Latest Odisha News

BREAKING NEWS

ମୁସଲମାନ ଦେଶରେ ଭଗବାନ ରାମଙ୍କୁ ପୂଜାର୍ଚ୍ଚନା

ମୁମ୍ବାଇ : ଆପଣମାନେ ଇଣ୍ଡୋନେସିଆର ନାଁ ଶୁଣିଥିବେ  । ଏହାର ଜନସଂଖ୍ୟା ପାଖାପାଖି ୨୩ କୋଟି। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ  । ଏହି ଦେଶରେ ସାଧାରଣତଃ ବହୁସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି  । ତେବେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏଠାରେ…

ASO ଚୟନ: ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ: ASO ଚୟନ ମେରିଟ ଲିଷ୍ଟ କାଏମ୍‌ ରଖିଛନ୍ତି ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିବା ସହ ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ତେବେ ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ହିଁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଆଲୋଚନା, ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କରାଯିବ ନିମନ୍ତ୍ରଣ

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଗତକାଲି ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯଜ୍ଞ, ସଂକୀର୍ତ୍ତନ ଓ ବେଦପାଠ ପାଇଁ ଗଠିତ ତିନୋଟି ସବକମିଟିର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରଯାଇଥିଲା। ଯଜ୍ଞ ପାଇଁ…

ଲୋକାର୍ପିତ ହୋଇଛି ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା ପାର୍କ

ପୁରୀ: ଚାଲିଛି ପର୍ଯ୍ୟଟନ ଋତୁ । ପୁରୀ ବେଳାଭୂମିରେ ଲାଗି ରହୁଛି ପର୍ଯ୍ୟଟକଙ୍କ ଭିଡ଼ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ନିଆରା ପ୍ରୟାସ । ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଖ୍ରୀଷ୍ଟମାସ ଉପଲକ୍ଷେ ପୁରୀ ଲାଇଟ୍ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ…

ପଦ୍ମପୁୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରସ୍ତୁତି ବେଳେ ରାଜ୍ୟ ସରକାରକୁ ହାଇକୋର୍ଟଙ୍କ ଝଟକା

କଟକ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ହାଇକୋର୍ଟ ଏହି ମାମଲାରେ ଦାୟର ଆବେଦନର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଯେଉଁଥିରେ ହାଇକୋର୍ଟଙ୍କ ବିନା ନିର୍ଦ୍ଦେଶରେ ନୂଆ ଜିଲ୍ଲା ଗଠନ ପାଇଁ ଘୋଷଣା…

ଜାନୁଆରୀ ୧୫ ସୁଦ୍ଧା ଇଣ୍ଡିଆ ମେଣ୍ଟର ହେବ ଆସନ ବୁଝାମଣା: ଜାଣନ୍ତୁ, କାହାକୁ ମିଳିବ କେତେ ଆସନ

ନୂଆଦିଲ୍ଲୀ: ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ଚାଲିଛି ହିସାବକିତାବ । କେଉଁଦଳ କେତେ ଆସନ ପାଇବ ? ଏ ନେଇ ଦ୍ୱନ୍ଦ୍ୱର ଅବସାନ ଜାନୁଆରୀ ତୃତୀୟ ସପ୍ତାହ ଅର୍ଥାତ ଜାନୁଆରୀ ୧୫ ତାରିଖ ବେଳକୁ ସ୍ପଷ୍ଟ ହେବ ।    କଂଗ୍ରେସ ସହଯୋଗୀଙ୍କ ସହ ଆସନ ବୁଝାମଣା ପାଇଁ ୫ ଜଣ ସଦସ୍ୟଙ୍କୁ ନେଇ ଏକ…

ରାଉରକେଲାରେ କୋଲେରା ଆତଙ୍କ, ସରକାରୀ ରିପୋର୍ଟ ତୁଳନାରେ ବେସରକାରୀ ମୃତ୍ୟୁ ସଂଖ୍ୟା ଅଧିକ

ରାଉରକେଲା:  ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ କୋଲେରା ବା ହଇଜା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ମଧୁସୂଦନପାଲିର ସାବିତ୍ରୀ ଗିରି ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଘଟିଥିବା ଏହି ଦୁଃଖଦ ଘଟଣା ସହିତ ରାଉରକେଲାରେ କୋଲେରା ରୋଗରେ ଅଣଆନୁଷ୍ଠାନିକ…

ମକର ସଂକ୍ରାନ୍ତିରେ ନୀଳଗିରିରୁ ବାଲେଶ୍ବର ଗଡ଼ିବ ମେମୁ ଟ୍ରେନ୍!

ବାଲେଶ୍ୱର: ଖୁବଶୀଘ୍ର ନୀଳଗିରିର ଗୋଇନାଥପୁର ରେଳ ଷ୍ଟେସନରୁ ବାଲେଶ୍ୱର ଯାଏଁ ମେମୁ ଟ୍ରେନ୍ ଗଡ଼ିବ। ଦକ୍ଷିଣ-ପୂର୍ବ ରେଳପଥର ଆଞ୍ଚଳିକ ପ୍ରବନ୍ଧକ ଅନିଲ କୁମାର ମିଶ୍ର ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମେମୁ ଟ୍ରେନ ପାଇଁ ରେକ ଆସିସାରିଛି ଏବଂ ମନ୍ତ୍ରଣାଳୟ…

ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଥର ଇତିହାସ ରଚିଲା ମ୍ୟାନ୍ ଇନ୍ ବ୍ଲ୍ୟୁ

ବୋଲାଣ୍ଡ ପାର୍କ: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏକପାଖିଆ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମ୍ୟାଚକୁ କବଜା କରିବା ସହିତ ଦିନିକିଆ ସିରିଜ ନିଜ ନାଁରେ କରିଛି। ଭାରତ ଏହି ସିରିଜକୁ ୨-୧ରେ କବଜା କରିଛି।…

ଜମ୍ମୁ କଶ୍ମୀରରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ଆଉ ଜଣେ ଯବାନ ଶହୀଦ

ପୁଞ୍ଚ: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ସେନା ଗାଡି ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ତିନିଜଣ ସୈନିକ ଘଟଣାସ୍ଥଳରେ ଶହୀଦ ହୋଇଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ। ସୂଚନା ଅନୁଯାୟୀ,…