Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଉରକେଲା ସ୍ବତନ୍ତ୍ର ଜେଲରୁ ୧୭ ଅନ୍ତେବାସୀ କରୋନା ପଜିଟିଭ

ରାଉରକେଲା: ଜେଲ ପରିସରରେ ମଧ୍ୟ କାୟା ମେଲାଇଲାଣି କରୋନା । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସ୍ୱତନ୍ତ୍ର ଜେଲରେ ୧୭ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ସମସ୍ତ ଅନ୍ତେବାସୀଙ୍କୁ ରାଉରକେଲା ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି ।…

କାଲି ଶପଥ ନେବେ ନୂଆ ସିଏଜି, ଗିରୀଶ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହୋଇଛନ୍ତି ଦେଶର ନୂଆ ସିଏଜି । ଆସନ୍ତାକାଲି ସେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ତାଙ୍କ ନିଯୁକ୍ତି ପ୍ରସ୍ତାବ ଉପରେ ମୋହର ମାରିଥିଲେ…

ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା

କୋଣାର୍କ (ପୁରୀ): ପୋଲିସକୁ ଘେରିଲେ ଗାଁ ଲୋକ । ଅଭିଯୁକ୍ତକୁ ଧରିବା ପାଇଁ ଯିବା ବେଳେ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହେଲେ ଥାନା ଅଧିକାରୀ ଓ କର୍ମଚାରୀ । ପୁରୀ ଜିଲ୍ଲା ଗୋପ ଥାନା ଆଇଆଇସିଙ୍କ ସମେତ ୧୦ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ । ଗୋପ ବ୍ଲକ ରେଢୁଆ ଗାଁରେ ଏଭଳି ଘଟଣା…

ସୁନ୍ଦରଗଡ଼ର ଏହି ପୌରାଞ୍ଚଳ ଆସନ୍ତାକାଲିଠାରୁ ୨ ଦିନ ସମ୍ପୂର୍ଣ୍ଣ ବନ୍ଦ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଗଙ୍ଗପୁର ପୌରାଞ୍ଚଳକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ବଢ଼ୁଥୁବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ ଓ ୯ ତାରିଖରେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବାକୁ ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି । ଏହି…

ବଢ଼ୁଛି ସଂକ୍ରମଣ: ନୀଳଗିରି ଏନଏସିରେ ୫ ଦିନିଆ ସଟଡାଉନ ଘୋଷଣା

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ନୀଳଗିରି ଏନ୍ଏସିରେ ସଟଡାଉନ ଘୋଷଣା । ଏହି ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଡି ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଏହାକୁ ୧୧ ତାରିଖ ସକାଳ ୫ ଯାଏଁ ସଟଡାଉନ ଘୋଷଣା କରାଯାଇଛି। ନୀଳଗିରି ଉପଜିଲ୍ଲାପାଳ ଦେଇଥିବା ସୂଚନା…

ଆନନ୍ଦପୁରର ଏହି ପଞ୍ଚାୟତରେ ୪ ଦିନିଆ ସଟଡାଉନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା, ଆନନ୍ଦପୁର ସ୍ଥିତ ବେଲବାହାଳି ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ଆଗାମୀ ୪ ଦିନ ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଅଗଷ୍ଟ ୭ ତାରିଖରୁ ଅଗଷ୍ଟ ୧୦ତାରିଖ ପର୍ଯ୍ୟନ୍ତ ବେଲବାହାଳି ଅଞ୍ଚଳକୁ ୪ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।…

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି । ସୂଚନା ଅନୁସାରେ, ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ୱର ଡିଆରଡିଏ ପିଡି ପଦବୀକୁ ବଦଳି କରାଯାଇଛି। ବାଲେଶ୍ୱର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନାଙ୍କୁ…

ଜାତୀୟ ହସ୍ତତନ୍ତ ଦିବସ; ଚିନ୍ତାରେ ତନ୍ତ ବୁଣାକାର !

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ଏହି ଦିନଟି ସ୍ୱତନ୍ତ୍ର ଭାବେ ହସ୍ତତନ୍ତ ବୁଣାକାରଙ୍କ କଳାକୀର୍ତ୍ତିକୁ ସ୍ବୀକୃତି ଦେବା ପାଇଁ ଉତ୍ସର୍ଗୀକୃତ । ହସ୍ତତନ୍ତ ଶାଢିର ଚାହିଦା ଦେଶ, ବିଦେଶରେ ବଢି ଚାଲିଥିବା ବେଳେ ଦୁଃଖ କଷ୍ଟରେ କାଳତିପାତ କରୁଛି ବୁଣାକାର । ବର୍ତ୍ତମାନ…

ଦାନା ବାନ୍ଧୁଛି ଲଘୁଚାପ; ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋ‌ପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ୯ ଓ ୧୦ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବ‌ର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ଏହାର ପ୍ରଭାବରେ ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଅଧିକ ବର୍ଷା…

ଟ୍ରକ୍ ପଛରେ ପିଟି ହେଲା କାର୍, ୩ ମୃତ ଓ ଦୁଇ ଆହତ

ଯାଜପୁର: ଧର୍ମଶାଳା ଥାନା ରଥିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଭୋରରୁ କାର ପଶ୍ଚିମବଙ୍ଗ ଯାଉଥିବା ବେଳେ ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ମୃତକମାନେ ସମସ୍ତେ ପୁରୁଷ । ଦୁର୍ଘଟଣାସ୍ଥଳରେ…