Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ, ହାଇକୋର୍ଟରେ ଦାୟର ହେଲା ପିଟିସନ

କଟକ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖିଅ ପାଉନି ପୋଲିସ । ଘଟଣାକୁ ୧୫ ଦିନ ବିତିଥିବା ବେଳେ, ଅସଲ କାରଣ ଜାଣିପାରୁନି ପୋଲିସ । ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦେବି କରୁଛନ୍ତି । ଅନ୍ୟପଟେ ଏହି ଘଟଣାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍…

କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ହେଲେ ଦୀପକ ଦାସ

ନୂଆଦିଲ୍ଲୀ : କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ହେଲେ ଦୀପକ ଦାସ । ପ୍ରଥମ ଓଡ଼ିଆ ଅଫିସର ଭାବେ ଦୀପକ ଦାସଙ୍କୁ କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚ୍ ଆଇସିଏଏସ୍ ଅଫିସର ହେଉଛନ୍ତି ଦୀପକ ଦାସ । ଅଗଷ୍ଟ ପହିଲାରୁ ସେ ସିଜିଏ ଭାବେ ଦାୟିତ୍ୱ ଗ୍ରହଣ…

ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ

ଆଠଗଡ଼ : ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ ୩୫ ବର୍ଷୀୟ ପ୍ରସନ୍ନ କୁମାର ପଣ୍ଡା, ୪୮ ବର୍ଷୀୟ ବାଙ୍କନିଧି ସାହୁ, ପ୍ରସନ୍ନ କୁମାର ନାୟକ, ଦୁଃଶାସନ ରାଉତ । ଆହତ ହୋଇଥିବା ୪ ଜଣ ବ୍ୟକ୍ତି ବିଲକୁ ଚାଷ କାମ…

ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ୱଲପୁର ଜିଲ୍ଲା ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଘରେ ଚଢ଼ାଉ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ଗୋଟିଏ କୋଠାଘର,…

ସୁବର୍ଣ୍ଣପୁର ଜିଲ୍ଲାର ସ୍ନେକ୍ ମ୍ୟାନ୍ ପ୍ରମୋଦ: ପୋଲିସ ବିଭାଗରେ ଚାକିରି, ନିଶା ସାପ ଧରିବା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ସ୍ନେକ୍ ମ୍ୟାନ୍ ପ୍ରମୋଦ ଦାସିଆ । ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଘର । ପୋଲିସ ବିଭାଗରେ ହାବିଲଦାର ଭାବରେ କାର୍ୟ୍ୟରତ ଅଛନ୍ତି । କିନ୍ତୁ ତାଙ୍କର ନିଶା ହେଲା ସାପ ଧରିବା । କେଉଁଠି କାହା ଘରେ ସାପ ପଶିଥିଲେ କି ରାସ୍ତାରେ ବୁଲୁଥିଲେ ଖବର ପାଇ ଚଟାପଟ…

ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ନୂଆ ମାଇଲଷ୍ଟୋନ୍

ଭୁବନେଶ୍ୱର: ହକିରେ ନୂଆ ମାଇଲଷ୍ଟୋନ୍ ପାର କରିଛନ୍ତି ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଟିମ୍ ଇଣ୍ଡିଆ ପାଇଁ ବୀରନ୍ଦ୍ର ଲାକ୍ରା ୨୦୦ ମ୍ୟାଚ୍ ଓ ଅମିତ ରୋହିଦାସ ୧୦୦ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ଦୁହେଁ ଏବେ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମରେ…

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ, ଆଜିଠୁ ୪ ଦିନ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ହେବ । ଆଗାମୀ ୪ଦିନ ଯାଏ ବିଭିନ୍ନ ଅଞ୍ଚଳରେ…

ତଳକୁ ଖସୁଛି କରୋନା ସଂକ୍ରମଣ: ଆଜି ଓଡ଼ିଶାରୁ ୧୬୨୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନାର ଦୈନିକ ସଂକ୍ରମଣ । ଦୁଇ ହଜାରରୁ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଶହକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୨୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ପଜିଟିଭ୍ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍…

ଅଗଷ୍ଟରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦୁଆର, ଆସନ୍ତା ୪ରେ ହୋଇପାରେ ନିଷ୍ପତ୍ତି

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । କେବଳ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିଛି । ଅପେକ୍ଷାରତ ଭକ୍ତଙ୍କୁ ବୋଧେ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ି ନପାରେ । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ସମ୍ପର୍କରେ ଆଲୋଚନା ପାଇଁ…

୨୦ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ

ଗୁଣୁପୁର: ପୁଣି ଜବତ ହୋଇଛି ଗଞ୍ଜେଇ । କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଂଚ କରିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନରୁ ଜବତ ହୋଇଛି ଏହି ଗଞ୍ଜେଇ । ଓଡ଼ିଶାରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ପୁଲିସ ଚଢାଉ କରି ୨୦୫ କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ୨୦ଲକ୍ଷ…