Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ OMPରେ ବସ୍ତି ବାସିନ୍ଦାଙ୍କ ଥଇଥାନର ପ୍ରତିବାଦ, ଚାଉଳିଆଗଞ୍ଜ ବନ୍ଦ ଡାକରା

କଟକ: ଚାଉଳିଆଗଞ୍ଜ ଷଷ୍ଠ ବାଟାଲିୟନ ଅଫିସର କ୍ୱାର୍ଟର ଭଙ୍ଗା ହେବା ଘଟଣାର ପ୍ରତିବାଦ । ଚାଉଳିଆଗଞ୍ଜ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦିଆଯାଇଛି । ପ୍ରଶାସନ ପକ୍ଷରୁ କ୍ୱାର୍ଟର ଭାଙ୍ଗି ଛତ୍ରବଜାର, କେନାଲ ବସ୍ତିବାସୀଙ୍କୁ ଥଇଥାନ କରିବା ପଇଁ ନିଷ୍ପତ୍ତି ନିଆଯାଇଛି ।…

ରାଜ୍ୟ ଭାବେ କୋଭିଡ୍ ଟିକାକରଣରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଟିକାକରଣ ମାତ୍ରା ବଢ଼ିଛି । କୋଭିଡ୍ ଟିକାକରଣରେ ରାଜ୍ୟ ଭାବେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପ୍ରଥମ ସ୍ଥାନରେ ଥିବା…

ଝରାଫୁଲର ମୃତଦେହ ମିଳିଥିବା ସ୍ଥାନରେ ଅନୁଧ୍ୟାନ କଲେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା

ଭୁବନେଶ୍ୱର: ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ଘଟଣାର ଅନୁଧ୍ୟାନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା । ଦୁର୍ବୃତ୍ତ ମୃତଦେହ ଫିଙ୍ଗାଯାଇଥିବା ସ୍ଥାନ ଦେଖିଲେ ମହିଳା କମିସନ…

ମାଲକାନଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ମାଲକାନଗିରିର ପୂର୍ବତନ ଜିଲ୍ଲାପାଲ ମନୀଷ ଅଗ୍ରଓ୍ୱାଲଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ…

ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ: ଭିଜିଲାନ୍ସ ଜାଲରେ ପୂର୍ବତନ ରାଜସ୍ୱ ନିରୀକ୍ଷକ(RI) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଚଢାଉ । ପୁରୀ ଅଫିସ୍ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ପୁରୀ ଫ୍ରେଣ୍ଡସ୍ କ୍ଲବ ଗଳିରେ ଥିବା ୨ଟି…

ଓଲଟିଲା ଯାତ୍ରୀବାହୀ ବସ୍, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ

ବୌଦ୍ଧ: ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ଅନ୍ୟ ୩୫ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ । ବୌଦ୍ଧ ଜିଲା ମନମୁଣ୍ଡା ଥାନା ୫୭ ନମ୍ବର ଜାତୀୟ ରାଜପଥ ମସିଣାପଡାରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଡଲଫିନ୍…

ଗଞ୍ଜାମ ଜିଲ୍ଲାରେ ବାରହା ଫାଶରେ ପଡ଼ିଥିବା ବାଘର ମୃତ୍ୟୁ

ଗଞ୍ଜାମ: ବାରହା ଫାଶରେ ପଡ଼ିଥିବା ବାଘର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ବାରହା ଫାଶରେ ପଡ଼ିଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଗତକାଲି ତାକୁ ନଗୁଡୁ ବଡପଥର ନିକଟରୁ ଉଦ୍ଧାର କରିଥିଲେ ବନ ବିଭାଗ ଟିମ୍ । ପରେ ସନ୍ଧ୍ୟାରେ ବାଘଟି ମରି ଯାଇଥିବା ଦକ୍ଷିଣ ଘୁମୁସର ବନଖଣ୍ଡ…

ଏସସିବି ମେଡିକାଲ ପ୍ଲାଜମା ବ୍ୟାଙ୍କ ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: କରୋନା ବିରୋଧରେ ରାଜ୍ୟରେ ଲଢ଼େଇ ଜାରି ରହିଛି । ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦେଇ ଚିକିତ୍ସା କରାଯାଉଛି । ୨୦୨୦ ଜୁଲାଇ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲରେ ପ୍ଲାଜମା ବ୍ୟାଙ୍କକୁ ଅନଲାଇନରେ ଶୁଭାରମ୍ଭ କରିଥିଲେ । ଏସସିବି ପ୍ଲାଜମା ବ୍ୟାଙ୍କ…

ଭିତରକନିକାରେ ପୁଣି ଆରମ୍ଭ ହେଲା ଡ଼ଲଫିନ ଗଣନା

ପଟ୍ଟାମୁଣ୍ଡେଇ: ଭିତରକନିକା ରେ ପୁଣି ଥରେ ଆରମ୍ଭ ହୋଇଛି ଡ଼ଲଫିନ ଗଣନା। ଆଜି ସଖାଳ ୭ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି। ସୂଚନାନୁସାରେ, ବନବିଭାଗର ୯ ଟିମରେ ୪୫ ଜଣ ସଦସ୍ୟ ଗଣନାରେ ନିୟୋଜିତ ହୋଇଛନ୍ତି । ଦେବି ମୁହାଣ ରୁ ଧାମରା…

ରାଜନଗରରେ ଭୟାବହ ଅଗ୍ନିକାଣ୍ଡ; ବାପା-ମାଙ୍କ ଆଗରେ ଜଳିଗଲା କୁନି ଝିଅ

ରାଜନଗର: ରାଜନଗର ଓକିଲ ପାଳ ଗାଁରେ ଅଘଟଣ। ବାପା- ମାଆଙ୍କ ଆଖି ଆଗରେ ଜଳିଗଲା ୩ ବର୍ଷର ଝିଅ । ପଲାରେ ଶୋଇଥିବା ବେଳେ ନିଆଁ ଲାଗିଥିବା ସନ୍ଦେହ । ଏହି ଅଗ୍ନିକାଣ୍ଡରେ ବାପା- ମା ସମେତ ୧୨ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି…