Latest Odisha News

BREAKING NEWS

Browsing Category

ସହର

City

ସାହାରାପଡ଼ା ସେକ୍ସନ ଅଞ୍ଚଳରେ ହାତୀପଲ ପଶି ନଷ୍ଟ କଲେ ପନିପରିବା

କେନ୍ଦୁଝର: ବଢ଼ୁଛି ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା ସାହାରାପଡ଼ା ସେକ୍ସନ ଅଞ୍ଚଳରେ ୭ଟିକିଆ ହାତୀପଲ ପଶିଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଠାକୁରମୁଣ୍ଡା ରେଞ୍ଜରୁ ଆସି ସାହାରପଡ଼ା ସେକ୍ସନର ହିଞ୍ଜିଲିଗଡ଼ିଆ, କଣ୍ଟିଡ଼ିହି, ଚୁଆ ପାଣିଗାଁରେ ବ୍ୟାପକ ପନିପରିବା ଚାଷ୍ଟ ନଷ୍ଟ କରିଛନ୍ତି…

ଭିମ୍‌ସାରରେ ପୁଣି ୪ ଡାକ୍ତରଙ୍କ ସହ ୬ ଜଣ କର୍ମଚାରୀ କରୋନା ପଜିଟିଭ

ସମ୍ବଲପୁର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ବୁର୍ଲା ଭିମ୍‌ସାର ମେଡିକାଲରେ ୪ ଜଣ ଡାକ୍ତର ଓ ୬ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଏବେ…

ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ପୋଲିସ, ୨ଜଣ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ପୋଲିସ । ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣବେଳେ ପୋଲିସ ହାତରେ ଧରାପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ । ଗଞ୍ଜେଇ ଭର୍ତ୍ତି ଏକ ପିକଅପ୍ ଭ୍ୟାନ ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ,…

ମୂଲ୍ୟାୟନ ପାଇଁ ଆଜି ଯିବ ସମ୍ମେଟିଭ ଆସେସମେଣ୍ଟ-୧ର ଓଏମଆରସିଟ୍

କଟକ: ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସମ୍ମେଟିଭ ଆସେସମେଣ୍ଟ -୧ର ଓଏମଆରସିଟ୍ ମୂଲ୍ୟାୟନ ପାଇଁ ଆଜିଠୁ ଯିବ । ଗତ ୭ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ପରେ ୯ତାରିଖରୁ ଓଏମଆର ସିଟଗୁଡ଼ିକ ସଂଗ୍ରହ କରାଯାଇ ବୋର୍ଡ଼ କାର୍ଯ୍ୟାଳୟକୁ ଆସିଥିଲା । ସୋମବାରଠାରୁ ଏହାକୁ କମ୍ପ୍ୟୁଟର ମୂଲ୍ୟାୟନ…

ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନାରେ ନେଲା ଆଉ ୪ଜଣଙ୍କ ଜୀବନ । ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ୪ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।…

ବଢ଼ୁଛି ଶୀତ, ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ବଢ଼ୁଛି ଶୀତ । କୋହଲା ପବନରେ ଅସ୍ତବ୍ୟସ୍ତ ହେଉଛି ଜୀବନ । ପାଗ ଶୁଖିଲା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଘନ କୁହୁଡ଼ି ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ,…

ଓଭରବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପ୍ରକ୍ୟେକ ଦିନ ରାଜଧାନୀରେ କିଛି ନା କିଛି ଅଘଟଣ ଘଟୁଥିବା ନଜର ରହିଛି । ଅଜି ମଧ୍ୟ ଭୁବନେଶ୍ୱରର ସତ୍ୟନଗରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ରାଜଧାନୀ ସତ୍ୟନଗର ବ୍ରିଜ୍ ଉପରୁ ଟ୍ରେନ ଲାଇନକୁ ଡେଇଁ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ । ଓଭର ବ୍ରିଜ ତଳୁ…

[ଭିଡ଼ିଓ] ପୁଣି ଧରା ପଡିଲା ସେକ୍ସ ରାକେଟ୍ :୨ ଯୁବତୀ ଉଦ୍ଧାର, ଦଲାଲ ଗିରଫ

କଟକ: କିଛି ଦିନ ବ୍ୟବଧାନ ପରେ ପୁଣି ଧରା ପଡିଲା ସେକ୍ସ ରାକେଟ୍ । ଖୋଦ୍ ଥାନା ପଛ ପଟେ ଚାଲିଥିଲା ଖୁଲମଖୁଲା ଦେହ ବେପାର । କଟକ ମର୍କତ ନଗର ଥାନା କିଛି ଦୂରରେ ଥିବା ଏକ ଗେଷ୍ଟ ହାଉସରେ ଚାଲିଥିଲା ଏହି ରାକେଟ । ତେବେ ପୁଲିସ ନିକଟରେ ଖବର ପହଂଚିବା ପରେ ଅଚାନକ ଭାବେ ଚଢାଉ କରାଯିବା ସହିତ ୨…

ପୁଣି ଆରମ୍ଭ ହେଲା ପାନବରଜ ମାପଚୁପ, ଗ୍ରାମବାସୀଙ୍କ ମିଶ୍ରିତ ପ୍ରତିକ୍ରିୟା

ପାରାଦୀପ: କିଛିଦିନ ପୂର୍ବରୁ ଢିଙ୍କିଆ ଗ୍ରାମରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଦୁଇଦିନ ପାଇଁ ପାନବରଜ ଭାଙ୍ଗିବା କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଆଜି ପୁଣି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ…

ପଞ୍ଚାୟତ ନିର୍ବାଚନ: ୪୪ ଲକ୍ଷ ଟଙ୍କାରେ ନିଲାମ ହେଲା ସରପଞ୍ଚ ପଦବୀ

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ, ମତଦାନ ଓ ଭୋଟ ଗଣନା ଭଳି ଶବ୍ଦକୁ ନେଇ ଚର୍ଚ୍ଚା ଭିତରେ ସରପଞ୍ଚ ପଦ ନିଲାମର ଖବର ଆଶ୍ଚର୍ଯ୍ୟ କରିଛି । ବଲାଙ୍ଗୀର ପୁଇଁତଳା ବ୍ଲକର ଏକ ପଞ୍ଚାୟତକୁ ୪୪ ଲକ୍ଷ ଟଙ୍କା ଦେଇ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀର ନିଲାମୀ ଜିତିଥିବା ଅଭିଯୋଗ…