Latest Odisha News

BREAKING NEWS

ପ୍ରଦୂଷଣ ପାଇଁ ନିର୍ମାଣ ବନ୍ଦ, ଶ୍ରମିକଙ୍କୁ ମାସିକ ୫ ହଜାର ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ଦୀପାବଳି ପର ଠାରୁ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ । ଘରୁ ପଦାକୁ ବାହାରିବା ମାତ୍ରେ ରୁନ୍ଧି ହୋଇ ଯାଉଛି ନିଶ୍ୱାସ । ଫଳରେ ସରକାର ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଓ ଉଚ୍ଛେଦ କାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନିର୍ମାଣ କାର୍ଯ୍ୟ ବନ୍ଦ ଯୋଗୁଁ ଘରେ ହାତ ବାନ୍ଧି ବସିଛନ୍ତି…

ଅଁଳା ନବମୀ

ଆଜି ଅଁଳା ନବମୀ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଁଳା ଗଛକୁ ପୂଜା କରିବାର ବିଧି ରହିଛି। ପୁରାଣ ବର୍ଣ୍ଣିତ କଥା ଅନୁସାରେ ଏକଦା ମାତା ଲଷ୍ମୀ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପୃଥିବୀ ଭ୍ରମଣରେ ଆସିଥିଲେ। ପୃଥିବୀ ପୃଷ୍ଠରେ ଅବତରଣ କଲାପରେ ମାତା ଲକ୍ଷ୍ମୀଙ୍କର ଭଗବାନ ବିଷ୍ଣୁ ଓ…

ପାକିସ୍ତାନର ଷଡ଼ଯନ୍ତ୍ରରେ ଭାରତ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ରର ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ କରିଛି ଆମେରିକା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ପାକିସ୍ତାନ ହେଉଛି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ, ଏ ସମ୍ପର୍କରେ ଭାରତ ଅନେକ…

ଚଟୁମାରୀ ଡକାୟତି ଓ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ, ଚୋରି ସୁନା ଜବତ

ଯାଜପୁର : ଚଟୁମାରୀ ଗାଁରେ ହୋଇଥିବା ଡକାୟତି ଓ ହତ୍ୟା ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ମାସ ୨୬ତାରିଖ ବିଳମ୍ବିତ ରାତିରେ ବରୀ ଥାନା ଅନ୍ତର୍ଗତ ଭଅଁରା ପଞ୍ଚାୟତ ଚଟୁମାରୀ ଗାଁରେ ଡକାୟତି ହୋଇଥିଲା । ସେହି ସମୟରେ ଡ଼କାୟତ ମାନଙ୍କ ଆକ୍ରମଣରେ ବିଶ୍ୱରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।…

ସହର ଅପେକ୍ଷା ଗାଁରେ ଅକ୍ଟୋବରରେ ବଢ଼ିଛି ବେରୋଜଗାରୀ

ନୂଆଦିଲ୍ଲୀ: ଗତମାସ ତୁଳନାରେ ଦେଶରେ ଅକ୍ଟୋବର ମାସରେ ବେରୋଜଗାରୀ ବଢ଼ିଛି । ଆଉ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଚାକିରି ହରାଇଛନ୍ତି । ଚେନ୍ନାଇ ସ୍ଥିତ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ଏହି ସୂଚନା ଦେଇଛି । ସିଏମ୍ଆଇ ଅନୁସାରେ, ଅକ୍ଟୋବର ମାସରେ…

ରାଜଧାନୀରୁ ଲକ୍ଷେ ଟଙ୍କାର ହେରୋଇନ୍ ଜବତ, ଇଞ୍ଜିନିୟରିଂ ଛାତ୍ରଙ୍କ ସହ ୭ ଗିରଫ

ଭୁବନେଶ୍ୱର: ନିଶା କବଳରେ ରାଜଧାନୀର ଯୁବପିଢ଼ି । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପୋଲିସ ଜଣେ ବି.ଟେକ୍ ଛାତ୍ରଙ୍କ ସହ ୭ ଜଣଙ୍କୁ ହେରୋଇନ୍ ସେବନ ଅଭିଯୋଗରେ ଗିରଫ କରିଛି । ସୂଚନା ଅନୁସାରେ, ଗିରଫଙ୍କୁ ଏକ ଘରୋଇ ହସ୍ପିଟାଲ୍ ନିକଟରେ ଥିବା ନିଛାଟିଆ ସ୍ଥାନରୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ…

ଇଟା ଭାଟିରେ ଜଳିଗଲା ପୁଅର ଗୋଡ଼, ଅନ୍ଧୁଣି ମା’କୁ ପୋଷିବ କିଏ ?

କାମାକ୍ଷାନଗର : ଅନ୍ଧୁଣି ମା‘ର ସାହାରା ଥିଲା ୧୪ ବର୍ଷର ପୁଅ। ମା’ ମୁହଁରେ ଆହାର ମୁଠାଏ ଦେବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଛି ପୁଅ । ଇଟା ଭାଟିରେ କାମ କରିବାକୁ ଯାଇଥିଲା ନାବାଳକ ପୁଅ । ମାତ୍ର ସାମାନ୍ୟ ଅସାବଧାନତା ଯୋଗୁଁ ପୁଅର ଦୁଇଟି ଯାକ ଗୋଡ଼ ଜଳିଗଲା । ଗୁରୁତର ଅବସ୍ଥାରେ…

ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା…

କର୍ପୋରେଟରଙ୍କ ଅସନ୍ତୋଷ ପରେ ଆରମ୍ଭ ହେଲା ରାସ୍ତା କାମ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଅନେକ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଇଛି। ଏହାକୁ ନେଇ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିବା ପରେ ରାସ୍ତା କାମ ଆରମ୍ଭ ହୋଇଛି। ପୂର୍ତ ବିଭାଗ ତରଫରୁ ସହରର ଦୁଇଟି ପ୍ରମୁଖ ରାସ୍ତାର ମରାମତି ମଙ୍ଗଳବାର ରାତି ଠାରୁ ଆରମ୍ଭ…

ଅଗରତାଲାରେ କଂଗ୍ରେସ ସମର୍ଥକଙ୍କୁ ମାଡ଼

ଅଗରତାଲା: ଅଗରତାଲାରେ ବିଜେପିକର୍ମୀଙ୍କ ମାଡ଼ରେ କଂଗ୍ରେସ ସମର୍ଥକ ଆହତ । ଏଠାରେ ଆୟୋଜିତ ଏକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଉଭୟ ହାତାହାତି ହୋଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିବି ବଜାରଠାରେ…