Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ହାଟିଆ ଓ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ବିଶାଖାପାଟଣା-ମୁମ୍ବାଇ ଏଲଟିଟି…

ପୁରୀରେ ନିଶା ମୁକ୍ତ ଅଭିଯାନ ଜୋରଦାର, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ପ୍ରତିଦିନ ଧରାପଡୁଛନ୍ତି ନିଶା ବେପାରୀ ଓ ବ୍ୟବହାରକାରୀ । ଏହି ଧାରାରେ ଆଜି ପୁରୀ ତାଳବଣିଆ ପୋଲିସ ଦୁଇଜଣ ଯୁବକଙ୍କୁ ବ୍ରାଉନ୍ ସୁଗାର ସହ ଗିରଫ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ…

ଆମ ଐତିହ୍ୟ : ବାଣପୁରର ଦକ୍ଷପ୍ରଜାପତି ବା ଦକ୍ଷେଶ୍ୱର ମହାଦେବ ମନ୍ଦିର- କଳିଙ୍ଗ ସ୍ଥାପତ୍ୟ କଳାର ଆଉ ଏକ ଉତ୍କୃଷ୍ଟ…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଗୌରବମୟ କଳିଙ୍ଗ ସ୍ଥାପତ୍ୟ କଳାର ନିଦର୍ଶନ ହେଉଛି ଓଡ଼ିଶାର କୋଣ ଅନୁକୋଣରେ ରହିଥିବା ଅନେକ ପ୍ରାଚୀନ ମନ୍ଦିର ଓ ଐତିହ୍ୟ ସ୍ଥଳ । ଏମିତି ଏକ ନିଆରା ମନ୍ଦିର ହେଉଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ଦକ୍ଷପ୍ରଜାପତି ବା…

କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ

ହରିଦ୍ୱାର : କରୋନା ମହାମାରୀ ସମୟରେ ବି ଜାଲିଆତି । କରୋନା ଯୋଗୁ ବହ ଲୋକଙ୍କ ନକଲି ଟେଷ୍ଟ କରାଯାଇଥିବା ଘଟଣା ପଦାକୁ ଆସିଲା । ଏହି ଘଟଣା ହେଉଛି କୁମ୍ଭମେଳା ସମୟର । ଉତ୍ତରାଖଣ୍ଡ ହରିଦ୍ୱାରରେ ହୋଇଥିବା କୁମ୍ଭମେଳାରେ ୪ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟ କରାଯାଇଥିବା ଦାବି କରାଯାଇଥିଲା । ହେଲେ…

ରାୟଗଡାର ଭୂମିହୀନ ଆଦିବାସୀଙ୍କୁ ଘରଡିହ ପଟ୍ଟା ବଣ୍ଟନ

ରାୟଗଡା: ଘରେଘରେ ସେବା ପହଂଚାଉଛି ରାଜସ୍ୱ ରଥ । ଆଜି ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧନରେ ଗୁଡାରି ବ୍ଲକର ଶିରୀଗୁଡା ଗାଁର ୬୩ ଜଣ ଭୂମିହୀନ ଆଦିବାସୀଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି । ଏହି ଅବସରରେ ସ୍ଥାନୟ ସରପଂଚ ଜାଗାରାଙ୍ଗା ଉପସ୍ଥିତ ଥିଲେ ।…

ଲଘୁଚାପ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି…

କରୋନାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: କରୋନା ମହାମାରୀରେ ବାପା-ମାଆଙ୍କୁ ହରାଇ ଥିବା ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡ଼ି ଗ୍ରାମର ୩ ଶିଶୁଙ୍କୁ ଜିଲ୍ଲାପାଳ ସହାୟତା ପ୍ରଦାନ କରିଛନ୍ତି। ବାପା-ମାଆଙ୍କୁ ହରାଇବା ପରେ ଏହି ଶିଶୁ ମାନେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମରେ ଥିବା ନିଜ ମାମୁଁ ଘରେ ଆଶ୍ରୟ…

ବିଅର୍ କେନରେ ମୁଣ୍ଡ ପୂରାଇ ଦେଲା ଢମଣା, ଆଉ ତାପରେ …

ଅନୁଗୋଳ: ବାଡ଼ିରେ ଏମେତେଣେ ବୁଲୁବୁଲୁ ବିଅର୍ କେନରେ ମୁଣ୍ଡ ପୂରାଇ ଦେଲା ଢମଣା ସାପ । ଛଟପଟ ହେଉଥିଲା । ଲୋକ ଦେଖି ସ୍ନେକ ହେଲପ ଲାଇନ ସଦସ୍ୟକୁ ଖବର ଦେଲେ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡ଼ିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଗାଁର ଉମାକାନ୍ତ ବେହେରାଙ୍କ…

କୋଭିଡ ହସ୍ପିଟାଲରେ ରଜ ପାଳିଲେ କରୋନା ରୋଗୀ

ବାରିପଦା: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଜ ପର୍ବ ନିରାଡମ୍ବର ଭାବେ ପାଳନ କରାଯାଉଛି। ଏଭଳି ସମୟରେ ମୟୂରଭଞ୍ଜ ଜିଲ୍ଲାର ଏକ କୋଭିଡ ଡାକ୍ତରଖାନାର କର୍ମୀ ଓ ରୋଗୀମାନେ ରଜ ପାଳନ କରୁଥିବା ନଜର ଆସିଛି। ପିପିଇ କିଟ୍ ଏବଂ ମାସ୍କ ପିନ୍ଧି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସୋମବାର…

କରୋନା କାଳରେ ମହଙ୍ଗା ମାଡ଼: ୨୫ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମରେ ୬ ଟଙ୍କା ଲେଖାଏ ବୃଦ୍ଧି

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ମହଙ୍ଗା ମାଡ଼ ଲୋକଙ୍କୁ କଲବଲ କଲାଣି । ତୈଳ ବଜାରରେ ନିଆଁ । ଖାଉଟି ସାମଗ୍ରୀ ଦର ବି ବଢୁଛି । କ୍ରମାଗତ ଭାବରେ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ବିଭିନ୍ନ ରାଜ୍ୟରେ ତୈଳ ଦର ଶହେ ଟଙ୍କା ପାର କଲାଣି । ଗତ ୨୫ ଦିନରେ ପେଟ୍ରୋଲ ଓ ଡିଜେଲ୍ ଲିଟର…