Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅକ୍ଷୟ କୁମାରଙ୍କ ପରେ କରୋନା ସଂକ୍ରମିତ ହେଲେ ଗୋବିନ୍ଦା

ମୁମ୍ବାଇ:  ବଲିଉଡରେ କରୋନା ପ୍ରକୋପ ବଢୁଛି । ବଲିଉଡ କଳାକାର ମାନେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି ପ୍ରଥମେ ଅକ୍ଷୟ କୁମାର କରୋନା ପଜିଟିଭ୍ ହୋଇଥିବା ଖବର ଆସିଥିଲା । ଏବେ ଗୋବିନ୍ଦା ବି କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ଗୋବିନ୍ଦା ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି…

‘ଆସାମ, ବେଙ୍ଗଲ, ତାମିଲନାଡୁ ଓ ପୁଡୁଚେରୀରେ ବିଜେପି ସରକାର କରିବ’

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଦୃଢ଼ତା ସହକାରେ କହିଛନ୍ତି ଆମେ ଏଥର ଆସାମ, ବେଙ୍ଗଲ, ତାମିଲନାଡୁ ଓ ପୁଡୁଚେରୀରେ ସରକାର ଗଠନ କରିବୁ । କେରଳରେ ସରକାର ଗଠନ ନେଇ ସେ ସ୍ପଷ୍ଟ କରି କହି ନ ଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ଆସାମର ବିଜେପି…

ଆଉ ନାହାଁନ୍ତି ବର୍ଷିଆନ ଅଭିନେତ୍ରୀ ଶଶିକଳା

ନୂଆଦିଲ୍ଲୀ: ବଲିଉଡର ବର୍ଷିଆନ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୭୦ ଦଶକରେ ସେ ବଲିଉଡରେ ଅନେକ ଫିଲ୍ମରେ ହିରୋଇନ୍ ଏବଂ ଭିଲେନ୍ ଭୂମିକାରେ ନଜର ଆସିଥିଲେ ।  ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଶଶିକଳା…

ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ, ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ବିଜାପୁର: ଛତିଶଗଡ ବିଜାପୁରରେ ମାଓବାଦୀ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛି । ଆଜି ଚାଲିଥିବା ସର୍ଚ୍ଚ ଅପରେସନରେ ଆଉ ୨ ଜଣ ସହିଦ ଯବାନଙ୍କ ମରଶରୀର ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଛତିଶଗଡ ପୋଲିସ ଅଧିକାରୀ ।  ସେପଟେ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡକୁ…

ଉତ୍ତରପ୍ରଦେଶର ଏକ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ରେ ଦୁର୍ଘଟଣା, ୧୩ ଶ୍ରମିକ ଆହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ରେ ଦୁର୍ଘଟଣା । ପ୍ଲାଣ୍ଟ୍‌ର ଗୋଟିଏ ୟୁନିଟ୍‌ରେ ଆଜି ସକାଳେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗୋଟାଏ ବଏଲର୍‌ର ଟିଣ ଛପର ଖସିପଡ଼ିବାରୁ ଦୁର୍ଘଟଣା ଘଟିଛି । ଏଥିରେ ୧୩ଜଣ ଶ୍ରମିକ ଆହତ ହୋଇଛନ୍ତି ।  ‘ଲାଙ୍କୋ ଆନପାରା…

ବିଜାପୁରରେ ଯବାନ-ମାଓବାଦୀ ମୁହାଁମୁହିଁ, ୨୨ ଯବାନ ସହିଦ, ୩୧ ଆହତ

ରାୟପୁର: ବିଜାପୁରରେ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଆହୁରି ୩୧ଜଣ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଯବାନଙ୍କ ରକ୍ତରଞ୍ଜିତ ମୃତଦେହ ବିଛାଡ଼ି ହୋଇ ପଡ଼ିରହିଛି । ୨୦ଜଣ ଯବାନଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁ ସଂଖ୍ୟା ୨୨…

ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ, ପାଖାପାଖି ସାତ ଲକ୍ଷ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନାର ମାରୁଛି ଲମ୍ବା ଲମ୍ଫ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଲକ୍ଷେ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯୩ହଜାର ୨୪୯ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ୫୧୩ ଜୀବନ । ଗତବର୍ଷ ସେପ୍ଟେମ୍ବର ପରଠୁ ଦେଶରେ…

୫୩୩ ମିଲିୟନ୍ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍

ନୂଆଦିଲ୍ଲୀ: ପୁଣି ଥରେ ଫେସବୁକରୁ ଡାଟା ଲିକ୍ ହୋଇଛି । ୧୦୬ଟି ଦେଶର ୫୩୩ ମିଲିୟନ୍ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଥିବା ଜଣାପଡ଼ିଛି । ଏହା ଏକ ହ୍ୟାକିଂ ଫୋରମରେ ଲିକ୍ ହୋଇଛି । ରିପୋର୍ଟ ଅନୁସାରେ ଲିକ୍ ହୋଇଥିବା ଡାଟା ଭିତରେ ୬ ମିଲିୟନ୍ ଭାରତୀୟ ଫେସବୁକ୍ ବ୍ୟବହାରକାରୀଙ୍କ…

ଅକ୍ଷୟ କୁମାରଙ୍କୁ କରୋନା, ହୋମ୍ କ୍ୱାରେଣ୍ଟାଇନରେ ଖିଲାଡି ଷ୍ଟାର

ମୁମ୍ବାଇ: କରୋନା କବଳରେ ମାୟାନଗରୀ । ଜଣଙ୍କ ପରେ ଜଣେ ସେଲିବ୍ରିଟି କରୋନା ସଂକ୍ରମିତ ହେଉଛନ୍ତି । ଆଜି ବଲିଉଡ ଷ୍ଟାର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ଅକ୍ଷୟ କୁମାର । ଆଜି ସକାଳୁ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଥିଲା । ଏହାପରେ ସେ…

ଛତିଶଗଡ଼ ମାଓବାଦୀଙ୍କ ସହ ଗୁଳିବିନିମୟ ପରେ ୧୫ ଯବାନ ନିଖୋଜ

ବିଜାପୁର: ଛତିଶଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ଏବେ ବି ୧୫ ଯବାନ ନିଖୋଜ ଅଛନ୍ତି । ଗତକାଲି ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟପକ୍ଷ ମଧ୍ୟରେ ୩ ଘଣ୍ଟା ଧରି ଚାଲିଥିଲା ଗୁଳି ବିନିମୟ । ଏଥିରେ ୫ ଜଣ ଯବାନ ସହିଦ…