Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ଗଞ୍ଜେଇ ମାମଲାରେ ବିକ୍ରମ ଦେବ କଲେଜର ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ

କୋରାପୁଟ: ଜୟପୁର ସହରରୁ ୫ ଜଣଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ। ଗଞ୍ଜେଇ ମାମଲାରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ୫ ଛାତ୍ରଙ୍କୁ କର୍ଣ୍ଣାଟକର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାତି ଅଧିଆ ଉଠାଇ ନେଇଥିବା ସୂଚନା ମିଳିଛି। ଘଟଣାକୁ ସ୍ପଷ୍ଟ କଲେ ଜୟପୁର ଟାଉନ ଥାନା ଅଧିକାରୀ।…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଘାଟି ତଳକୁ ଖସିଲା କାର, ୩ ମୃତ, ଜଣେ ଗୁରୁତର

କୋରାପୁଟ: ଘାଟି ତଳକୁ ଖସିଲା କାର । କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ଯୋଡ଼ିମାଡଦିଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ…

ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ହତ୍ୟା ମାମଲା, ୭ ଗିରଫ

କୋରାପୁଟ: କୋରାପୁଟ ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ମାମଲା । ୨ ଯୁବତୀଙ୍କ ସହ ମୋଟ ୭ଜଣଙ୍କୁ ଗିରଫ କରିଲା ପୋଲିସ । ଲୁଟ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ ।  ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ପୂଜକଙ୍କ…

ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାସ, ୯ ଗିରଫ

କୋରାପୁଟ: ବିସିଂହପୁର ପୋଲିସକୁ ବଡ ସଫଳତା । ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାସ କରିବା ସହ ୯ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୧୨ଟି ମୋବାଇଲ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଗତ ଫ୍ରେବୁୟାରୀ ମାସରେ ସ୍ଥାନୀୟ ଭାତପାଇ ଗୁଡା ଗ୍ରାମରେ ଗୋଟିଏ ଦିନରେ ୧୧ ଟି ମୋବାଇଲ…

କୋରାପୁଟରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ମନ୍ଦିର ପୂଜକଙ୍କ ମୃତଦେହ

କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ପୂଜକଙ୍କ ନାଁ ରମେଶ…

କୋରାପୁଟ ମାଛକୁଣ୍ଡରୁ ବିପୁଳ ଗଞ୍ଜେଇ ଜବତ, ମାଫିଆ ଫେରାର

ଲମତାପୁଟ: ରାଜ୍ୟରେ ବୃଦ୍ଧି ପାଉଥିବା ବେଆଇନ ଗଞ୍ଜେଇ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କୋରାପୁଟ ମାଛକୁଣ୍ଡ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ  ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସକାଳେ ଏକ କାରଟି ଗଞ୍ଜେଇ ନେଇ ବଦଲିଗୁଡା ଜଙ୍ଗଲକୁ ଯାଉଥିବା ବେଳେ…

ଜୟପୁର ବସ୍ ଟର୍ମିନାଲରେ ଭୟାବହ ଅଗ୍ନିକାଣ୍ଡ, ଏକାଧିକ ବସରେ ନିଆଁ

କୋରାପୁଟ: ଜୟପୁର ବସ୍ ଟର୍ମିନାଲରେ ଭୟାବହ ଅଗ୍ନିକାଣ୍ଡ। ବସ୍ ଟର୍ମିନାଲରେ ଅଛି ୨୦ରୁ ଅଧିକ ପରିତ୍ୟକ୍ତ ବସ୍। ଜାତୀୟ ରାଜପଥ ୨୬ କଡ଼ରେ ଥିବା ବସ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ପ୍ରଥମେ ଏକ ପରିତ୍ୟକ୍ତ ବସରେ ନିଆଁ ଲାଗିବା ପରେ ଏହା ଏକାଧିକ ବସକୁ ବ୍ୟାପି ଯାଇଛି। ଏକାଧିକ ବସରେ ନିଆଁ…

ଆସ ବୁଲିଯିବା ଓଡିଶା: ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଡୁଡୁମା ଜଳପ୍ରପାତ

କୋରାପୁଟ: ଆସିଛି ପର୍ଯ୍ୟଟନ ଋତୁ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଜଳପ୍ରପାତର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି…

କୋରାପୁଟରେ ଡବଲ୍ ମର୍ଡର, ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ

କୋରାପୁଟ: ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ। ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟଣା ଘଟିଛି କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ। ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ…

କୋରାପୁଟରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି: ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ

କୋରାପୁଟ: ଗତ କିଛିଦିନର ବ୍ୟବଧାନ ପରେ ପୁଣି କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧୀନସ୍ଥ ଦେଓ ଖଡକ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ…