Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଳିତବର୍ଷ ରାଜ୍ୟରେ ପ୍ରଥମଥର ୪୦ ଡିଗ୍ରୀ ଛୁଇଁଲା ଦିନର ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର: ଅସହ୍ୟ ତାତିରେ ଛଟପଟ ରାଜ୍ୟବାସୀ । ଚଳିତବର୍ଷ ପ୍ରଥମଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ଦିନର ସର୍ବୋଚ୍ଚ ତାପମାତ୍ରା । ଗତକାଲି ୫ଟି ସହର ଟିଟଲାଗଡ, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ତାତି ସାଙ୍ଗକୁ…

ଆସ୍କା ଲୋକସଭା: ଦୁଇ ସାଙ୍ଗଙ୍କ ଦୁଇ ଝିଅ ଆମ୍ନାସାମ୍ନା

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ମୈଦାନ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏକ ନିଆରା ନିର୍ବାଚନୀ ଲଢ଼େଇ। ଜନତା ଦଳ, ବିଜେଡି ଓ ବିଜେପିର ଅଭିଜ୍ଞ ନେତା ସ୍ୱର୍ଗତ ରାମକୃଷ୍ଣ…

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ କରି ଜଷ୍ଟିସ ଗୌରୀଶଙ୍କର…

ପ୍ରାର୍ଥୀ ଘୋଷଣା କରିବାରେ କାହିଁକି ବିଳମ୍ବ କରୁଛି ରାଜ୍ୟ କଂଗ୍ରେସ?

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କାହିଁକି କରୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ନିଜ ସ୍ଥିତିକୁ ସୁଧାରିବା ପାଇଁ ଉପଯୁକ୍ତ ପ୍ରାର୍ଥୀ ଚିହ୍ନଟ କରିବାକୁ ସଂଘର୍ଷ କରୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ଶାସକ ବିଜେଡି ଓ ମୁଖ୍ୟ…

ଖରାପ ଟିଭି ପାଇଁ ଫସିଲା ସାମସଙ୍ଗ: ମାଲକାନଗିରିର ଗ୍ରାହକଙ୍କୁ ୬୮ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମାଲକାନଗିରି: ଖରାପ ଟିଭି ବିକ୍ରି ଅଭିଯୋଗରେ ଗ୍ରାହକଙ୍କୁ ୬୮ ହଜାର ଟଙ୍କା ଓ ହଇରାଣ ପାଇଁ କ୍ଷତିପୂରଣ ଦେବାକୁ ବହୁରାଷ୍ଟ୍ରୀୟ କମ୍ପାନୀ ସାମସଙ୍ଗକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ନିବାରଣ ଫୋରମ୍। ମାଲକାନଗିରି ଜିଲ୍ଲା ଖାଉଟି ନିବାରଣ ଫୋରମରେ ଦାୟର ହୋଇଥିବା ମାମଲା ଅନୁଯାୟୀ, ଆଇନଜୀବୀ…

ବିଜେଡି ଛାଡି ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଧନେଶ୍ୱର ମାଝୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ପୁରୁଖା ନେତା ତଥା ପୂର୍ବତନ ସାଂସଦ ଧନେଶ୍ୱର ମାଝୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଦଳ ବଦଳାଇଛନ୍ତି ଧନେଶ୍ୱର। ପୂର୍ବରୁ ରାଜ୍ୟସଭା ସଦସ୍ୟ ଥିବା ତଥା…

ଅପରାଜିତାଙ୍କୁ ମନ୍ମଥ ଚେକ୍ !

ଭୁବନେଶ୍ୱର: ଭୁବନେଶ୍ୱର ରାଜନୀତିରେ ମନ୍ମଥ ଟୁଇଷ୍ଟ । ଅପରାଜିତାଙ୍କୁ ଚେକ୍ ଦେବେ କି ମନ୍ମଥ ? ବିଜେଡିର ପଲିିଟିକାଲ ସରପ୍ରାଇଜରେ ଦଳକୁ କେତେ ଲାଭ ? ସମୀକରଣ ଓଲଟପାଲଟ କରିବ କି ସୁର ଫ୍ୟାକ୍ଟର ? ମନ୍ମଥଙ୍କ ସପକ୍ଷରେ ଯିବ କି କଂଗ୍ରେସ ଭୋଟ୍ ବ୍ୟାଙ୍କ ? ଚବିଶ ରଣଭୂମିରେ ଏଥର ଭୁବନେଶ୍ୱର…

“ମିଥ୍ୟା ପ୍ରଗତିର ଅଭିନବ ପ୍ରଚାରକ ନବୀନ ସରକାର”

ଭୁବନେଶ୍ୱର: ରାଜସ୍ୱ ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ନବୀନ ଶାସନରେ ଓଡ଼ିଶାର ଶ୍ରମିକ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବନିମ୍ନ ମଜୁରୀ ପାଇବାକୁ କାହିଁକି ବାଧ୍ୟ ହେଉଛି? ଗୋଆ ଭଳି ଛୋଟିଆ ରାଜ୍ୟର ଶ୍ରମିକ ଦୈନିକ ୩୫୭ଟଙ୍କା ମଜୁରୀ ପାଉଥିବାବେଳେ ଓଡ଼ିଆ ଶ୍ରମିକଙ୍କୁ ୨୫୪ଟଙ୍କା ମଜୁରୀ ‘ଶ୍ରମିକ…

ମୋଦି ଗ୍ୟାରେଂଟି ସଫଳ, ନବୀନଙ୍କ ଯୋଜନାର ଗ୍ୟାରେଂଟି ନାହିଁ କି ୱାରେଂଟି ନାହିଁ: ବିଜେପି

ଭୁବନେଶ୍ୱର: ମୋଦି ଗ୍ୟାରେଂଟି ପାଇଁ ଆଜି ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି । ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା ପକ୍କାଘର, ଚାଉଳ, ବିଜୁଳି, ପିଇବା ପାଣି, ରାସ୍ତା, ନିଯୁକ୍ତି ଆଦି ପ୍ରସଙ୍ଗରେ ମୋଦି ସରକାରଙ୍କ ଯୋଜନା ଓଡିଶା ଲୋକଙ୍କୁ ଲାଭ ଦେଇଛି । କିନ୍ତୁ…

ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ଥାନା ବନ୍ଧପାଲି ଅନ୍ତର୍ଗତ ସତ୍ୟବାଦୀ ରାଇସମିଲ୍‌ରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ବରପାଲି ଥାନା ଅନ୍ତର୍ଗତ ଝୁଲପିଆପାଳି ଗ୍ରାମର ମୋହନ ବିଶି (୩୪)ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ପ୍ରତିଦିନ…