Latest Odisha News

BREAKING NEWS

Browsing Category

କ୍ରିକେଟ

ଏଥର ଟାର୍ଗେଟରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ଧିରେ ଧିରେ ଲୟକୁ ଫେରୁଛନ୍ତି । ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୨-୧ରେ ସିରିଜ ହରାଇବା ପରେ ଏବେ ଭାରତର ନଜର ଦକ୍ଷିଣ ଆଫ୍ରିକା ଉପରେ ରହିଛି । ବିଜୟ ଧାରା ବଜାୟ ରଖି ବିଶ୍ୱକପ ଖେଳିବାକୁ ଯିବା ପାଇଁ ଟିମ ଇଣ୍ଡିଆ ନିଶ୍ଚିତ ଭାବେ…

ହାର୍ଦ୍ଦିକ, ଦୀପକଙ୍କୁ ବିଶ୍ରାମ: ଦଳରେ ସାମିଲ ହେଲେ ଶାହାବାଜ, ଶ୍ରେୟାଶ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ପରିବର୍ତନ କରାଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀପକ ହୁଦାଙ୍କ ବଦଳରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଓ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାରଙ୍କୁ ଦଳରେ ସାମିଲ କରାଯାଇଛି । ହାର୍ଦ୍ଦିକଙ୍କୁ…

ବିଜ୍ଞାପନ ପ୍ରଚାର କରି ପ୍ରଶଂସକଙ୍କ ଭାବନା ସହ ଖେଳିଲେ ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଧୋନୀ ବି ତାଙ୍କ ଅଧିନାୟକ ଦକ୍ଷତା ଏବଂ ପ୍ରଦର୍ଶନ ବଳରେ ଏଥିନେଇ କେବେ ନିରାଶ କରି ନାହାନ୍ତି । ତେବେ ରବିବାର ଧୋନୀ ଏକ ବଡ ଘୋଷଣା କରିବେ ବୋଲି ସୋସିଆଲ ମିଡିଆରେ ଆଗୁଆ ସୂଚନା…

ପଶ୍ଚିମାଂଚଳ ଜିତିଲା ଦୁଲୀପ ଟ୍ରଫି ଟାଇଟଲ, ଯଶସ୍ୱୀଙ୍କୁ ପଡିଆରୁ ବାହାର କରିଦେଲେ ରାହାନେ

କୋଏମ୍ବଟୁର: ଏଠାରେ ଅନୁଷ୍ଠିତ ଦୁଲୀପ ଟ୍ରଫି କ୍ରିକେଟର ଫାଇନାଲରେ ଦକ୍ଷିଣାଂଚଳକୁ ୨୯୪ ରନରେ ହରାଇ ପଶ୍ଚିମାଂଚଳ ଟାଇଟଲ ହାସଲ କରିଛି । ଏହା ଓଭରାଲ ପଶ୍ଚିମାଂଚଳର ୧୯ତମ ଟାଇଟଲ । ତେବେ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ ସତ୍ୱେ ଅଶୋଭନୀୟ ବ୍ୟବହାର ପାଇ ଯଶସ୍ୱୀ ଜୈସୱାଲଙ୍କୁ ପଡିଆ ବାହାରକୁ…

ଝୁଲଣଙ୍କ ନାମରେ ନାମିତ ହେବେ ଇଡେନ ଗାର୍ଡେନ ଷ୍ଟାଡିୟମର ଷ୍ଟାଣ୍ଡ

କୋଲକାତା: ଭାରତୀୟ ମହିଳା କ୍ରିକେଟର ମହାନ ପେସ ବୋଲର ଝୁଲଣ ଗୋସ୍ୱାମୀ ଲର୍ଡ୍ସରେ ଅବସର ଘୋଷଣା କରିଛନ୍ତି । ଝୁଲଣଙ୍କ ସମ୍ମାନ ପାଇଁ ଇଡେନ ଗାର୍ଡେନର ଏକ ଷ୍ଟାଣ୍ଡ ତାଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରାଯାଇଛି । କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ଅଧ୍ୟକ୍ଷ ଅଭିଷେକ ଡାଲମିଆ ଏହା…

୨୫ ସେପ୍ଟମ୍ବରରେ ଧୋନୀ ନେବେ କି ଆଇପିଏଲରୁ ଅବସର ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଆଇପିଏଲରୁ ଅବସର ନେବାକୁ ଯାଉଛନ୍ତି ବୋଲି ପ୍ରଶଂସକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଧୋନୀ ସୋସିଆଲ ମିଡିଆରେ ୨୫ ସେପ୍ଟେମ୍ବର ମଧ୍ୟାହ୍ନ ୨ଟାରେ ଲାଇଭରେ ଆସି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି । ୨ ବର୍ଷ ତଳେ…

ଡିସେମ୍ବରରେ ହୋଇପାରେ ଆଇପିଏଲ ୧୬ତମ ସଂସ୍କରଣର ନିଲାମ ପ୍ରକ୍ରିୟା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣର ନିଲାମ ପ୍ରକ୍ରିୟା ଡିସେମ୍ବରରେ ହୋଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଜଣେ ଅଧିକାରୀଙ୍କ ମତରେ ଚଳିତ ବର୍ଷ ଶେଷ ଭାଗରେ ନିଲାମ ପ୍ରକ୍ରିୟା ଶେଷ କରିବା ପାଇଁ ବୋର୍ଡ ଚାହୁଁଛି ବୋଲି…

ଟି୨୦ରେ ବାବର-ରିଜୱାନଙ୍କ ବିଶ୍ୱରେକର୍ଡ

ଲାହୋର: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ପାକିସ୍ତାନର ଦୁଇ ଓପନର ବାବର ଆଜମ ଓ ମହମ୍ମଦ ରିଜୱାନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ମୁକାବିଲାରେ ଉଭୟ ଓପନିଂ ପାର୍ଟନରଶିପରେ ୧୧୭ ବଲରେ ଅପରାଜିତ ୨୦୩ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଛନ୍ତି । ୨୦୦ରୁ ଊର୍ଦ୍ଧ୍ୱ…

ରାହୁଲ, ରୋହିତଙ୍କ ଅତ୍ୟଧିକ ପରୀକ୍ଷଣ ଯୋଗୁ ହାତଛଡା ହୋଇଯିବ କି ଟି୨୦ ବିଶ୍ୱକପ

ପୁରୀ: ଟି୨୦ ବିଶ୍ୱକପ ଆଉ ଅଳ୍ପ ଦିନ ଥିବା ବେଳେ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟସ୍ତ ବିବ୍ରତ କରାଇ ସାରିଲେଣି । ଟି୨୦ କ୍ରିକେଟର ଏକ ନମ୍ବର ଟିମ ଶେଷ ୪ଟି ମୁକାବିଲାରେ ୩ଟିରେ ପରାଜିତ ହୋଇଛି । ତେବେ ଭୁଲ କେଉଁଠାରେ ରହୁଛି ? ବିସିସିଆଇ କୋଚ, ଅଧିନାୟକଠାରୁ ଆରମ୍ଭ କରି…

ଆସନ୍ତୁ ଜାଣିବା ୨୦୨୩, ୨୫ରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ କେଉଁଠାରେ ଖେଳାଯିବ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୁଧବାର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ କରିଛି । ଆସନ୍ତା ବର୍ଷ ଫାଇନାଲ ମ୍ୟାଚ ଲଣ୍ଡନର ଦି ଓଭାଲରେ ଏବଂ ୨୦୨୫ ସଂସ୍କରଣ ଲର୍ଡସରେ ଖେଳାଯିବ । ଆଇସିସି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟେଫ ଏଲର୍ଡିସ ଏହା…