Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ, ଗୃହ କାର୍ଯ୍ୟ ପୂର୍ବରୁ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଗୃହ କାର୍ଯ୍ୟ । ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଥମେ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସହିଦ ଯବାନ ମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି…

ଆଜିଠୁ କମ୍ପିବ ଗୃହ, ଫେବୃଆରୀ ୮ରେ ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆରମ୍ଭ ହେବ ଗୃହ କାର୍ଯ୍ୟ । ନିର୍ବାଚନକୁ ଆଉ କିଛିଦିନ ବାକି ଥିବାରୁ ଷୋଡଶ ବିଧାନସଭାର ଏହା ହେଉଛି ଶେଷ ଅଧିବେଶନ । ସରକାର ଏହି ଅଧିବେଶନରେ ଆସନ୍ତା ୮ତାରିଖରେ କାମଚଳା ବଜେଟ ଆଗତ…

ଆରଏସ୍‌ଏସ୍ ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ସଂଘଚାଳକ ନିର୍ବାଚନ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫେବୃୟାରୀ ୩ ଓ ୪ ଦୁଇ ଦିନ ଧରି ଅନୁଷ୍ଠିତ ଏହି ବୈଠକର ଶେଷ ଦିନରେ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ…

ଜଗନ୍ନାଥ ମନ୍ଦିରର ଉତ୍ତର ଦ୍ୱାର ଗୁମୁଟରେ ଫାଟ

ପୁରୀ: ଜଗନ୍ନାଥ ମନ୍ଦିରର ଉତ୍ତର ଦ୍ୱାରର ପ୍ରବେଶ ପଥ ଗୁମୁଟର ତଳ ଭାଗରେ ଫାଟ ସୃଷ୍ଟି ହେବାରୁ ମନ୍ଦିର ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ମନ୍ଦିରର ସ୍ଥାପତ୍ୟର ଏକ ଅନନ୍ୟ ବୈଶିଷ୍ଟ୍ୟ ଗୁମୁଟାର ପଦ୍ମ ପାଖୁଡ଼ି ମୂର୍ତ୍ତିରେ ଏହି ଫାଟ ଦେଖିବାକୁ ମିଳିଛି। ସୂତ୍ରରୁ ମିଳିଥିବା ସୂଚନା…

ଓଡ଼ିଶାରେ ଦଳୀୟ ଟିକେଟ୍ ପାଇଁ ଏହି ପୋର୍ଟାଲ ଜରିଆରେ ଅନଲାଇନ୍ ଆବେଦନ ଆହ୍ୱାନ କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ କଂଗ୍ରେସ ଦଳ pragaman.in ନାମକ ଏକ ଅନଲାଇନ୍ ପୋର୍ଟାଲ ଆରମ୍ଭ କରିଛି। ଏଆଇସିସି ଓଡ଼ିଶା ପ୍ରଭାରୀ ଅଜୟ କୁମାର ରବିବାର ରାଜଧାନୀସ୍ଥିତ କଂଗ୍ରେସ ଭବନରେ…

ପୁଅ ପରୀକ୍ଷାରେ କମ୍ ମାର୍କ ରଖିଥିଲା ବୋଲି ପିଟି ପିଟି ମାରିଦେଲା ବାପା!

ଭୁବନେଶ୍ୱର: ପରୀକ୍ଷାରେ କମ୍ ନମ୍ବର ରଖିଥିବା ଜଣେ ନାବାଳକକୁ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ସହରର ୟୁନିଟ୍-୩ରେ ଏହି ଘଟଣା ଘଟିଛି। ପୀଡ଼ିତା ସ୍ୱୟଂଶୁ ପରିଡ଼ା ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ପରୀକ୍ଷାରେ ଭଲ ପ୍ରଦର୍ଶନ ନ କରିବାରୁ ବାପା ସନ୍ତୋଷ କୁମାର ପରିଡ଼ା…

ଫେବ୍ରୁଆରି ୭ରେ ଭୁବନେଶ୍ୱରରେ ବିଶାଳ ସମାବେଶର ଚେତାବନୀ ଦେଲେ ସ୍କୁଲ ଶିକ୍ଷକ

ଭୁବନେଶ୍ୱର: ୨୧ ଦଫା ଦାବି ନେଇ ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ବିଶାଳ ସମାବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ପ୍ରାୟ ୩୦ ହଜାର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ଶିକ୍ଷକମାନେ ୩ ଥର ବୈଠକ କରିବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ…

ଆତ୍ମସମର୍ପଣ କଲେ ୩ ମାଓବାଦୀ, ସମାଜର ମୁଖ୍ୟ ସ୍ରୋତରେ ହେବେ ସାମିଲ

ମାଲକାନଗିରି: ଛତିଶଗଡ଼ ସୁକୁମା ଜିଲ୍ଲା ପୋଲିସ ନିକଟରେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପିଡମେଲ ଆର୍‌ପିସି ମିଲିସିୟା ଡେପୁଟି କମାଣ୍ଡର ମଡକମ୍‌ ସୁକ୍କା, ମିଲିସିୟା ସଦସ୍ୟ ବଂଜାମ ସୋମା ଏବଂ କବାସୀ ଭିମା । ମାଓବାଦୀ ମଡକମ୍‌ ସୁକ୍କାଙ୍କ ନାମରେ ପେଲମପଲ୍ଲୀ ଥାନାରେ ବିଭିନ୍ନ…

ବଜେଟ୍ ଅଧିବେଶନ ପାଇଁ ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ବଜେଟ୍ ଅଧିବେଶନ ସୁରୁଖୁରୁରେ ଚାଲିବ ବୋଲି ଆଶା କରାଯାଉଥିବା ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। ରବିବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।…

ବଞ୍ଜାରି ଆଶ୍ରମ ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି, ୪୩ ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା: ବଞ୍ଜାରି ଆଶ୍ରମ ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି । ଗତ ୧ ତାରିଖରୁ ସ୍କୁଲର ଛାତ୍ରୀନିବାସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଏହା ୪୩ରେ ପହଞ୍ଚିଛି। ସ୍ଥିତି ଗୁରୁତର ହେବାରୁ ସ୍କୁଲ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ କରି ଆକ୍ରାନ୍ତଙ୍କର ଚିକିତ୍ସା…