Latest Odisha News

BREAKING NEWS

Yearly Archives

2022

ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ପୌର ନିର୍ବାଚନ ପାଇଁ ବସିଥିବା ସର୍ବଦଳୀୟ ବୈଠକ ଶେଷ

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ଏହି ବୈଠକରେ ବିଜେପି ବିଜେଡି ଓ କଂଗ୍ରେସ ସର୍ବଦଳ ଯୋଗଦେଇଥିଲେ । ଏହି ବୈଠକରେ ଭୋଟର ତାଲିକା ସଂଶୋଧନ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ।ବୈଠକରେ ବିଜେଡି ପକ୍ଷରୁ ସୁଲତା ଦେଓ…

ସାଇକେଲରେ ବୁଲିବୁଲି ପ୍ରଚାର କରୁଛନ୍ତି ସରପଞ୍ଚ ପ୍ରାର୍ଥୀ

ପୁରୀ : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି । ରାଜନୈତିକ ଉଷ୍ମତା ସେତିକି ବଢୁଛି । ନିଆରା ଢଙ୍ଗରେ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି ପ୍ରାର୍ଥୀମାନେ । ସତ୍ୟବାଦୀ ବ୍ଲକ ପେଣ୍ଠପଡା ପଞ୍ଚ।ୟତରେ ଉଚ୍ଚ ଶିକ୍ଷିତ ଯୁବ ସରପଞ୍ଚ ପ୍ରାର୍ଥୀ ଚିନ୍ମୟ ରାଉତ ସାଇକେଲରେ…

ରିଷଭ ପନ୍ଥ କାହିଁକି ଓପେନିଂ କରିଥିଲେ, ରୋହିତ କହିଲେ କାରଣ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍ କରିଥିଲେ ରିଷଭ ପନ୍ଥ । ଇନଫର୍ମ ଲୋକେଶ ରାହୁଲ ଥାଇ ବି କାହିଁକି ପନ୍ଥ ଓପେନିଂ କଲେ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିଲା । ମ୍ୟାଚ୍ ଜିତିବା ପରେ କ୍ୟାପଟେନ୍ ରୋହିତ ଶର୍ମା ଏହା ପଛର କାରଣ…

୨୦ ମାସ ହେବ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ମୁଦ୍ରାନୀତୀ ସମୀକ୍ଷା କରି ସୁଧହାରରେ ହାତ ମାରି ନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ସେହିପରି ରିଭର୍ସ ରେପୋ ରେଚ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ମୁଦ୍ରାନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ…

ପୌର ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା

ଭୁବନେଶ୍ୱର: ପଞ୍ଚାୟତ ପରେ ପୌର ନିର୍ବାଚନ ନେଇ ସଜବାଜ ଆରମ୍ଭ ହେଲାଣି । ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଚଳିତ ମାସ ଶେଷ ସୁଦ୍ଧା ସରିବ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପ୍ରକ୍ରିୟା ଶେଷ ହେବ । ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ…

ଭିଜିଲାନ୍ସ ଜାଲରେ କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର

ଫୁଲବାଣୀ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ ଜାରି…

ଦେଶରେ ଚିନ୍ତା ବଢ଼ାଉଛି କରୋନା ମୃତ୍ୟୁସଂଖ୍ୟା, ସଂକ୍ରମଣ କମୁଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୬୭ହଜାର ୮୪ ଆକ୍ରାନ୍ତ । ପଜିଟିଭ୍ ହାର ରହିଛି ୪.୪୪ପ୍ରତିଶତ । ସଂକ୍ରମଣ କମୁଛି । କିନ୍ତୁ…

ଆଜି ରାଜ୍ୟରୁ ୧୪୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାର ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୮୦ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬୨ ଓ ଲୋକାଲ୍ କେସ୍ ରହିଛି ୬୧୮ । ୧୮ ବର୍ଷରୁ କମ୍ ବର୍ଗର ଆଉ ୩୩୪ ପଜିଟିଭ୍…

ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ଆଗୁଆ କବଜା କଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତିବା ସହ ସିରିଜକୁ ଆଗୁଆ କବଜା କରିଛି ଭାରତ । ଗତକାଲି ଅହମ୍ମଦାବାଦରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୪୪ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ୨୩୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି କାରାବେଆନ୍ ଟିମ୍ ୧୯୩ ରନରେ ଅଲଆଉଟ୍ ହୋଇଥିଲା…

ଓମଫେଡର ସମଲେଶ୍ୱରୀ ମିଲ୍କ ୟୁନି୍ଅନ୍ ଡେପୁଟୀ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଓମଫେଡର ସମଲେଶ୍ୱରୀ ମିଲ୍କ ୟୁନି୍ଅନ୍ ଡେପୁଟୀ ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟୀ ମ୍ୟାନେଜର୍ କିଶୋର ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ୱଲପୁର, ଭୁବନେଶ୍ୱର ଓ ପୁରୀରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି ।…