Latest Odisha News

BREAKING NEWS

କୋଭିଡ ପରୀକ୍ଷା ନିମନ୍ତେ ସମ ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମନୋନୀତ

ଭୁବନେଶ୍ୱର: ଆଇଏମଏସ ଓ ସମ ହସ୍ପିଟାଲ ସହ ଯୋଡି ହୋଇଯାଇଛି ଆଉ ଏକ ବଡ ସଫଳତା । ଓଡ଼ିଶାରେ କୋଭିଡ  ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ୧୦୦୦ ଶଯ୍ୟା ବିଶିଷ୍ଟ ଏହି…

ଆଇସିସି ମହିଳା ବିଶ୍ୱକପ,ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ସ୍ଥଗିତ

ଦୁବାଇ: ଆଇସିସି ମହିଳା ବିଶ୍ୱକପ ଓ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ସ୍ଥଗିତ ରଖାଯାଇଛି  । କୋଭିଡ-୧୯ ମହାମାରୀ ପାଇଁ  ୨୦୨୧ ମହିଳା ବିଶ୍ୱକପ୍ ଓ ୨୦୨୨ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଯୋଗ୍ୟାତା ପର୍ଯ୍ୟାୟ ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି । ଆସନ୍ତା…

ୟୁକ୍ରେନର ନରଭକ୍ଷୀ ବାପା-ପୁଅ ଗିରଫ

କିଭ୍‌: ୟୁକ୍ରେନର ଏକ ନରଭକ୍ଷୀ ବାପା-ପୁଅଙ୍କୁ ସ୍ଥାନୀୟ କୋର୍ଟ ୧୫ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛି । ସେମାନଙ୍କ ନାମ ହେଲା ୪୨ ବର୍ଷୀୟ ମାକ୍ସିମ କୋଜୁଁତ୍ସୋଭ ଓ ୨୧ ବର୍ଷୀୟ ୟାରାସ୍ଲୋଭା । ୪୫ ବର୍ଷୀୟ ଝେନ୍ୟା ପେତ୍ରୋଭାଙ୍କ ସହ ଉପରୋକ୍ତ ବାପା-ପୁଅ ଏକତ୍ର ମଦ୍ୟପାନ କରୁଥିଲେ । କୌଣସି…

ଲକ୍‌ଡାଉନ -୪ ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ନୂଆ ରୂପରେ ଏବଂ ନୂଆ ଧାରାରେ ଆସିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲକ୍‌ଡାଉନ -୪ ସମ୍ପର୍କରେ ସବିଶେଷ ତଥ୍ୟ ଓ…

ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ୟାକେଜ ଘୋଷଣା । ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀ, ଶ୍ରମିକ, କୁଟୀର ଶିଳ୍ପ, ଏମଏସଏମଇ, ମଧ୍ୟମ ବର୍ଗଙ୍କ ପାଇଁ ଏଥିରେ ସ୍ୱତନ୍ତ୍ର ପ୍ୟାକେଜ…

ଗଞ୍ଜାମ: କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି

ପୋଲସରା: ଘରର ଏକମାତ୍ର ରୋଜଗାରିଆ ପୁଅର କରୋନାରେ ମୃତ୍ୟୁ ପରେ ତାଙ୍କ ପରିବାର ପୁନଃ ଥଇଥାନ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ। ଗଞ୍ଜାମ ଜିଲ୍ଲାର ମଧୂପଲ୍ଲୀ ପଞ୍ଚାୟତର ମାଟିଆସାହି ଗ୍ରାମର ଜଣେ ଗରିବ ପ୍ରବାସୀ ଓଡ଼ିଆ ଶ୍ରମିକ ପ୍ରଫୁଲ ବେହାରଙ୍କର ଢୁଙ୍କାପଡା ହାଇ…

ମହାକାଶରେ ରଙ୍ଗବେରଙ୍ଗ ପରିବେଶ ସୃଷ୍ଟି କରି ପୃଥିବୀ ଅତିକ୍ରମ କରିବ ଧୂମକେତୁ

ନୂଆଦିଲ୍ଲୀ: ଅନ୍ତରୀକ୍ଷର ଏକ ଅଦ୍ଭୁତପୂର୍ଣ୍ଣ ଦୃଶ୍ୟ ବୁଧବାର (ମେ ୧୩)ରେ ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ମହାକାଶରେ ରଙ୍ଗବେରଙ୍ଗ ପରିବେଶ ସୃଷ୍ଟି କରି କମେଟ ସ୍ୱାନ (ଏକପ୍ରକାର ଧୂମକେତୁ) ପୃଥିବୀ ଅତିକ୍ରମ କରିବ । ଏହା ପ୍ରାୟ ୮.୩୩ କିଲୋମିଟର ଦୂରରେ ପୃଥିବୀ ପାଖ ଦେଇ ଯିବ । ଏହା…

ପିଲାଙ୍କ ଶିକ୍ଷାଗତ ଅଧିକାର ଅକ୍ଷୁର୍ଣ୍ଣ ରହିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିକ୍ଷାବିତ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଯେପରି ପିଲାଙ୍କ ଶିକ୍ଷାଗତ ଅଧିକାର ଅକ୍ଷୁର୍ଣ୍ଣ ରୁହେ ସେଥିପାଇଁ ଚିନ୍ତାବ୍ୟକ୍ତ କରି ୧୦୦ରୁ ଅଧିକ ଶିକ୍ଷାବିତ୍ ଓ ସାମାଜିକ କାର୍ୟ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ: କାନ୍ଦି ପକାଇଲେ କରୋନା ଯୋଦ୍ଧା, ବଖାଣିଲେ…

ଖୁସି ଖବର; ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲାଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ସୁସ୍ଥ ହୋଇଥିବା…

ଖୋଲିଲା ସାଂଘାଇ ଡିଜନୀଲ୍ୟାଣ୍ଡ

ସାଂଘାଇ: କରୋନା ଭାଇରସ ଯୋଗୁ ଦୀର୍ଘଦିନ ଧରି ବନ୍ଦ ପଡିଥିବା ସାଂଘାଇ ଡିଜନୀଲ୍ୟାଣ୍ଡ ପୁନର୍ବାର ଖୋଲିଛି । ଏଥିନେଇ ସ୍ଥାନୀୟ ସରକାର ବିଭିନ୍ନ କଟକଣା ଓ ସତର୍କତା ସୂଚୀ ଜାରି କରିଛି । ସାଙ୍ଘାଇ ଡିଜ୍‌ନି ଲ୍ୟାଣ୍ଡ ପାର୍କ ଖୋଲିବା ପରେ ଲୋକେ ବେଶ୍ ଖୁସି ହୋଇଯାଇଛନ୍ତି । ସେଥିପାଇଁ ପାର୍କ…