Latest Odisha News

BREAKING NEWS

ମର୍ଯ୍ୟାଦାର ସହ ସମ୍ପନ୍ନ ହେଲା ଓଡ଼ିଆ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆତଙ୍କବାଦୀଙ୍କ ସହିତ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢି ଦେଶମାତୃକା ଲାଗି ପ୍ରାଣବଳୀ ଦେଇଥିବା ବୀର ଓଡ଼ିଆ ଯବାନ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ମର୍ଯ୍ୟାଦା ସହକାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ତାଙ୍କର ଗ୍ରାମ ଅସ୍ତରଙ୍ଗରେ ଅନୁଷ୍ଠିତ ହୋଇଛି । ଗାଁ ଶ୍ମଶାନରେ…

ପୁଣି ଫେରିଲା ଶୀତ, କୋହଲା ପାଗ ସହ ରାଜ୍ୟରେ ବର୍ଷା ଆଶଙ୍କା

ଭୁବନେଶ୍ୱର : ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ଆଗାମୀ ୧୨ ଘଣ୍ଟା ଭିତରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ…

ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରି ଭାରତ ସିରିଜ ବିଜୟୀ

ମାଉଣ୍ଟମଂଗନୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୩ୟ ଦିିନିକିଆ ମ୍ୟାଚରେ ବିରାଟ ବାହିନୀ କିୱି ଦଳକୁ ୭ ୱିକେଟରେ ପରାସ୍ତ କରି ୫ ଟିକିଆ ଶୃଙ୍ଖଳା ବିଜୟ ହାସଲ କରିପାରିଛି । ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରି କିୱି ଦଳକୁ…

ଭାରତୀୟ ବାୟୁସେନାର ଲଢୁଆ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଖୁସିନଗର ଠାରେ ସୋମବାର ଦିନ ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଏହି ଦୁର୍ଘଟଣା ପରେ ଜାଗୁଆର ବିମାନଟିରେ ନିଆଁ ଲାଗିଯିବା ଫଳରେ ଏହା…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭା: ଗାୟକ ସମ୍ରାଟ ବୈଷ୍ଣବ ଚରଣ ପ୍ରଧାନ

ଭୁବନେଶ୍ୱର: ପାଲା ଜଗତରେ ଗାୟକ ରତ୍ନ ହରି ନାଥ ଓ ଗାୟକ ଶିରୋମଣି ନିରଞ୍ଜନ କରଙ୍କ ପରେ ଯାହାଙ୍କ ନାମ ଆସେ ସେ ହେଉଛନ୍ତି ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନ । ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ଉଚ୍ଚ ଶିକ୍ଷିତ ଓ ବୁଦ୍ଧିଜୀବୀ ମହଲରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ରହିଥିଲା ବୈଷ୍ଣବ…

କଂଗ୍ରେସ ବିଧାୟକ ପଦରୁ ନବ ଦାସଙ୍କ ଇସ୍ତଫା

ଭୁବନେଶ୍ୱର : ବିଜେଡିରେ ଯୋଗଦେବା ପରେ ବରିଷ୍ଠ ନେତା ନବ ଦାସ ସୋମବାର ଦିନ କଂଗ୍ରେସ ବିଧାୟକ ପଦରୁ ନିଜ ଇସ୍ତଫା ଦେଇଛନ୍ତି । ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନବ ଦାସ ବିଧିବଦ୍ଧ ଭାବେ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।…

ଗଜପତି ଜଙ୍ଗଲରୁ ୨୯ ଆଦିବାସୀ ସେବାଶ୍ରମ ଛାତ୍ରୀ ଉଦ୍ଧାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅନ୍ତରବା ସେବାଶ୍ରମ ବିଦ୍ୟାଳୟରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ ରବିବାର ରାତିରେ ପୋଲିସ ଉଦ୍ଧାର କରିଛି। ଛାତ୍ରୀମାନେ ସେବାଶ୍ରମରୁ ଶନିବାର ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ି ପଳାଇଥିବା ନେଇ ଅଭିଯୋଗ ହୋଇଥିଲା ।…

ଭଦ୍ରକରେ ୬ ଘଣ୍ଟିଆ ବନ୍ଦ ଡ଼ାକରା ଯୋଗୁଁ ଜୀବନ ଯାତ୍ରା ବାଧାପ୍ରାପ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସୋମବାର ଦିନ ୬ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏହାଫଳରେ ଭଦ୍ରକ ସହର ସମେତ ଜିଲ୍ଲାର ଅଧିକାଂଶ ସ୍ଥାନ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହୋଇପଡ଼ିଛି । ମିଳିଥିବା ସୂଚନାନୁଯାୟୀ, କେନ୍ଦ୍ର ସରକାରଙ୍କ ଇଣ୍ଡିଆନ…

ରାଜଧାନୀରେ ଜମୁଛି ଆଦିବାସୀ ମେଳାର ସମ୍ଭାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଡକଲ ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷ ଆଦିବାସୀ ମେଳା ଅନୁଷ୍ଠିତ ହୋଇଛି । ଆଦିବାସୀ ସମ୍ପ୍ରଦାୟର କଳା ସଂସ୍କୃତି ଜୀବନ ଧାରଣର ଶୈଳୀ ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ସାମଗ୍ରୀ ବିକ୍ରୀ…

ପରଲୋକରେ ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ହୃଦଘାତ ହେବାରୁ ତାଙ୍କୁ…