Latest Odisha News

BREAKING NEWS

ଓଡ଼ିଆ ହକି ଖେଳାଳିଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ହକି ମହାକୁମ୍ଭ । ମ୍ୟାଚ ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ଭାରତୀୟ ପୁରୁଷ ହକି ଟିମରେ ସାମିଲ ହୋଇଥିବା ଦୁଇ ଓଡ଼ିଆ ହକି ଖେଳଳିଙ ଅମିତ ରୋହିଦାସ ଏବଂ ନୀଲମ ସଂଜୀପ୍ ଖେସଙ୍କୁ ୧୦ ଲକ୍ଷ…

ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ଅସୁସ୍ଥ, ଚିକିତ୍ସା ପାଇଁ କୋଲକାତାରୁ ଗଲେ ବାଙ୍ଗାଲୋର

କୋଲକତା: ଭାରତୀୟ କ୍ରିକେଟ ଦଳର କୋଜ ରାହୁଲ ଦ୍ରାବିଡ ହଠାତ ଅସୁସ୍ଥ ହୋଇ ପଡିଛନ୍ତି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ବେଳେ ଦ୍ରାବିଡ ରକ୍ତଚାପ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବେଙ୍ଗଲ କ୍ରିକେଟ ଆସୋସିଏଶନର ଡାକ୍ତର ତାଙ୍କର ଚେକଅପ କରିଥିଲେ ।ଆଜି…

ଜଳାବତରଣ କଲା ବିଶ୍ୱର ସର୍ବବୃହତ୍ତ ଜାହାଜ ଗଙ୍ଗାବିଳାସ

ବାରାଣାସୀ: ଦୁନିଆର ସବୁଠୁ ବଡ ନଦୀପୋତ ଏମ୍ ଭି ଗଙ୍ଗାବିଳାସ ଆଜି ଯାତ୍ରା ଆରମ୍ଭ କରିଛି । ବାରାଣାସୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅତ୍ୟାଧୁନିକ ଜାହାଜର ଲମ୍ବ ୬୨ ମିଟର, ଚଉଡ଼ା ୧୨ ମିଟର ଓ…

ଜାନୁଆରୀ ୩୧ ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ ରୁ ଆରମ୍ଭ ହେବ  ଚଳିତ ବର୍ଷ ସଂସଦ ଅଧିବେଶନ ।   ୨୦୨୩ ବଜେଟ୍ ଅଧିବେଶନ ଏପ୍ରିଲ ୬ ‌ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସମୁଦାୟ ୨୭ଟି ବୈଠକ ବସିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି…

୧୦୦ ବସ୍ତା ଧାନ କୁଣ୍ଡାରେ ହକି ବିଶ୍ବକପ୍‌

ସୁବର୍ଣ୍ଣପୁର : ପୁରୁଷ ହକି ବିଶ୍ୱକପ ପାଇଁ ଏବେ ସାରା ଓଡିଶାରେ ଚାଲିଛି ଉତ୍ସବର ମାହୋଲ । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମ ଠାରେ ମଧ୍ୟ ଦେଖିବାକୁ ମିଳିଛି ଏହାର କ୍ରେଜ୍‌  । ଧାନ କୁଣ୍ଡାରେ ଏକ ବିଶାଳ ହକି ବିଶ୍ୱକପର ଆକୃତି କରିଛନ୍ତି ବିଶ୍ୱବିଖ୍ୟାତ…

ରିଲିଜ୍‌ ହେଲା ‘ଦମନ’ର ହିନ୍ଦୀ ଟ୍ରେଲର

ଭୁବନେଶ୍ୱର : ରିଲିଜ୍‌ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର । ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ରାଜ୍ୟରେ ଚହଳ ପକାଇଥିବା ବେଳେ ଏହି ଫିଲ୍ମକୁ ହିନ୍ଦୀ ଭାଷାରେ ପ୍ରସ୍ତୁତ କରାଯାଇଛି । ହିନ୍ଦୀ ଟ୍ରେଲର ରିଲିଜ ନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ସୂଚନା ଦେଇଛନ୍ତି ।…

ଏଠାରେ ଚିକେନ ୩୨୫, ଆଉ ପିଆଜ ୯୦୦

ମାନିଲା: ଫିଲିପାଇନ୍ସରେ ପିଆଜ ମିଳୁନି । ଏହାର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି । ଏପରିକି ଚିକେନ ମୂଲ୍ୟଠାରୁ ଏହା ୩ଗୁଣ ଅଧିକ ଦାମ ହୋଇଛି । ଚିକେନ ମୂଲ୍ୟ ଫିଲିପାଇନ୍ସରେ ୩୨୫ ଟଙ୍କା ହୋଇଥିବା ବେଳେ ପିଆଜ ଦର ୯୦୦ ଛୁଇଁଛି । ଅଧିକ ଚାହିଦା ଯୋଗୁ ପିଆଜର ଚୋରା କାରୋବାର ମଧ୍ୟ ଆରମ୍ଭ ହୋଇଯାଇଛି…

ବସରେ ସିରିଡି ଦର୍ଶନ ପାଇଁ ଯାଉଥିଲେ, ପିଟିଦେଲା ଟ୍ରକ; ୧୦ ମୃତ

ମହାରାଷ୍ଟ୍ର: ଆଜି ସକାଳୁ ନାସିକ-ଶିରିଡି ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଶିରିଡି ଦର୍ଶନ ପାଇଁ ଭକ୍ତଙ୍କୁ ନେଇ ଯାଉଥିବା ବସଟି  ଶିରିଡି ରାଜପଥର ପାଥେର ନିକଟରେ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ରେ ପ୍ରାୟ ୪୫ ରୁ ୫୦ ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୧୦ ଜଣଙ୍କର…

ଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

ଅନୁଗୁଳ : ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ଭୟାବହ ଅଗ୍ନିକାଣ୍ଡ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ । ଆଜି ସକାଳେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରଗ ହାଉସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।…

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ରାଜଶ୍ରୀଙ୍କ ମୃତଦେହ

କଟକ: ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦହେ ଉଦ୍ଧାର । ଗୁରୁଡି ଝାଟିଆ ଜଙ୍ଗଲ ଭିତରୁ ରାଜଶ୍ରୀଙ୍କ ମୃତ ଦେହକୁ ଝୁଲନ୍ତ ଅବସ୍ଥା ଉଦ୍ଧାର କରିଛି ପୋଲିସ । ମୃତଦେହ ରାଜଶ୍ରୀଙ୍କର ବୋଲି ଚିହ୍ନଟ କରିଛି ମଙ୍ଗଳାବାଗ ପୋଲିସ ।ପୂର୍ବରୁ ଏହି ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ…