Latest Odisha News

BREAKING NEWS

Yearly Archives

2022

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…

ବାରବାଟି ମ୍ୟାଚ୍ ପାଇଁ ‘ମୋ ବସ୍’ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ୧୨ ତାରିଖରେ ବାରବାଟିରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ରବିବାର ଖେଳାଯିବାକୁ ଥିବା ମ୍ୟାଚ୍ ରାତି ୭ଟାରେ ଆରମ୍ଭ ହୋଇ ୧୧ଟାରେ ସରିବ । ମ୍ୟାଚ୍ ଦିନ ଟ୍ୱିନ୍ ସିଟିରେ ‘ମୋ ବସ୍’ ପକ୍ଷରୁ ସ୍ୱତନ୍ତ୍ର ସେବା ଯୋଗାଇ ଦିଆଯିବ । ଏଥିପାଇଁ ସେବା…

ବାରବାଟୀକୁ ଆସିବେ ଦାଦା

କଟକ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୁବନେଶ୍ୱରରେ ଦୁଇ ଦେଶର ଖେଳାଳିମାନେ ପହଂଚି ସାରିଛନ୍ତି । ପ୍ରଶଂସକମାନେ ଖେଳାଳିଙ୍କ ଝଲକ ଦେଖିବା ପାଇଁ ବ୍ୟଗ୍ରତା ଦେଖିବାକୁ…

ସମୟ ସ୍ରୋତରେ ମୁସାରଫ୍ ନିସ୍ତେଜ: ବୋଲ ମାନୁନି ନିଜ ଅଙ୍ଗ

ଲାହୋର: ଦିନେ ପାକିସ୍ତାନର ଅଖଣ୍ଡ କ୍ଷମତାର ଅଧିକାରୀ ଥିବା  ପୂର୍ବତନ ରାଷ୍ଟ୍ରପତି ତଥା ଜେନେରାଲ ପରଭେଜ ମୁଶାରଫ ଏବେ ଅସହାୟ । ଏପରିକି ତାଙ୍କ ନିଜ ଅଙ୍ଗ ଆଉ ନିଜ ବୋଲ ମାନୁନି । ଶଯ୍ୟାରୁ ଉଠିପାରୁନାହାଁନ୍ତି ମୁସାରଫ । ଗତ କିଛି ଦିନହେଲା ସେ ରୋଗଶଯ୍ୟାରେ ପଡ଼ିଥିବା ତାଙ୍କ ପରିବାର…

ରତଲାମରେ ୧୮ ମୁସଲମାନ ହିନ୍ଦୁ ଧର୍ମକୁ ଫେରଲେ

ରତଲାମ: ମଧ୍ୟପ୍ରଦେଶରେ ଆଜି ଅମ୍ବା ଅଂଚଳରେ ୧୮ ଜଣ ମୁସଲମାନ ଧର୍ମ ଛାଡି ହିନ୍ଦୁ ପାଲଟିଛନ୍ତି । ଭୀମନାଥ ମନ୍ଦିରରେ ଶିବପୁରାଣ ପୂର୍ଣ୍ଣାହୂତି ପରେ ସ୍ୱାମୀ ଆନନ୍ଦଗିରି ମହାରାଜା ସମସ୍ତଙ୍କୁ ଗୋମୂତ୍ରରେ ସ୍ନାନ କରାଇଥିଲେ । ଏହା ପରେ ସେମାନଙ୍କୁ ପଇତା ପିନ୍ଧା ଯାଇଥିଲା । ଏହା ପୂର୍ବରୁ…

କିଏ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ? ରେସରେ ସବୁଠୁ ଆଗରେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଏବେ କିଏ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଏହାରି ଭିତରେ ସବୁଠୁ ଆଗରେ ରହିଛି ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ନାଁ । କେବଳ ମୁର୍ମୁ ନୁହେଁ ଅନେକ ପ୍ରାର୍ଥୀଙ୍କ ନାଁ…

କୋରାପୁଟ ଜିଲ୍ଲାକୁ ପ୍ରଶଂସା କଲେ ନୀତି ଆୟୋଗ ସିଇଓ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିକୁ ଉନ୍ନତ କରିଥିବା ହେତୁ କୋରାପୁଟ ନୀତି ଆୟୋଗର ଜିଲ୍ଲା ପ୍ରଦର୍ଶନ ତାଲିକା ଏପ୍ରିଲ ମାସ ପାଇଁ ସର୍ବୋତ୍ତମ ଜିଲ୍ଲା ଭାବେ…

ଜୁଲାଇ ୨ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର: ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ । ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ୨ ତାରିଖରେ ଆଗତ ହେବ ପୂର୍ଣ୍ଣାଙ୍ଗ…

ବୋଲଗଡ଼ ଏଏସଆଇଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ବୋଲଗଡ଼ ଥାନା ଏଏସଆଇଙ୍କୁ ଶୁକ୍ରବାର ଭିଜିଲାନ୍ସ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି । ଏଏସଆଇ ଭଗବାନ ସ୍ୱାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଅଭିଯୋଗକାରୀଙ୍କ ପୁଅ ଏବଂ ତା’ର ସାଙ୍ଗକୁ ଏକ ମାମଲାରେ ସାହାଯ୍ୟ…

ହୋଟେଲ ମେ ଫାୟାରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଖେଳାଳି । ବାରବାଟୀ ଟି-୨୦ ପାଇଁ ଉଭୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଖେଳାଳି ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଦେଶରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ…