋପନରେ ଗର୍ଭପାତ କରିଛନ୍ତି ସଞ୍ଜ ହେଲେ ସବୁ ପକ୍ଷୀ…

ଓଡ଼ିଶା ଓ ଜଗନ୍ନାଥ

ଓଡ଼ିଶା ଓ ଜଗନ୍ନାଥ ମାୟାଧର ମାନସିଂହ ଯେ ଦେବତା ସମଗ୍ର ଜଗତର ନାଥ ଏବଂ ଯେ ଓଡ଼ିଶା ଭୂମିକୁ ନିଜର ବାସସ୍ଥାନ ରୂପେ ଗ୍ରହଣ କରି ତାକୁ ଅନୁଗୃହୀତ କରିଛନ୍ତି, ସେ ଯେ ଓଡ଼ିଶାର ନୁହନ୍ତି, ଏକଥା କୁହାଯାଇ ପାରିବନାହିଁ । ଓଡ଼ିଶାର ମହାମହିମ ଗଜପତିମାନେ ସେମାନଙ୍କର ସୁଦୂର ପ୍ରସାରୀ…

ତୁମେ କଳ୍ପନା ଡୋରିରେ ବନ୍ଧା

ହେ ଅକଳ୍ପନୀୟ, ତୁମେ କଳ୍ପନା ଡୋରିରେ ବନ୍ଧା ସୀତାକାନ୍ତ ମହାପାତ୍ର ତୋହରି ମାୟାରେ ଜଗତ, ମହତ ଆଦି ପଞ୍ଚଭୂତ ଜଗତ ତୋ’ର ତହୁଁ ଜାତ, ପାଳିଣ ପୁଣି କରୁ ଅନ୍ତ । (ଗୋପଲୀଳା, ଚତୁର୍ଥ ଅଧ୍ୟାୟ) ହେ ଅକଳ୍ପନୀୟ , ଜଗତ ତୁମଠୁଁ ଜାତ ହେବା ପୂର୍ବରୁ ତା’ର ସ୍ଥିତି ନଥିଲା । ଜଗତକୁ ନିଜେ…

ଏକ ବିସ୍ମୟକର ଘଟଣା

ମୋର ଲେଖକ ଜୀବନର ଏକ ବିସ୍ମୟକର ଘଟଣା ଶାନ୍ତନୁ କୁମାର ଆଚାର୍ଯ୍ୟ ୧୯୭୭ର ଘଟଣା । ସେତେବେଳେ ମୁଁ ମୋ ଉପନ୍ୟାସ ଶକୁନ୍ତଳା ଲେଖାରେ ନିମଜ୍ଜିତ । ଚାକିରିରୁ ଲମ୍ବା ଛୁଟିନେଇ ଘରେ ରହି ମୁଁ ଦିନକୁ ପ୍ରାୟ ବାର ତେରଘଣ୍ଟା ପଢ଼ିବା ଓ ଲେଖିବାରେ ନିୟୋଜିତ କରିଥାଏ । ସେତେବେଳେ ସକାଳ ଓଳିଟା ଯାଏ…