Latest Odisha News

BREAKING NEWS

Browsing Category

ସହର

City

ସୁବର୍ଣ୍ଣପୁରରେ ଗୋ ଶ୍ରଦ୍ଧା ଅଭିଯାନ ଆରମ୍ଭ

ସୋନପୁର: ସୁବର୍ଣ୍ଣପୁର ପୌରାଞ୍ଚଳରେ ବୁଲା ଗାଈ ଗୋରୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏନେଇ ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନକୁ ନେଇ ଆରମ୍ଭ ହୋଇଛି ଗୋ ଶ୍ରଦ୍ଧା ଅଭିଯାନ।…

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡାକ୍ତର ଗିରଫ

ବାରିପଦା: ଲାଞ୍ଚ ନେବା ବେଳେ ଡାକ୍ତର ବାବୁ ଗିରଫ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଦେବୀଦତ୍ତ ପାତ୍ରଙ୍କୁ ଧରିଥିଲା ଭିଜିଲାନ୍ସ । ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ସେ ୨୦ ହଜାର ଟଙ୍କା ଲାଞ୍ଚ…

ହାତୀ ସୁରକ୍ଷା ପାଇଁ ହେବ ସୋଲାର ଫ୍ୟାନ୍ସିଂ

ଭୁବନେଶ୍ୱର: ଦିନକୁ ଦିନ ବଢୁଛି ହାତୀ ମୃତ୍ୟୁ ସଂଖ୍ୟା । ଗାଁରେ ପଶି ହାତୀ ଆକ୍ରମଣ କରି ଲୋକଙ୍କୁ ମାରିବା ସହ ବହୁ ହାତୀମାନଙ୍କର ମୃତ୍ୟୁ ମଧ୍ୟ ହେଉଛି । ହାତୀ ସୁରକ୍ଷାକୁ ନେଇ PCCF ଶଶୀ ପଲଙ୍କ ସୂଚନା । କେନ୍ଦ୍ରମନ୍ତ୍ରୀଙ୍କ ଆସାମ ଢାଞ୍ଚାରେ ହାତୀ ରକ୍ଷଣ ଯୋଜନା ଉପରେ ପତିକ୍ରିୟା…

ଜାମିନ ଆବେଦନ ଖାରଜ ପରେ କୋର୍ଟ ପରିସରରେ ଅସୁସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦେବ

ଖୋର୍ଦ୍ଧା : ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନି ଆବେଦନ ଖାରଜ ପରେ ଖୋର୍ଦ୍ଧା କୋର୍ଟ ପରିସରରେ ସେ  ଅସୁସ୍ଥ ହୋଇପଡ଼ିଛନ୍ତି  । ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତି କରାଯାଇଛି । ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ତାଙ୍କୁ ବେଲ…

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବିଦ୍ୟାଭାରତୀଙ୍କ ଉପରେ ଲାଗିଲା ଦଫା

ଗଜପତି: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ହଟିଲା ପରଦା, ବିଦ୍ୟାଭାରତୀଙ୍କ ଉପରେ ଲାଗିଲା ଦଫା  । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ପରଦା ହଟିଛି । ଏହି ମାମଲାରେ ଶେଷ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ଆଉ ତଦନ୍ତ ଶେଷ ହେବା ପରେ ଏନେଇ ପ୍ରେସମିଟ୍ କରି…

[ ଭିଡ଼ିଓ] ଶିକାରୀ ପଞ୍ଝାରେ ନିରୀହ ପକ୍ଷୀ

ବାଙ୍କି: ଅବାଧରେ ଚାଲିଛି ପକ୍ଷୀ ଶିକାର । ଦିନକୁ ଦିନ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ ସଂଖ୍ୟା ଲୋପ ପାଇଯାଉଥିବା ବେଳେ ଶିକାର କିନ୍ତୁ ବଢି ଚାଲିଛି । ତେବେ ଶିକାରୀ ମାନେ କିନ୍ତୁ ବେଶ୍ ସତର୍କତାର ସହ ବିଭିନ୍ନ ଉପାୟ ବାହାର କରି ପକ୍ଷୀ ଶିକାର କରିଚାଲିଛନ୍ତି । ବାଙ୍କିରେ ମଧ୍ୟ ଅବାଧରେ…

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ,ମାଲିକ ଗିରଫ

କାମାକ୍ଷାନଗର: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅନ୍ତର୍ଗତ ବାମ୍ ଗାଁ ଭୁଟୁଭୁଟି ସାହିରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପରଜଙ୍ଗ ପୋଲିସ । କାରଖାନାର ମାଲିକ ମଙ୍ଗୁଳୁ ମହାରଣାକୁ ଗିରଫ କରିବା ସହ ବନ୍ଧୁକ ତିଆରି ସାମଗ୍ରୀ…

ବସ୍ତି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ପୁରୀ: ବସ୍ତିର ସମସ୍ୟା ନେଇ ପୁରୀ ମାର୍କଣ୍ଡେଶ୍ୱର ସାହି ଜଗନ୍ନାଥ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏହାସହ ଦାବିପତ୍ର ପ୍ରଦାନ କରାଯାଇଛି। ଲଘୁଚାପଜନିତ କିମ୍ବା ସାଧାରଣ ବର୍ଷା ହେଲେ ବସ୍ତିଟି ଜଳମଗ୍ନ ହୋଇଥାଏ। ଫଳରେ ବସ୍ତି ବାସିନ୍ଦା…

ସାପ ଗବେଷଣାରେ ଓଡିଆ ପୁଅ , ୪ ନୂଆ ପ୍ରଜାତିର ପିଟ୍ ଭାଇପର ଆବିଷ୍କୃତ

ଭୁବନେଶ୍ୱର : ସାପ ଗବେଷଣାରେ ଓଡିଆ ପୁଅ ଆଗରେ । ୪ ପ୍ରଜାତିର ନୂଆ ପିଟ୍ ପାଇପର ସାପ ଆବିଷ୍କୃତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଡିଗ୍ରୀ କଲେଜର ଜୁଲୋଜି ଅଧ୍ୟାପକ ଡଃ ଆଶୋକ ମଲ୍ଲିକ । ସେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ପିଏଚଡି କରୁଥିବା ବେଳେ ଗୋଟିଏ ପେପରରେ ୪ ଟି ନୂଆ…

ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

ମୟୁରଭଞ୍ଜ: ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିଛି ମୟୁରଭଞ୍ଜ ଜିଲ୍ଲା କୁଡ଼ୁମାଲି ସାଂସ୍କୃତିକ ସଙ୍ଗଠନ। ବାରିପଦା ପୌରାଞ୍ଚଳରେ ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୌରାଧିକାରୀଣି ଅନ୍ୟା ଦାସଙ୍କୁ ଭେଟି ଦାବି ପ୍ରଦାନ କରିଛି କୁଡୁମାଲି…