Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଶାମ୍ବ ଦଶମୀ, କୋଣାର୍କରେ ସୂର୍ଯ୍ୟଦେବଙ୍କ ରଥଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଦେବତାଙ୍କ ଆରଧନା କରୁଛନ୍ତି ଶ୍ରଦ୍ଧାଳୁ । ସନ୍ତାନଙ୍କ ମଙ୍ଗଳକାମନା କରି କରାଯାଏ ପୂଜାର୍ଚ୍ଚନା । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ଆଜି ଘରେ ଘରେ ପିଠା ପ୍ରସ୍ତୁତ କରାଯାଇଛି । ଏହାସହ ଘାଣ୍ଟ ତରକାରୀ କରି ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା…

ଆହୁରି ବର୍ଷିବ, ଚିନ୍ତାରେ ଚାଷୀକୂଳ

ଭୁବନେଶ୍ୱର: ଆହୁରି ବର୍ଷିବ । ଗତ ୨୪ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ଯାଏଁ ଆହୁରି ବର୍ଷା ସମ୍ଭାବନା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କିଛି…

ଭିଜିଲାନ୍ସ ଜାଲରେ ପୂର୍ବତନ ଏଆରସିଏସ୍‌

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ବ୍ରହ୍ମଗିରିର ଅବସରପ୍ରାପ୍ତ ଅତିରିକ୍ତ ରେଜିଷ୍ଟାର୍ କୋ-ଅପରେଟିଭ୍ ସୋସାଇଟି ବା ଏଆରସିଏସ୍‌ । ତାଙ୍କ ନାଁ ରାଜକିଶୋର ପରିଡ଼ା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା: ୧୦ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିଲା । ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ସହ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ପକ୍ଷୀ ଗଣନା । ଗତ ୨…

ଆଜି ଓଡ଼ିଶାରୁ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୩୦% ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୭୭୮ ନୂଆ ଆକ୍ରାନ୍ତ । ୧୮ ବର୍ଷ ଭିତରେ ୭୯୨ ପଜିଟିଭ୍ ବାହାରିଛନ୍ତି । ନୂଆ ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟିନରୁ ୫୦୯୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୮୨ଟି । ୧୭ଟି ଜିଲ୍ଲାରେ ଦୈନିକ…

ଆଜି ପଞ୍ଚଭୂତରେ ବିଲୀନ ହେବେ ମିହିର ଦାସ

କଟକ: ଆଜି ପଞ୍ଚଭୂତରେ ବିଲିନ ହେବେ ମିହିର ଦାସ । ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଯାଇଛନ୍ତି ମିହିର ଦାସ । କଟକସ୍ଥିତ ସତୀଚଉରା ଶ୍ମଶାନରେ ହେବ ଶେଷକୃତ୍ୟ । ସକାଳ ସାଢ଼େ ୮ଟାରେ ବାସଭବନରୁ ମିହିରଙ୍କ ମରଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଉଛି । ସେଠାରେ ମିହିର ଦାସଙ୍କୁ ଗାର୍ଡ଼ ଅଫ ଅନର…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ତାଳଚେର: ଅନୁଗୁଳ ଜିଲ୍ଲା କୋଲିୟରୀ ଥାନା ଅଞ୍ଚଳରୁ ୧୩୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ । ସୂଚନା ଅନୁସାରେ ରେସକ୍ୟୁ କଲୋନୀ…

କୋଭିଡ୍ ସ୍ଥିତିରେ ଦ୍ରୁତ ବୃଦ୍ଧି, ରୋଗୀ ସେବା ପାଇଁ ଏମ୍ସ ଭୁବନେଶ୍ୱରରେ ନୂତନ ମାର୍ଗଦର୍ଶିକା ବୁଧବାରଠାରୁ ଲାଗୁ

ଭୁବନେଶ୍ୱର: କୋଭିଡ୍ ମହାମାରୀ ସ୍ଥିତିରେ ହଠାତ୍ ଦ୍ରୁତ ବୃଦ୍ଧି ହେତୁ ଏମ୍ସ ଭୁବନେଶ୍ୱର ପକ୍ଷରୁ ସୁଗମ ତଥା ନିରାପଦ ରୋଗୀ ସେବା ନିମନ୍ତେ କିଛି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ, ଏମ୍ସ ଭୁବନେଶ୍ୱରର ସମସ୍ତ ବିଭାଗଗୁଡ଼ିକୁ ସଂକ୍ରମଣକୁ ରକ୍ଷା କରିବା ପାଇଁ କୋଭିଡ୍…

ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଦେଶରେ କୋଭିଡର ତୃତୀୟ ଲହର ଖୁବ୍ ଜୋରରେ ବ୍ୟାପି ଚାଲିଛି । ଓଡ଼ିଶାରେ ମଧ୍ୟ ସଂକ୍ରମିତ ଦ୍ରୁତ ଗତିରେ ବଢ଼ୁଛି, ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଭିଡ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି । Reviewing #COVD19…

ଆଇଏନଏସ ବିଶାଖାପାଟନମରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଏଣିକି ଶ୍ରୁତଙ୍କୁ ଜବାବ ଦେବ ଭାରତ । କାରଣ, ନୌସେନା ଯୁଦ୍ଧ ଜାହାଜ ଆଇଏନଏସ ବିଶାଖାପାଟନମରୁ ସଫଳତାର ସହ ପରୀକ୍ଷଣ ହୋଇଛି ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର । ପରୀକ୍ଷଣ ସଫଳ ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ ବା…