Latest Odisha News

BREAKING NEWS

କବିତା : ନିଜେ ନିଜେ

ସତ୍ୟନାରାୟଣ ଗନ୍ତାୟତ 

ଛଳନା କରୁଚି କେତେ ନିଜ ସହ ମୁହିଁ
ମିଛରେ ମହା ସୁଖୀଟେ ବୋଲାଇ ।।

ଏ ଆଖି ଲୁହକୁ ସେ ଆଖିକୁ ନେଇ
ନିଲଠା ହସରେ ଓଠ ମୋ ସଜାଇ ।।

ନିଜେ ଇ ନିଜକୁ ରଖିଚି ଜୀଆଁଇ
ଯାତନାର ସହଭାଗୀ ହେବା ପାଇଁ ।।

ଏ ସଂସାର ସାର,ଲାଗେ ବି ଅସାର
ସଭିଏଁ ନିଜର, ସଭିଏଁ ବି ପର ।।

ଦୁଃଖ ସୁଖ ଆଉ ଖୋଜେ ନାହିଁ
ଦିହସୁହା ସବୁ ଯାହିତାହି ଜୀଇଁ ।।

ସମୟଠୁ ମାତ୍ର ମୁହୂର୍ତ୍ତଟେ ନେଇ
ଯାବତ ଯାତନା ତହିଁ ଭରିଦେଇ ।।

ଶୂନ୍ୟତା ଭିତରେ ନିଜକୁ ହଜାଇ
ଭ୍ରମର ପ୍ରେମରେ ଭାସୁଅଛି ମୁହିଁ !!

ସୁହାସିତମ୍, କସ୍ତୁରୀ ନଗର
ରାୟଗଡା :୭୬୫୦୦୧
ଭ୍ରାମ୍ୟଭାଷ : ୯୪୩୭୯୦୯୬୭୫

Leave A Reply

Your email address will not be published.