Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୁବନେଶ୍ୱରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନ ଚଳାଚଳ ସେପ୍ଟେମ୍ବର ୧ରୁ ଆରମ୍ଭ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଲାଗି ଖୁସିର ଖବର । ଭୁବନେଶ୍ୱରରୁ ଅହମ୍ମଦାବାଦ ମଧ୍ୟରେ ସିଧାସଳଖ ବିମାନ ସେବା ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଛି । ଏହି ବିମାନ ଚଳାଚଳ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ବିମାନର ଉଡ଼ାଣ ସମ୍ପର୍କରେ ସମୟ ନିର୍ଘଣ୍ଟ ସୂଚୀ ବିଜୁ ପଟ୍ଟନାୟକ…

ସିଙ୍ଗାପୁରରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ

ସିଙ୍ଗାପୁର : ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଓଡିଆ ମାନେ ଆନନ୍ଦ ଉଲ୍ଲାସରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି । ଏଠାରେ ରହୁଥିବା ‘ପ୍ରବାସୀ ଓଡିଆ’ ଏବଂ ‘ସିଙ୍ଗାପୁର ହିନ୍ଦୁ ସେଣ୍ଟର’ର ମିଳିତ ଉଦ୍ୟମରେ ‘ରକ୍ଷା ବନ୍ଧନ ୨୦୧୮’ ପାଳିତ ହୋଇଛି ।…

ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା: ଭାଇ ଜଗା-ବଳିଆ ପିନ୍ଧିଲେ ସୁନାଭଉଣୀ ସୁଭଦ୍ରାଙ୍କ ରାକ୍ଷୀ

ପୁରୀ: ଭାରତୀୟ ପରମ୍ପରାରେ ଆଜିର ଦିନଟିକୁ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳିତ ହୋଇଥାଏ । ଆଜି ଓଡ଼ିଶାର ପୁରପଲ୍ଲୀରେ ଏହି ପବିତ୍ର ଦିନରେ ଓଡ଼ିଆ ଝିଅମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ଆଜି ଏହି ରାକ୍ଷୀ ପୂର୍ଣ୍ଣିମା…

ରାକ୍ଷୀ ସହିତ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ସଙ୍ଗୀତ ଓ ସିନେମା

ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ । ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହୋଇ ରହିଯାଇଥାଏ ରକ୍ଷାବନ୍ଧନର ସ୍ମରଣୀୟ ଦିନଟି ।…

ରାକ୍ଷୀ ପୂର୍ଣ୍ଣିମା: ବଜାରରେ ଭିଡ଼ ଜମିଲା, ବାଲୁକା କଳାକୃତୀରେ ଚମକିଲା ରାକ୍ଷୀ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଲାଗି ଏହି ଦିନଟି ବେଶ୍ ପବିତ୍ର । ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ତା’ର ଭାଇ ହାତରେ ବାନ୍ଧି ଦେଇଥାଏ ରାକ୍ଷୀ । ସମ୍ପର୍କର ସେତୁବନ୍ଧ ପାଲଟିଯାଇଥାଏ ସୂତାରେ ନିର୍ମିତ ହୋଇଥିବା କ୍ଷୁଦ୍ର ରାକ୍ଷୀଟିଏ । ଭୁବନେଶ୍ୱର…

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ ଯୋଗ-ପ୍ରାଣ-ବିଦ୍ୟା ବା ‘ପ୍ରାନିକ୍ ହିଲିଙ୍ଗ’ ସୂକ୍ଷ୍ମ ଶରୀର ଓ ସ୍ଥୂଳ ଶରୀରର ଉପଚାରକୁ ବୁଝାଇଥାଏ । ଆମେମାନେ ପୂର୍ବରୁ ‘ରେକୀ ହିଲିଙ୍ଗ’ କଥା ଜାଣିଛେ । ରେକିରେ ପ୍ରାଣଶକ୍ତିକୁ ଆହ୍ୱାନ କରି…

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କର ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ପରଲୋକ ହୋଇଯାଇଛି । ସେ ସ୍ୱାସ୍ଥ୍ୟ ଜନିତ ଅସୁସ୍ଥତା ଯୋଗୁଁ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଦେବୁ…

ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ସୃଷ୍ଟି: ‘ଏଏସଆଇ’ର ଯାଞ୍ଚ, ମରାମତି ତୁରନ୍ତ ହେବା ସମ୍ଭାବନା

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି । ବର୍ଷା ସମୟରେ ପାଣି ଗଳୁଛି ନାଟମଣ୍ଡପ ଛାତରୁ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)ର ଏକ ବିଶେଷଜ୍ଞ ଦଳ ନାଟମଣ୍ଡପ ଛାତ ଯାଞ୍ଚ କରିଛନ୍ତି । ତେବେ ଏହାର ମରାମତି ଖୁବ ଶିଘ୍ର ହେବ…

ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ-ଜୁହା, ସୁଦର୍ଶନଙ୍କ ଚମତ୍କାର ବାଲୁକା କଳା

ଭୁବନେଶ୍ୱର : ମୁସଲମାନ ଧର୍ମାବଲମ୍ବୀ ଭାଇ-ଭଉଣୀମାନେ ଆଜି ଆନନ୍ଦର ସହିତ ପାଳନ କରୁଛନ୍ତି ପବିତ୍ର ଇଦ-ଉଲ-ଜୁହା ପର୍ବ । ଆଜିର ଦିନଟିକୁ ଓଡ଼ିଶା ତଥା ସମଗ୍ର ଭାରତର ମୁସଲମାନ ଧର୍ମର ଜନସାଧାରଣ ତ୍ୟାଗ ଓ ବଳିଦାନର ପର୍ବ ଭାବେ ପାଳନ କରୁଛନ୍ତି । ଆଜିର ଦିନଟିକୁ ବକରିଦ ଭାବେ ମଧ୍ୟ ପାଳନ…

ସୁସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ କବି ଯଦୁନାଥ ଦାସମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : କବି ତଥା ସୁସାହିତ୍ୟିକ ଭାବେ ଜଣାଶୁଣା ପୂର୍ବତନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁରେ ତାଙ୍କର ଜନ୍ମଭୂମି ତଥା କର୍ମଭୂମି ବାଲେଶ୍ୱର ସମେତ ରାଜଧାନୀ ଓ ସମଗ୍ର ଓଡ଼ିଶାରେ ଶୋକର ଛାୟା…