Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖରିଫ ଧାନ ସଂଗ୍ରହ ପାଇଁ ୧୫ ତାରିଖରୁ ଅନଲାଇନରେ ପଞ୍ଜିକରଣ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ଅନଲାଇନରେ ଚାଷୀଙ୍କର ନାମ ପଞ୍ଜିକରଣ ଆରମ୍ଭ ହେବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ଜୁଲାଇ ୧୫ରୁ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ଯାଏ…

ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ଯବାନଙ୍କୁ AIIMSରେ ଭେଟିଲେ ପୋଲିସ ଡିଜି

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ଦୁଇ ଏସଓଜି ଯବାନଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଛି । ଆଜି ସେମାନଙ୍କୁ ଏମ୍ସରେ ଭେଟିଛନ୍ତି ପୋଲିସ ଡିଜି ଅଭୟ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ସେମାନଙ୍କୁ…

ସିଂହଦ୍ୱାର ସାମନାରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ: ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରଥଖଳାରୁ ତିନି ରଥ ଆସି ସିଂହଦ୍ୱାର ସାମନାରେ ଲାଗିଛନ୍ତି । ରଥ ପ୍ରସ୍ତୁତ ଅଛି । ପଥ ବି ପ୍ରସ୍ତୁତ । ଏବେ ଅପେକ୍ଷା କେବଳ ଲୀଳାମୟ ଠାକୁରଙ୍କୁ ।…

୨ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ସମ୍ୱଲପୁର: ଗେଟ୍ ଖୋଲିଲା ହୀରାକୁଦ ଡ୍ୟାମ୍ । ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ପ୍ରଥମ ପର୍ୟ୍ୟାୟରେ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ପାରମ୍ପରିକ ପୂଜାର୍ଚ୍ଚନା ପରେ ନଡିଆ ପିଟି ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହେ।ଇଛି । ୭ ଓ ୮ ନମ୍ବର ସ୍ଲୁଇସ୍ ଗେଟ୍…

ଆଜି ହୀରାକୁଦ ଡ୍ୟାମ୍ ଛାଡ଼ିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ । ଦିନ ୧୧ଟା ବେଳେ ଜଳ ନିଷ୍କାସନ ନେଇ ସମୟ ଧାର୍ୟ୍ୟ ହୋଇଛି । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍ ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ଏହାପରେ ଆଉ କେତୋଟି ଗେଟ୍ ଖୋଲାଯିବ ସେନେଇ ଡ୍ୟାମ୍ କର୍ତ୍ତୃପକ୍ଷ…

ତିନି ରଥକୁ ବିଜେ କଲା ଶ୍ରୀଜିଉଙ୍କ ଆଜ୍ଞାମାଳ, ରଥ ପଥ ପ୍ରସ୍ତୁତ

ପୁରୀ: ଆସନ୍ତାକାଲି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥ ପ୍ରସ୍ତୁତ । ପଥ ବି ପ୍ରସ୍ତୁତ ଅଛି । ତା ପୂର୍ବରୁ ଆଜି ଶ୍ରୀଜିଉଙ୍କ ଆଜ୍ଞାମାଳ ତିନି ରଥକୁ ବିଜେ କରିଛି । ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାକୁ ଆସିଥିଲେ । ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ…

ବାଘ ଛାଲ ରାକେଟର ୭ ବେପାରୀ ଗିରଫ, ୯ଟି ବାଘ ଛାଲ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ଏକ ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି । ଦୁଇ ଦିନର ଚଢ଼ାଉ ପରେ ୯ଟି ବାଘ ଛାଲ ଓ ୭ ଜଣ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ବାଘ ଛାଲ ସହ ବାଘ ଦାନ୍ତ ବି ଜବତ ହୋଇଛି । ବାହାର ରାଜ୍ୟର ଜଣେ ଗ୍ରାହକଙ୍କ…

ଜମିଜମା ବିବାଦରୁ ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ

କୋରାପୁଟ: ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ । ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ଗତକାଲି ରାତିରେ ଜମି ବିବାଦକୁ ନେଇ ଦୁଇଟି ପରିବାର ଭିତରେ…

ପୁଣି କୋଭିସିଲ୍ଡ ଟିକା ଅଭାବ: ଓଡ଼ିଶାରେ ଆଜି ୪ ଜିଲ୍ଲାରେ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ବାଧାପ୍ରାପ୍ତ ହୋଇଛି ଟିକାକରଣ । ଆବଶ୍ୟକ ଅନୁସାରେ କୋଭିସିଲ୍ଡ ଟିକା ମହଜୁଦ ନାହିଁ । ଫଳରେ ଆଜି ମାତ୍ର ୪ ଜିଲ୍ଲାରେ ଟିକାକରଣ କରାଯାଉଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାର ୧୨ଟି କେନ୍ଦ୍ରରେ ଆଜି…

ରାଜ୍ୟରୁ ଆଉ ୬୫ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ୧୪

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢୁଛି । ଆଉ ୬୫ ଜଣଙ୍କର ଜୀବନ ଯାଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଚିକିତ୍ସାଧୀନ ଅବସ୍ଥାରେ ୨୦ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ହୋଇଛି ।…